Weather Update / ଆଗପଛ ହୋଇ ଆସୁଛି ୨ଟି ଲଘୁଚାପ, ଆଣିପାରେ ବଡ଼ ବର୍ଷା

Key Points
ଆଗପଛ ହୋଇ ଆସୁଛି ୨ଟି ଲଘୁଚାପ !
ପାର୍ବଣକୁ ପାଣିଚିଆ କରିପାରେ ଲଘୁଚାପ ଜନିତ ବର୍ଷା
ଆଗପଛ ହୋଇ ଆସୁଛି ୨ଟି ଲଘୁଚାପ, ଆଣିପାରେ ବଡ଼ ବର୍ଷା
ଆସନ୍ତା ୨୫ରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର
`ଅର୍ଗସ୍'କୁ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା
ଏଥର ଦଶହରାରେ ଭିଜିବ ଓଡିଶା । ଆଗପଛ ହୋଇ ଆସୁଛି ୨ ଟି ଲଘୁଚାପ । ଯାହାର ପ୍ରଭାବରେ ବଡ ବର୍ଷା ହେବାର ସମ୍ଭାବନା ରହିଛନ୍ତି । ଏହାକୁ ନେଇ 'ଅର୍ଗସ'କୁ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ଆସନ୍ତା ୨୫ ଓ ୨୬ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହୋଇଯିବ । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବନା ରହିଛି ।
ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ସ୍ପଷ୍ଟ ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ରାଜ୍ୟର ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ଆଜି ଉପକୂଳ ଓ ଉତ୍ତର ଓଡ଼ିଶାର ୧୪ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଲର୍ଟ ଜାରି ହୋଇଛି ।ସାରା ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।
📱 Get Argus News App
✨ମୟୁରଭଞ୍ଜ ଓ କେନ୍ଦୁଝର ଏହି ୨ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ବିଭାଗ । ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ୨୬ ତାରିଖ ଯାଏ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ । ସେହିପରି ଅକ୍ଟୋବର ୧ କିମ୍ବା ୨ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବା ଅନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୩୦ରେ ସୃଷ୍ଟି ହେବ ବଡ ଘୂର୍ଣ୍ଣିବଳୟ ।
ଚଳିତ ପୂଜାରେ ବର୍ଷା ବାଧକ ହେବ, ଦୁର୍ଗାପୂଜା ପରେ ପାଗ ଶୁଖିଲା । ଗୋଟିଏ ପରେ ଗୋଟିଏ ଲଘୁଚାପ ଆସୁଥିବାରୁ ଆକଳନ ସ୍ପଷ୍ଟ କରିହେଉନଥିବା କହିଛି ପାଣିପାଗ ବିଭାଗ ।
Related Topics
Explore more stories