Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Montha / ସମୁଦ୍ରରେ ବଳ ଗୋଟାଉଛି 'ମୋନ୍ଥା', ନେଲା ଭୀଷଣ ବାତ୍ୟାର ରୂପ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ସମୁଦ୍ରରେ ବଳ ଗୋଟାଉଛି 'ମୋନ୍ଥା', ନେଲା ଭୀଷଣ ବାତ୍ୟାର ରୂପ

Key Points

ଭୀଷଣ ବାତ୍ୟା 'ମୋନ୍ଥା' ଏବେ ଆନ୍ଧ୍ରର ମଛଲିପାଟନମରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୯୦ କିଲୋମିଟର, କାକିନାଡ଼ା ଠାରୁ ୨୭୦ କିଲୋମିଟର, ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୫୫୦ କିଲୋମିଟର ଦୂରରେ ରହିଛି ।

ଭୁବନେଶ୍ଵର: ସାମୁଦ୍ରିକ ଝଡ଼ 'ମୋନ୍ଥା' ଭୀଷଣ ବାତ୍ୟାରେ ପରିଣତ ହୋଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା 'ମୋନ୍ଥା' ଏବେ ଘଣ୍ଟାକୁ ୧୫ କିଲୋମିଟର ବେଗରେ ଆନ୍ଧ୍ର ଉପକୂଳ ଆଡ଼କୁ ଅଗ୍ରସର ହେଉଛି । 'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି ହୋଇଛି ।

ଭୀଷଣ ବାତ୍ୟା 'ମୋନ୍ଥା' ଏବେ ଆନ୍ଧ୍ରର ମଛଲିପାଟନମରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୯୦ କିଲୋମିଟର, କାକିନାଡ଼ା ଠାରୁ ୨୭୦ କିଲୋମିଟର, ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୫୫୦ କିଲୋମିଟର ଦୂରରେ ରହିଛି ।

ଏଥିସହ ପଢ଼ନ୍ତୁ: 'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ, ଗୋପାଳପୁର ଠାରୁ ୫୭୦ କିମି ଦୂରରେ ବାତ୍ୟା

'ମୋନ୍ଥା' କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ । ଆଜି ସନ୍ଧ୍ୟା କିମ୍ବା ରାତିରେ ମଛଲିପାଟନମରୁ କଳିଙ୍ଗପାଟନମ ମଧ୍ୟରେ କାକିନାଡ଼ା ପାଖାପାଖି ଭୀଷଣ ବାତ୍ୟା 'ମୋନ୍ଥା' ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।



ଭୀଷଣ ବାତ୍ୟା 'ମୋନ୍ଥା' ଲ୍ୟାଣ୍ଡଫଲ୍ କରିବା ବେଳେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ପୂର୍ବାନୁମାନ କରାଯାଇଛି । ସେହି ସମୟରେ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

ମଙ୍ଗଳବାର ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିଭଳି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, ପୁରୀ ଓ ବରଗଡ଼ ଜିଲ୍ଲାକୁ ରହିଛି ଅରେଞ୍ଜ ୱାର୍ଣ୍ଣିଂ ।

ଆସନ୍ତାକାଲି ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ଆଲର୍ଟ ରହିଛି । ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ସମ୍ବଲପୁର, ସୋନପୁର ଓ ବରଗଡ଼ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ ।

ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ୩ ଘଣ୍ଟା ସତର୍କତା, ୯ ଜିଲ୍ଲା ପାଇଁ ଆଲର୍ଟ ଜାରି

ବାତ୍ୟା 'ମୋନ୍ଥା' ପାଇଁ ସମୁଦ୍ର ଅଶାନ୍ତ ରହିଛି । ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଅନ୍ୟ ସବୁ ବନ୍ଦରରେ ଦୁଇ ନମ୍ବର ବିପଦ ସଂକେତ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ସେପଟେ ଆଜି ସକାଳ ସାଢ଼େ ୧୦ ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ରେଡ୍ ଜୋନ୍‌ରେ ଥିବା ୮ ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ୨ଟି ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । ୨୦୦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଗ୍ରାଉଣ୍ଡରେ ପହଞ୍ଚିଛନ୍ତି NDRF, ODRAF ଓ ଅଗ୍ନିଶମ ବାହିନୀ । ବିଭାଗ ୱାରୀ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ରାଜସ୍ଵ ମନ୍ତ୍ରୀ । ତେବେ ଲୋକଙ୍କୁ ବିଚଳିତ ନ ହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

କଚ୍ଚା ଘର ଥିବା ଲୋକ ନିକଟ ଆଶ୍ରୟସ୍ଥଳୀ ବା ସ୍କୁଲକୁ ଯିବାକୁ କୁହାଯାଇଛି । ବୟସ୍କ, ମହିଳା, ଶିଶୁଙ୍କୁ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ଖୋଲା ଯାଇଛି । କଣ୍ଟ୍ରୋଲ ରୁମ୍ ଖୋଲା ଅଛି, ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଙ୍ଗନବାଡ଼ି ହିତାଧିକାରୀଙ୍କ ଘରକୁ ଶୁଖିଲା ଖାଦ୍ୟ ପହଞ୍ଚାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି ।

Related Topics

Explore more stories

Sponsored
Cyclone Montha Turns Severe: Red Alert for South Odisha as Storm Nears Andhra Coast | Argus News | Argus News