Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟରେ ରାତିର ତାପମାତ୍ରା ଖସିଛି... ବଢ଼ିଛି ଶୀତ

Weather & Calamities

Weather Update / ରାଜ୍ୟରେ ରାତିର ତାପମାତ୍ରା ଖସିଛି... ବଢ଼ିଛି ଶୀତ

Rashmita Mishra
Browse all articles by Rashmita Mishra
·6 months ago·2 min read
ରାଜ୍ୟରେ ରାତିର ତାପମାତ୍ରା ଖସିଛି... ବଢ଼ିଛି ଶୀତ

Key Points

ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ପ୍ରବଳ ଥଣ୍ଡା । ଦୁଇ ଦିନ ହେଲା ରାଜ୍ୟରେ ରାତିର ତାପମାତ୍ରା ଖସି ବଢ଼ିଛି ଶୀତ  ।

ଫେରିଲା ଶୀତ... ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ପ୍ରବଳ ଥଣ୍ଡା । ଦୁଇ ଦିନ ହେଲା ରାଜ୍ୟରେ ରାତିର ତାପମାତ୍ରା ଖସୁଛି । ରବିବାର ରାତିର ତାପମାତ୍ରାଠୁ ସୋମବାର ରାତି ତାପମାତ୍ରା ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ କମିଛି । ଶୀତ ମଧ୍ୟ ଅନୁଭୂତି ହେଲାଣି । ଆଗକୁ ଆହୁରି କମିବାର ସମ୍ଭାବନା ରହିଛି । ମଙ୍ଗଳବାର ୧ ଡିଗ୍ରୀ ତାପମାତ୍ରା ଖସିବାର ସମ୍ଭାବନା ରହିଛି । ବୁଧବାର ତାପମାତ୍ରା ୨ ଡିଗ୍ରୀ ବଢ଼ିବ । କିନ୍ତୁ ଆସନ୍ତା ୭ ତାରିଖରୁ ପୁଣି ଶୀତ ବଢ଼ିବ ।

୮ ତାରିଖରେ କନ୍ଧମାଳର ଅନେକ ଅଞ୍ଚଳରେ ତାପମାତ୍ରା ୧୩ ଡିଗ୍ରୀକୁ ଖସିବାର ସମ୍ଭାବନା ରହିଛି । ରାଉରକେଲାରେ ୧୪ ଡିଗ୍ରୀ, ସମ୍ବଲପୁରରେ ୧୬ ଡିଗ୍ରୀ, ଗଜପତିରେ ୧୫ ଡିଗ୍ରୀ ରାତି ତାପମାତ୍ରା ହେବ । ଉପକୂଳ ଓଡ଼ିଶାରେ ବି ଶୀତ ବଢ଼ିବ ବୋଲି କୃଷି ପାଣିପାଗ ବିଶାରଦ ଡ. ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଗତ ଦୁଇ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ । କିନ୍ତୁ ଆଗାମୀ ୬ରୁ ୭ ଦିନ ଯାଏଁ ରାଜ୍ୟର ରାତିର ତାପମାତ୍ରାରେ କୌଣସ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ଭୁବନେଶ୍ୱରର ଆଗାମୀ ୨୪ ଘଣ୍ଟା ଯାଏ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ରହିବ । ଆକାଶ ଆଶିଂକ ଭାବେ ମେଘୁଆ ରହିବ । ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ତାପମାତ୍ରା ସ୍ୱାଭାବିକ ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ସ୍ୱଭାବିକ ରହିବ ।
ରବିବାର ଦାରିଙ୍ଗବାଡ଼ିର ରାତିର ତାପମାତ୍ରା ୧୮ ଡିଗ୍ରୀ ଥିବା ବେଳେ ସୋମବାର ଏହା ୩ ଡିଗ୍ରୀ ଖସି ୧୫ ଡିଗ୍ରୀ ହୋଇଛି । ସେହିପରି ଫୁଲବାଣୀର ତାପମାତ୍ରା ୧୮.୫ ଡିଗ୍ରୀରୁ ଖସି ସୋମବାର ୧୫ ଡିଗ୍ରୀ ହୋଇଛି । କୋରାପୁଟର ତାପମାତ୍ରା ୧୬ ଡିଗ୍ରୀ ଥିବା ବେଳେ ଏହାର ୧୫.୪ ଡିଗ୍ରୀ ହୋଇଛି । ରାଜ୍ୟର ୯ଟି ସ୍ଥାନର ସୋମବାର ରାତିର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା ।

ଅକ୍ଟୋବର ରୁ ନଭେମ୍ବର ବାତ୍ୟାର ମାସ ହୋଇଥିବା ବେଳେ ବିଭିନ୍ନ ପାଣିପାଗ ନିୟାମକକୁ ନେଇ ଆଦ୍ରତାର ମାତ୍ରା ଅଧିକ ରହୁଛି। ଯେଉଁଥିପାଇଁ ବର୍ତ୍ତମାନ ମଧ୍ୟ ସହର ମାନଙ୍କରେ ଗୁଳୁଗୁଳି ଅନୁଭୂତ ହେଉଛି। ତେଣୁ ନିୟାମକ ଗୁଡିକର ପରିସମାପ୍ତି ସହ ଆଦ୍ରତାର ପରିମାଣ କମିଲେ ରାଜ୍ୟରେ କମିବ ରାତି ତାପମାତ୍ରା । ଏବଂ ଅନୁଭବ ହେବ ଶୀତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Update | Night Temperature Drops Across Odisha | Winter Chill Intensifies Across the State | Argus News