|
logo
Live
Argus News App
GET APP

Argus News - ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଅବପାତରେ ପରିଣତ ହେବ !

Weather & Calamities

Low Pressure / ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଅବପାତରେ ପରିଣତ ହେବ !

Rashmita Mishra
Browse all articles by Rashmita Mishra
·4 months ago·2 min read
ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଅବପାତରେ ପରିଣତ ହେବ  !

Key Points

ବଢ଼ିଲା ବାତ୍ୟା ସମ୍ଭାବନା
ଓଡ଼ିଶାକୁ ପୁଣି ବାତ୍ୟା ବିପଦ
ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା
ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ

ଓଡ଼ିଶାକୁ ପୁଣି ବାତ୍ୟା ବିପଦ । ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ । ଭାରତୀୟ ପାଣିପାଗ ବିଭାଗ ଏ ନେଇ ରିପୋର୍ଟ ଦେଇଛି । ଏହାର ପ୍ରଭାବରେ ସମୁଦ୍ରରେ କେତେ ବେଗରେ ପବନ ବୋହିବ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପବନର ଘଣ୍ଟା ପ୍ରତି ବେଗ ରହିବ ସେ ନେଇ ମଧ୍ୟ ପାଣିପାଗ ବିଭାଗ ରିପୋର୍ଟ ଦେଇଛି । ୨୫ ତାରିଖ ସନ୍ଧ୍ୟାରୁ ୫୦-୬୦ କିମି ସର୍ବାଧିକ ୭୦ କିମି ରହିବ ପବନର ବେଗ । ୨୬ ତାରିଖ ସକାଳୁ ୬୦ରୁ ୭୦ କିମି ସର୍ବାଧିକ ୮୦ କିମି ବେଗରେ ବୋହିବ ପବନ । ୨୭ ତାରିଖ ସକାଳରୁ ୮୦ ରୁ ୯୦ କିମି ସର୍ବାଧିକ ୧୦୦ କିମି ରହିବ ପବନର ବେଗ ।

ଗତକାଲି ମଲାକ୍କା ସମୁଦ୍ର ସନ୍ଧି ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଦକ୍ଷିଣ ପୂର୍ବ ଆରବ ସାଗର ଓ କୋମରିନ ପାର୍ଶ୍ଵବର୍ତ୍ତୀ ବିଷୁବରେଖା ଅଞ୍ଚଳ ଉପରେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ଥିବା ରିପୋର୍ଟ ଆସିଥିଲା । ଏବେ ପାଣିପାଗ ବିଭାଗ ରିପୋର୍ଟ ଦେଇଛି ଗୋଟିଏ ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଘୂର୍ଣ୍ଣୟମାନ ବାୟୁର ସଂଚାଳନ ଓ ଏକତ୍ରିକରଣରେ ବୃଦ୍ଧି ତଥା ଏହାର ଘନୀଭୂତ ପ୍ରକ୍ରିୟା ତୀବ୍ର ହେବାର ସମ୍ଭାବନା ରହିଛି ।

ସେପଟେ ଭିନ୍ନ ଭିନ୍ନ ପାଣିପାଗ ମଡେଲ ମଧ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛନ୍ତି । ଯାହା ପୁଣି ରାଜ୍ୟବାସୀଙ୍କ ମନରେ ଛନକା ପଶାଇ ଦେଇଛି । ଏବେ ସୁଦ୍ଧା ଆସିଥିବା ଖବର ଅନୁସାରେ ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଅବପାତର ରୂପ ନେବ । ଆମେରିକୀୟ ପାଣିପାଗ ମଡେଲ୍ GFS ରିପୋର୍ଟ ଅନୁସାରେ ୨୬ ତାରିଖରେ ସୃଷ୍ଟି ହୋଇପାରେ ବାତ୍ୟା ।

ଡିସେମ୍ବର ୨ ତାରିଖରେ ଏହା ଓଡ଼ିଶା ଉପକୂଳରେ ମାଡ଼ ହେବ। ଆଉ ଏକ ପାଣିପାଗ ମଡେଲ୍ ECMWF ଅନୁସାରେ ଦକ୍ଷିଣ - କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୫ରୁ୨୬ ଭିତରେ ସୃଷ୍ଟି ହେବ ବାତ୍ୟା । ଡିସେମ୍ବର ୧-୨ ତାରିଖ ବେଳକୁ ଓଡ଼ିଶା ଉପକୂଳ ଛୁଇଁ ଅତିକ୍ରମ କରିବ। ପାଣିପାଗ ମଡେଲ୍ ସ୍କାଏମେଟର ଆକଳନ ଅନୁସାରେ ବାତ୍ୟା ତାମିଲନାଡୁ-ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ ।

ପାଣିପାଗ ବିଶେଷଜ୍ଞ ବିଶ୍ଵଜିତ ସାହୁଙ୍କ ଆକଳନ ଅନୁସାରେ ମାଲାସ୍କା ସହ ଶ୍ରୀଲଙ୍କା ଉପକୂଳରେ ବି ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ସେପଟେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଅନୁସାରେ ବାତ୍ୟା ନେଇ ୨୫ ବା ୨୬ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ । ବାତ୍ୟାର ଗତିପଥ ଏବଂ ଓଡ଼ିଶା ଉପରେ ପ୍ରଭାବ ନେଇ ଆଉ ଗୋଟିଏ ଦିନ ପରେ ଜଣାପଡ଼ିବ। ତେବେ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । କିନ୍ତୁ ୧୦୦ ବର୍ଷର ରେକର୍ଡ କହୁଛି ନଭେମ୍ବର ୧୫ ପରେ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେଲେ ତାର ପ୍ରଭାବ ଓଡିଶା ଉପରେ ପଡ଼ିନାହିଁ ।

ଅଧିକ ପଢ଼ନ୍ତୁ ପାଣିପାଗ ସମ୍ପର୍କିତ ଖବର ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Low Pressure: ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଅବପାତରେ ପରିଣତ ହେବ ! | Argus News