Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Alert / ୨୪ ଘଣ୍ଟାରେ ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ଝଡ଼ ବର୍ଷା

Rashmita Mishra
Browse all articles by Rashmita Mishra
·3 months ago·2 min read
୨୪ ଘଣ୍ଟାରେ ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ଝଡ଼ ବର୍ଷା
Weather Alert

Key Points

୨୪ ଘଣ୍ଟାରେ ପ୍ରବଳ ଛେଚିବ । 
୨୪ ଘଣ୍ଟାରେ ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ଝଡ଼ ବର୍ଷା । 

ଖରା ତାତିରେ ଜଳୁଥିବା ଓଡ଼ିଶାରେ ଏବେ ଆଶ୍ୱସ୍ତି ଆଣିପାରେ କାଳବୈଶାଖୀ ବର୍ଷା । ଯାହାକୁ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଜିଠୁ ସତର୍କ ସୂଚନା ଜାରି କରିଛି ଏବଂ ଆଗାମୀ କିଛି ଦିନ ଧରି ପାଗରେ ପରିବର୍ତ୍ତନ ଦେଖାଯିବ ବୋଲି କହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୯ଟି ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌ ଛୁଇଁଥିବା ବେଳେ ଉପକୂଳ ଅଞ୍ଚଳରେ ମଧ୍ୟ ୩୮ରୁ ୩୯ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇଛି ।

ଆଜି ମଧ୍ୟ ତାତି ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଦିନବେଳେ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି । ତେବେ ପାଣିପାଗକୁ ନେଇ ବଡ଼ ଅପଡେଟ୍‌ ଆସିଛି । ତାତିରୁ ମିଳିବ ଆଶ୍ବସ୍ତି । ଆସୁଛି କାଳବୈଶାଖୀ ବର୍ଷା । ଏହି ପରିସ୍ଥିତି ମଧ୍ୟରେ କାଳବୈଶାଖୀ ବର୍ଷା ଖରା ଗରମରୁ ଲୋକମାନଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ଦେବା ସହ ତାପମାତ୍ରା କରିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ଝଡ଼ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ କେତେକ ସ୍ଥାନରେ ଝଟକା ପବନ ମଧ୍ୟ ବହିପାରେ ବୋଲି ସତର୍କ କରାଯାଇଛି । ସେହିପରି ଆସନ୍ତାକାଲି ଉତ୍ତର ଓଡ଼ିଶା, ଉପକୂଳ ଅଞ୍ଚଳ ଠାରୁ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଝଡ଼ ପବନ ସହ ବଜ୍ରପାତ ଓ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ଆହୁରି ସୂଚନା ଦେଇଛି ଯେ ୫ ତାରିଖରେ କାଳବୈଶାଖୀର ପ୍ରଭାବ ସବୁଠୁ ଅଧିକ ରହିବା ସହ ସମଗ୍ର ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୩ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳର ୯ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । କାଳବୈଶାଖୀ ବର୍ଷାରେ ଭିଜିବ ୯ ଜିଲ୍ଲା । ଏହି ସମୟରେ ପନବନର ବେଗ ୪୦ ରୁ ୫୦ କିମି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Alert | Thunderstorm Alert: Heavy Rain in 19 Districts in 24 Hours | Argus News