Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather / ଶୀତରେ ଥରୁଛି ରାଜ୍ୟ, ଭୁବନେଶ୍ୱରରେ ୧୫ ଡିଗ୍ରୀ ତଳେ ପାରଦ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଶୀତରେ ଥରୁଛି ରାଜ୍ୟ, ଭୁବନେଶ୍ୱରରେ ୧୫ ଡିଗ୍ରୀ ତଳେ ପାରଦ
Weather

Key Points

ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ
ରାଜ୍ୟରେ ଜାଡ଼ ଶୀତ
ଭୁବନେଶ୍ୱରରେ ୧୫ ଡିଗ୍ରୀ ତଳେ ପାରଦ
ରାଜ୍ୟରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି । କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହୁଛି । ସକାଳ ସନ୍ଧ୍ୟାରେ ଘନ କୁହୁଡ଼ି ଛାଇ ରହୁଥିବାରୁ ଦୃଶ୍ୟମାନ ଦୂରତା କମ୍ ରହୁଛି । ଜନସାଧାରଣ ଏବଂ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍‍ ଓ ଛୋଟ ବଡ଼ ଯାନବାହନ ବିଳମ୍ବରେ ଚାଲୁଥିବାରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି । ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ହେଉଛି । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ । ଦେହ, ହାତ ଥରିଯାଉଛି ।

ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଜାଡ଼ ଶୀତ । ଭୁବନେଶ୍ୱରରେ ୧୫ ଡିଗ୍ରୀ ତଳେ ପାରଦ । ଆଗାମୀ ଦିନରେ ଆହୁରି ୧-୨ ଡିଗ୍ରୀ ତାପମାତ୍ରାରେ ହ୍ରାସ ସମ୍ଭାବନା। ୨ ଡିସେମ୍ବର ସୁଦ୍ଧା ୨୦ ଡିଗ୍ରୀ ହ୍ରାସ ପାଇଛି। ୩ ଡିସେମ୍ବର ୧୬.୪ ଡିଗ୍ର॥ ୪ ଡିସେମ୍ବର ୧୫.୮ ଡିଗ୍ରୀ । ୫ ଡିସେମ୍ବର ୧୪ ଡିଗ୍ରୀ । ୬ ଡିସେମ୍ବର ୧୩ ଡିଗ୍ରୀ ରହିଥିବା ବେଳେ ଗତକାଲି । ଫୁଲବାଣୀରେ ୮.୫। ଅନୁଗୁଳରେ ୯.୮। କୋରାପୁଟ ୧୦.୮। ବାରିପଦା ୧୧.୫। ବଲାଙ୍ଗୀର ୧୧.୮ । କଟକ ୧୨.୪। ଟିଟିଲାଗଡ଼ ୧୩.୫ ତାପମାତ୍ରା ରେକର୍ଡ କରାଯାଇଥିଲା ।

ରାଜ୍ୟରେ ଏଭଳି ଥଣ୍ଡା ଜାରି ରହିବ । ୯ ଓ ୧୦ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଟ୍ରଫ୍ଲାଇନ୍ ରହିପାରେ । ତଥାପି ପ୍ରବଳ ଥଣ୍ଡା ହେବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଏଠାରେ ରାତି ତାପମାତ୍ରା ୮.୫ ଡିଗ୍ରୀ ରହିଥିଲା ।

ଏଥିସହ ପଢ଼ନ୍ତୁ: ଓଃ କି ଶୀତ, ଥରୁଛି ଶ୍ରୀନଗର

କନ୍ଧମାଳ ଜିଲ୍ଲାରେ ପାରଦ ତାଳମୁହାଁ । ଗତ କିଛି ଦିନ ହେବ ପାରଦ ଖସିବାରେ ଲାଗିଛି l ପ୍ରବଳ ଜାଡ଼ ଯୋଗୁଁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି । ସକାଳୁ ଘନ କୁହୁଡ଼ି ଯୋଗୁଁ ରାସ୍ତା ଭଲରେ ଦୃଶ୍ୟମାନ ହେଉନାହିଁ । ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି । ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି । ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଗାଁରେ ଶୀତ ପାଇଁ ଲୋକେ ନିଆଁ ପୁଆଁଉଥିବା ଦେଖିବାକୁ ମିଳୁଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Weather | Odisha Shivers in Cold Wave, Bhubaneswar Temperature Drops Below 15°C | Argus News | Argus News