Videos
|
Weather-calamities

Heavy Cold / ବଢ଼ିବ ଶୀତ, ଥରିବେ ରାଜ୍ୟବାସୀ...

Banajyotshna Ray
Browse all articles by Banajyotshna Ray
·8 months ago·2 min read
ବଢ଼ିବ ଶୀତ, ଥରିବେ ରାଜ୍ୟବାସୀ...

Key Points

ଫେରିଲା ଶୀତ
କୁହୁଡି ଚାଦରରେ ରାଜଧାନୀ ଭୁବନେଶ୍ୱର
ପୁଣି ରାଜ୍ୟକୁ ଫେରିଲା ଶୀତ । ସକାଳୁ ସକାଳୁ ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ବାହାରକୁ ବାହାରିଲେ କିଛି ବି ଦେଖାଯାଉନାହିଁ। କିଛି କିଛି ସ୍ଥାନରେ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଲୋକମାନେ ନିଆଁ ପୁଆଁଉଥିବା ଦେଖିବାକୁ ମିଳୁଛି। କୁହୁଡି ପାଇଁ ରାସ୍ତା ଦେଖାଯାଉନଥିବାବେଳେ ରାସ୍ତାରେ ଯିବାବେଳେ ଗାଡି ଲାଇଟ ଲଗାଇ ଯାଆନ୍ତୁ। ନଚେତ୍‌ ଦୁର୍ଘଟଣାର ଆଶଙ୍କା ରହିଛି। ପାର୍କିଂ ଲାଇଟ୍ ଅନ୍ କରି ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ବସ୍ ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛି । ଏହାରି ଭିତରେ ଆଉ ଏକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଘନ କୁହୁଡ଼ିର ମଜ୍ଜା ନେଉଛନ୍ତି ରାଜଧାନୀବାସୀ। ତେବେ ଆମେ ନିଇତି ଶୀତଦିନେ ଭେଟୁଥିବା କୁହୁଡିକୁ ନେଇ ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି, ଯେ କାହିଁକି ହୁଏ କୁହୁଡି ? କେମିତି ସୃଷ୍ଟି ହୁଏ କୁହୁଡି ? କୁହୁଡି ସୃଷ୍ଟି ହେବା ପଛର କାରଣ କଣ ବୋଲି ? ଯଦି ଆପଣଙ୍କ ମନରେ ଏସବୁ ପ୍ରଶ୍ନ ଉଠୁଛି ତାହାଲେ ଜାଣନ୍ତୁ ତାହାର ସରଳ ଉତ୍ତର ।

ଶୀତଦିନେ ସାଧାରଣତଃ ପାଗ ଥଣ୍ଡା ରୁହେ । ପରିବେଶ ସେତେଟା ଗରମ ନଥାଏ । ଯେତେବେଳେ ପାଗ ଥଣ୍ଡା ଥାଏ ସେତେବେଳେ ବାୟୁ ଉଦ୍ଭିଦମାନଙ୍କ ସଂସ୍ପର୍ଶରେ ଆସେ ଆଉ ବାୟୁମଣ୍ଡଳରେ ଥିବା ଛୋଟ ଛୋଟ ଜଳୀୟ ଅଂଶ ବୁନ୍ଦା ଆକାରରେ ପତ୍ରରେ ଜମା ହୁଏ ଯାହାକୁ ଆମେ କାକର ବୋଲି କହିଥାଉ । ମାତ୍ର ଯେତେବେଳେ ବାୟୁରେ ଥିବା ଜଳୀୟ ବାଷ୍ପ ଘନୀଭୂତ ହୋଇ ଧୂଆଁ ଆକାରର ବାୟୁରେ ଭାସିବୁଲେ ତାହାକୁ କୁହୁଡି କୁହାଯାଏ ଆଉ ଏହା ଯେତେବେଳେ ଅଧିକ ହୁଏ ତାହାକୁ ଘନକୁହୁଡି କୁହାଯାଏ ।

ଏଥିସହ ପଢ଼ନ୍ତୁ: ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ; ୭ ଦିନ ଯାଏଁ ଶୁଖିଲା ରହିବ ପାଗ

ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ। ଓଡ଼ିଶାକୁ ନାହିଁ ସିଧାସଳଖ ପ୍ରଭାବ କି ନାହିଁ ବଡ଼ ବର୍ଷା ଭୟ । କାଁଭାଁ ବର୍ଷା ସହ ଆକାଶ ମେଘାଚ୍ଛନ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗରରେ ଉପରେ ରହିଥିବା ସ୍ପଷ୍ଟ ଚିହିଁତ ଲଘୁଚାପ କ୍ଷେତ୍ର ଅବପାତର ରୂପ ନେଇଛି। ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ନେଇପାରେ ବାତ୍ୟାର ରୂପ । ସେପଟେ ଆଉ ଏକ ଲଘୁଚାପ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଉଛି । ଓଡ଼ିଶାରେ ଆଗାମୀ କିଛି ଦିନ ଯାଏ ଓଡ଼ିଶାରେ କୌଣସି ବର୍ଷା ହେବାର ସମ୍ଭାବନା ନାହିଁ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଆଜିଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ହେବା ସହ ପୁଣି ରାଜ୍ୟରେ ଶୀତ ଅନୁଭବ ହେବ । ଗତ କିଛି ଦିନ ହେବ ରାଜ୍ୟରେ ଥଣ୍ଡା କମିଥିବାବେଳେ ପୁଣି ବଢ଼ିବ ଶୀତ। ଥରିବେ ରାଜଧାନୀବାସୀ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Heavy Cold | The cold will increase, the people of the state will tremble | Argus News | Argus News