Videos
|
Weather-calamities

୩୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, କାଲିଠୁ ବଢିବ ବର୍ଷାର ପରିମାଣ

Smruti Parija
Browse all articles by Smruti Parija
·1 year ago·1 min read
୩୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, କାଲିଠୁ ବଢିବ ବର୍ଷାର ପରିମାଣ

Key Points

୩୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଆସନ୍ତା 24 ଘଣ୍ଟାରେ ପ୍ରବଳ ଛେଚିବ

ଦକ୍ଷିଣ ପଶ୍ଚିମ ଦିଗରୁ ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ବହୁଛି ପବନ

ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା । ବିଜୁଳି ଘଡ ଘଡି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ୩୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, କୋରାପୁଟ,ରାୟଗଡ଼ା,ଢେଙ୍କାନାଳ,ଗଜପତି,ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,ପୁରୀ,କନ୍ଧମାଳ, ବାଲେଶ୍ଵର,ଭଦ୍ରକ,କଟକ,ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ, ଝାରସୁଗୁଡା,ବରଗଡ଼,ସମ୍ବଲପୁର,ଦେଓଗଡ଼,ଅନୁଗୁଳ, ସୋନପୁର, ବୌଦ୍ଧ,ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି,ନବରଙ୍ଗପୁର, ମାଲକାନାଗିରି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଭଳି ପାଗ ଆସନ୍ତା ୨୪ ତାରିଖ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।


ଦକ୍ଷିଣ ପଶ୍ଚିମ ଦିଗରୁ ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପବନ ବହୁଛି । ଫଳରେ ଜଳୀୟ ବାଷ୍ପ ମଧ୍ୟ ଅଧିକ ରହିବ । ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ । ଫଳରେ ୨୦ରୁ ବଢ଼ିବ ବର୍ଷାର ପରିମାଣ । ବିଶେଷ ଭାବେ ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ଏଥିସହ ଆସନ୍ତା ୨୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବାବେଳେ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: