Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Update / ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ

Rashmita Mishra
Browse all articles by Rashmita Mishra
·2 months ago·2 min read
ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ
Weather Update

Key Points

ଏସବୁ ଜିଲ୍ଲାରେ ଆଜି ପ୍ରବଳ ଛେଚିବ । 
ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ । 

ରାଜ୍ୟରେ ଗତ କିଛିଦିନ ଧରି ପାରଦ ଉପରମୁହାଁ ରହିଛି। ଦିନରେ ଗରମ ଓ ଗୁଳୁଗୁଳି, ଅପରାହ୍ନରୁ କାଳବୈଶାଖୀ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ଆସନ୍ତା ୪ ଦିନ ଧରି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିବ । କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବାକୁ ଥିବାବେଳେ ଅନ୍ୟ କେତେକ ଜିଲ୍ଲାରେ ଗୁଳୁଗୁଳି ଓ ଗରମ ଜାରି ରହିବ । ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ସମ୍ଭାବନା । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ଓ ପବନ ହେବାର ସମ୍ଭାବନା ରହିଛି । ଯେଉଁଠି କାଳବୈଶାଖୀର ପ୍ରଭାବ କମ୍ ରହିବ, ସେଠାରେ ଗରମର ପ୍ରକୋପ ଅଧିକ ଅନୁଭୂତ ହେବ ।

ଅନୁଗୋଳ, କନ୍ଧମାଳ, ସୁନ୍ଦରଗଡ଼, ବଲାଙ୍ଗୀର ଓ ସମ୍ବଲପୁର ରାତି ତାପମାତ୍ରା ଅଧିକା ରହିବା ସହ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା । ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ  ।

ସୋମବାର ୧୪ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଥିଲା ।  ଟିଟିଲାଗଡ଼ରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଏହା ତଳକୁ ଝାରସୁଗୁଡା ୪୨.୪ ଓ ତାଳଚେର ୪୨ ଡିଗ୍ରୀ ରହିଥିଲା ।

ସେହିପରି ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲା କୋଟଗଡ଼ରେ ସର୍ବାଧିକ ୫୩ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ କେନ୍ଦୁଝର ଜିଲା ସ୍ବାମ ପାଟଣାରେ ୪୨.୬ ମି.ମି., ନବରଙ୍ଗପୁର ଡାବୁଗାଁରେ ୪୦.୨ ମି.ମି., ମୟୂରଭଞ୍ଜ କରଞ୍ଜିଆରେ ୩୨ ମି.ମି. ବର୍ଷା ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Update | Weather Alert: Major Changes Expected in Next 24 Hours | Argus News