|
logo
Live
Argus News App
GET APP

Argus News - ସନ୍ଧ୍ୟାରେ ଗୋପାଳପୁର ନିକଟରେ ଅତିକ୍ରମ କରିବ ଗଭୀର ଅବପାତ, ଭୀଷଣ ବର୍ଷା ଜାରି

Weather & Calamities

Heavy Rain / ସନ୍ଧ୍ୟାରେ ଗୋପାଳପୁର ନିକଟରେ ଅତିକ୍ରମ କରିବ ଗଭୀର ଅବପାତ, ଭୀଷଣ ବର୍ଷା ଜାରି

Sushanta Sahoo
Browse all articles by Sushanta Sahoo
·6 months ago·2 min read
ସନ୍ଧ୍ୟାରେ ଗୋପାଳପୁର ନିକଟରେ ଅତିକ୍ରମ କରିବ ଗଭୀର ଅବପାତ, ଭୀଷଣ ବର୍ଷା ଜାରି

Key Points

ଆଜି ପାଇଁ ଓଡ଼ିଶାର ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପୁରୀ, ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଭୀଷଣ ବର୍ଷା ସହ ଘଣ୍ଟା ପ୍ରତି ୪୯ରୁ ୫୦ କିମି ବେଗରେ ପବନ ବହିବା ନେଇ ରେଡ୍ ଆଲର୍ଟ ରହିଛି ।

ଭୁବନେଶ୍ଵର: ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଏହା ବିଗତ ୬ ଘଣ୍ଟା ହେଲା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାକୁ ୧୮ କିଲୋମିଟର ବେଗରେ ଗତି କରୁଛି ।


ଏବେ ଗଭୀର ଅବପାତଟି ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୯୦ କିମି ଦୂରରେ ରହିଥିବା ବେଳେ ପୁରୀଛଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୧୪୦ କିଲୋମିଟର ଏବଂ ପାରାଦୀପ ଠାରୁ ପୂର୍ବ-ଉତ୍ତରପୂର୍ବରେ ୨୪୦ କିଲୋମିଟର ଦୂରରେ ରହିଛି ।


ଏଥିସହ ପଢ଼ନ୍ତୁ: ଲଘୁଚାପ ଜନିତ ବର୍ଷା ଜାରି, ଫିକା ପଡ଼ିଲା ଦଶହରା


ଗଭୀର ଅବପାତଟି କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଏବଂ ଆନ୍ଧ୍ର ଉପୂକଳ ମଧ୍ୟରେ ଗୋପାଳପୁର ନିକଟରେ ଗୁରୁବାର ସନ୍ଧ୍ୟାରେ ଅତିକ୍ରମ କରିବ । ଏହା ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି । ସେପଟେ ଓଡ଼ିଶା ଉପରେ ଏବେ ସକ୍ରିୟ ରହିଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜି ପାଇଁ ଓଡ଼ିଶାର ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପୁରୀ, ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଭୀଷଣ ବର୍ଷା ସହ ଘଣ୍ଟା ପ୍ରତି ୪୯ରୁ ୫୦ କିମି ବେଗରେ ପବନ ବହିବା ନେଇ ରେଡ୍ ଆଲର୍ଟ ରହିଛି । ସେହିଭଳି ପ୍ରବଳ ବର୍ଷା ସହ ପବନ ନେଇ ଜଗତସିଂହପୁର, ଖୋର୍ଦ୍ଧା, କଟକ, ବଲାଙ୍ଗିର, ସୋନପୁର, ବୌଦ୍ଧ, ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, ଅନୁଗୁଳ, ଯାଜପୁର ଓ କେନ୍ଦ୍ରାପଡ଼ାକୁ ଅରେଞ୍ଜ ଆଲର୍ଟ ରହିଛି । ଅନ୍ୟ ଜିଲ୍ଲା ଗୁଡ଼ିକୁ ବର୍ଷା ନେଇ ଜାରି ହୋଇଛି ୟେଲୋ ଆଲର୍ଟ ।


ଅବପାତ ପ୍ରଭାବରେ ବର୍ଷା ଆସନ୍ତାକାଲି ଶୁକ୍ରବାର ମଧ୍ୟ ଲାଗି ରହିବ । ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ଅନ୍ୟ ଜିଲ୍ଲାରେ ବଜ୍ରପାତ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର ।


ଏଥିସହ ପଢ଼ନ୍ତୁ: ପ୍ରବଳ ଛେଚିବ, କେମିତି ବୁଲିବେ ପୂଜା ପେଣ୍ଡାଲ୍ ?


ଆନ୍ଧ୍ର ସହ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିଛି । ତେଣୁ ୩ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଶୁକ୍ରବାର ପରେ ଓଡ଼ିଶାରେ ବର୍ଷା ନେଇ କୌଣସି ସତର୍କ ସୂଚନା ନାହିଁ ।

Related Topics

Explore more stories

Sponsored
Heavy Rain: ସନ୍ଧ୍ୟାରେ ଗୋପାଳପୁର ନିକଟରେ ଅତିକ୍ରମ କରିବ ଗଭୀର ଅବପାତ, ଭୀଷଣ ବର୍ଷା ଜାରି | Argus News