Weather Alert / ବଦଳିଲା ପାଗର ମିଜାଜ ...ଆସନ୍ତା ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

Key Points
ଆସନ୍ତା ୫ ଦିନ ଯାଏ ବର୍ଷା ପାଇଁ ଚେତାବନୀ ।
ଆସନ୍ତା ୨୪ ଘଣ୍ଟାରେ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।
ଅତି ପ୍ରବଳ ବର୍ଷା ପାଇଁ କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ।
୧୭ ଯାଏଁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ।
ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୫ ଦିନ ବର୍ଷା ସମ୍ଭାବନା... ଆସନ୍ତା ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି । ବିଜୁଳି, ଘଡ଼ଘଡି ଓ ବର୍ଷା ସହ ୩୦ରୁ ୪୦ କିମି ଝଟ୍କା ପବନ ରହିବ । କନ୍ଧମାଳରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି । ୧୭ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା ।
ଉତ୍ତର ବଙ୍ଗୋପସାଗର ଓ ତା ପାଖପାଖି ଦକ୍ଷିଣ ବାଂଲାଦେଶ ପାଖରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ୫ ଦିନ ଯାଏ ବର୍ଷା ପାଇଁ ଚେତାବନୀ ରହିଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ଵର୍ଷା ସମ୍ଭାବନା ଦେଇଛି ଆସନ୍ତା ୨୪ ଘଂଟାରେ କଟକ ଜଗତସିଂହପୁର କେନ୍ଦ୍ରାପଡା ଭଦ୍ରକ ବାଲେଶ୍ୱର ଯାଜପୁର, ମୟୁରଭଞ୍ଜ ଓ କେନ୍ଦୁଝର ରେ ପ୍ରବଳ ବର୍ଷା ସହ ଗଂଜାମ, ଗଜପତି ନୟାଗଡ ଖୋର୍ଦ୍ଧା ଓ ସୁନ୍ଦରଗଡରେ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ ରୁ ୪୦ କିମି ଝଟକା ପବନ ର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
ଆଜିଠୁ ଵର୍ଷା ବଢିବା ସହ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ ଅତି ପ୍ରବଳ ବର୍ଷା କନ୍ଧମାଳ ରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ରାୟଗଡା, କଳାହାଣ୍ଡି ,ବଲାଙ୍ଗୀର ,ସୋନପୁର, ବୌଦ୍ଧ,ନୟାଗଡ, କଟକ, ଜଗତସିଂହପୁର , କେନ୍ଦ୍ରାପଡା, ଭଦ୍ରକ ବାଲେଶ୍ୱର ଯାଜପୁର, ମୟୁରଭଞ୍ଜ ଓ କେନ୍ଦୁଝର ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
ଅବଶିଷ୍ଟ ୧୬ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ ରୁ ୪୦ କିମି ଝଟକା ପବନ ର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ୧୭ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଓଡିଶା ଉପକୂଳରେ ମେଘୁଆ ପାଗ ସହ ୩୫ ରୁ ୪୫ କିମି ପବନ ସର୍ବାଧିକ ୫୫ କିମି ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଆସନ୍ତା ରହିବ ୧୩ ରୁ ୧୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦା ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ସେପଟେ ଲଘୁଚାପ ଜନିତ ବର୍ଷାରେ ଉବୁଟୁବୁ ବାଲେଶ୍ଵର ସହର। ବିଭିନ୍ନ ସ୍ଥାନରେ ଜଳ ବନ୍ଦି ଅବସ୍ଥାରେ ବାଲେଶ୍ଵର ସହର ବାସିନ୍ଦା। ତେବେ ବର୍ଷା ଫଳରେ ବାଲେଶ୍ଵର ସହରର ୨ ଘଣ୍ଟା ଧରି ଉର୍ଦ୍ଧ୍ବ ସମୟ ବର୍ଷା ଜାରି ରହିଥିବା ବେଳେ ସହର ୨୬ ନମ୍ବର ୱାର୍ଡର କଂଗ୍ରେସ ଅଫିସ ଲେନ୍ ରାସ୍ତା ଉପରେ ଗୋଟିଏ ଫୁଟ ଉପରେ ପାଣି ଢେଉ ଖେଳୁଛି। ଏହା ସହ ସହରର ପ୍ରମୁଖ ସ୍ଥାନ ଯଥା ଓଟି ରୋଡ ଓ ବିଭିନ୍ନ ସ୍ଥାନରେ ମଧ୍ୟ ଜଳବନ୍ଦୀ ଘେରରେ ଲୋକେ। ଅନେକ ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶିଛି। ନାଳ ପାଣି ସହର ଉପରେ ଢେଉ ଖେଳୁଥିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ସହର ବାସିନ୍ଦା ।
📱 Get Argus News App
✨Related Topics
Explore more stories
