Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Alert / ଟ୍ଵିନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ୱାର୍ଣ୍ଣିଂ

Rashmita Mishra
Browse all articles by Rashmita Mishra
·4 months ago·2 min read
ଟ୍ଵିନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ୱାର୍ଣ୍ଣିଂ
Weather Alert

Key Points

୩ଘଣ୍ଟା ଭିତରେ ପ୍ରବଳ ଛେଚିବ ।
ଟ୍ଵିନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ୱାର୍ଣ୍ଣିଂ । 

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବିଶେଷ କରି କୋରାପୁଟ, ସୁବର୍ଣ୍ଣପୁର ବରଗଡ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ,ବାଲେଶ୍ଵର,ଭଦ୍ରକ ,କେନ୍ଦ୍ରାପଡ଼ା, ଜଗତସିଂହପୁର ରେ ବିଜୁଳି ଘଡଘଡି ବର୍ଷା ସହ ପବନ ୩୦ ରୁ ୪୦ କିମି ବେଗରେ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ହଳଦିଆ ଚେତାବନୀ । ବର୍ତ୍ତମାନ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ଆଗାମୀ ୩ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ କମିବ ଦିନ ତାପମାତ୍ରା ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ ଲାଇନ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଓଡ଼ିଶା ଦେଇ ଗତି କରୁଛି । ଏହା ପ୍ରଭାବରେ ସୋମବାର ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା ।

ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ସୋନପୁରର ବିନିକା ସମେତ ଜିଲାର କେତେକ ସ୍ଥାନରେ ବର୍ଷା ହୋଇଛି । ସେହିଭଳି ବରଗଡ଼ରେ ମେଘୁଆ ପାଗ ରହିଥିବାବେଳେ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ସୂଚନା ମିଳିଛି ।

ଏଥିସହ କୋରାପୁଟରେ ମଧ୍ୟ ବର୍ଷା ଓ କୁଆପଥର ମାଡ଼ ହୋଇଥିବା ଜଣାପଡ଼ିଛି । ମଙ୍ଗଳବାର ମଧ୍ୟ ୧୫ ଜିଲ୍ଲାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି, ବିଜୁଳି ହେବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । ଏଥିସହ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି ।

ଏପଟେ ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ୩୬.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୫.୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଏଥିସହ ୮ ଟି ସ୍ଥାନରେ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା ।
ପଢନ୍ତୁ ଏହି ଖବର: ୨ ଦିନ ଯାଏଁ ନିସ୍ତାର ନାହିଁ, ତାଣ୍ଡବ ରଚିବ ବର୍ଷା: ୟେଲୋ ଓ୍ୱାର୍ଣ୍ଣିଂ ଜାରି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Alert | 3-Hour Rain & Thunderstorm Warning for Bhubaneswar–Cuttack Twin City | Argus News