Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

ଆଗକୁ ବଡ ବର୍ଷା, ୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ

Smruti Parija
Browse all articles by Smruti Parija
·11 months ago·1 min read
ଆଗକୁ ବଡ ବର୍ଷା, ୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ  ୟେଲୋ ଆଲର୍ଟ

Key Points

ରାଜ୍ୟରେ ଝଡ ପବନ ସହ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷାର ସମ୍ଭାବନା

ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଝଡ ପବନ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୩ ତାରିଖରେ ଉତ୍ତର ପଶ୍ଚିମ ତଥା ଏହାର ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଯାହାର ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ ଜାରି ହେଲା ୟେଲୋ ଆଲର୍ଟ ।


ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମୟୁରଭଞ୍ଜ, କେଉଁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନାଗିରି, କୋରାପୁଟ,ରାୟଗଡ଼ା।ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ସତର୍କ କରାଯାଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ବଢିବ ବର୍ଷା ପରିମାଣ ଓ ବିସ୍ତୃତି । ୧୩ ତାରିଖ ବେଳକୁ ପବନର ବେଗ ଅଧିକ ଯୋଗୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟରେ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏପଟେ ମୌସୁମୀ ଋତୁ ଅର୍ଥାତ୍ ଜୁନ ୧ ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୬୫୩.୬ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ,୪ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

Sponsored
yellow-alert-for-23-districts-for-24-hours-argusnews | Argus News