Cyclone Ditwah / ବାତ୍ୟା ପରେ ଶ୍ରୀଲଙ୍କାରେ ପ୍ରଳୟଙ୍କରୀ ବନ୍ୟା; ୨ ଦଶନ୍ଧିରେ ସବୁଠାରୁ ଖରାପ ସ୍ଥିତି
·4 months ago·2 min read

Key Points
ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଶ୍ରୀଲଙ୍କାରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ଯେତେବେଳେ କି ୧୩୦ ଜଣ ନିଖୋଜ ଅଛନ୍ତି ।
କଲମ୍ବୋ: ବାତ୍ୟା 'ଡିଟୱା' ପରେ ଶ୍ରୀଲଙ୍କାରେ ବନ୍ୟା ସ୍ଥିତି । ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଶ୍ରୀଲଙ୍କାରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ଯେତେବେଳେ କି ୧୩୦ ଜଣ ନିଖୋଜ ଅଛନ୍ତି । ଶନିବାର ଏହି ସୂଚନା ଦେଇଛି ଶ୍ରୀଲଙ୍କାର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ।
ବାତ୍ୟା ପାଇଁ ଶ୍ରୀଲଙ୍କାରେ ୪୩ ହଜାର ୯୯୫ ଜଣଙ୍କୁ ସରକାରୀ ଆଶ୍ରୟ ସ୍ଥଳୀରେ ରଖା ଯାଇଛି । ସପ୍ତାହବ୍ୟାପି ବର୍ଷାରେ ଅଧିକାଂଶ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ସରକାରୀ ଅଧିକାରୀ । ବନ୍ୟା ବିପନ୍ନଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ୍ ଯୋଗାଇ ଦିଆଯାଉଛି ।
ଏଥିସହ ପଢ଼ନ୍ତୁ: ଶ୍ରୀଲଙ୍କାରେ ଭାରତର "ଅପରେସନ୍ ସାଗର ବନ୍ଧୁ"
ଶ୍ରୀଲଙ୍କା ଉପକୂଳରେ ମୃତ୍ୟୁର ତାଣ୍ଡବ ରଚିବା ପରେ ବାତ୍ୟା 'ଡିଟୱା' ଏବେ ଭାରତ ମୁହାଁ ହୋଇଛି । ଶ୍ରୀଲଙ୍କାରେ 'ଡିଟୱା' ଅଧିକ ପ୍ରଭାବ ଦେଖାଇଥିବାରୁ ଭାରତରେ ଅଧିକ କ୍ଷୟକ୍ଷତି କରିବା ଆଶଙ୍କା କମ୍ ରହିଛି ।
ସେନା ସହାୟତାରେ ଲୋକଙ୍କ ପାଖରେ ସରକାର ରିଲିଫ୍ ପହଞ୍ଚାଉଛନ୍ତି । ବାତ୍ୟା 'ଡିଟୱା' ପ୍ରଭାବରେ ଶ୍ରୀଲଙ୍କାରେ ସୋମବାର ଠାରୁ ପାଗ ବଦଳିଥିଲା । ବୁଧବାର ଶ୍ରୀଲଙ୍କାରେ ମାଡ଼ ହୋଇଥିଲା ବାତ୍ୟା 'ଡିଟୱା' । ଶନିବାର ଶ୍ରୀଲଙ୍କାର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । କେଲାଣି ନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଗୁରୁତ୍ଵ ଦେଉଛି ପ୍ରଶାସନ ।
ଶ୍ରୀଲଙ୍କାରେ ବାତ୍ୟା 'ଡିଟୱା' ପ୍ରଭାବରେ ଶତାଧିକ ମୃତ୍ୟୁକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, "ନୂଆଦିଲ୍ଲୀ, ଶ୍ରୀଲଙ୍କା ସହ ଛିଡ଼ା ହୋଇଛି । ଭାରତ ଆହୁରି ଅଧିକ ସହାୟତା ଦେବ ।"
ଏଥିସହ ପଢ଼ନ୍ତୁ: ଶ୍ରୀଲଙ୍କାରେ ଘୂର୍ଣ୍ଣିବାତ୍ୟା ‘ଡିଟୱା’ ପ୍ରଭାବ, ସହାୟତା ପହଞ୍ଚାଇଲା ଭାରତ
ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଅନୁସାରେ, ୨୦୦୩ ପରେ ଏବେ ପ୍ରଳୟଙ୍କରୀ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ୨୦୦୩ ଜୁନ୍ରେ ହୋଇଥିବା ବନ୍ୟାରେ ୨୫୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ବାତ୍ୟା 'ଡିଟୱା' ପରବର୍ତ୍ତୀ ବନ୍ୟାରେ ଶ୍ରୀଲଙ୍କାର ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି ।
ବାତ୍ୟା 'ଡିଟୱା' ପାଇଁ ଶୁକ୍ରବାର ଓ ଶନିବାର ଶ୍ରୀଲଙ୍କାର ବଜେଟ୍ ଆଲୋଚନା ବାତିଲ୍ କରାଯାଇଥିଲା । ସେହିଭଳି ଖରାପ ପାଗକୁ ଦେଖି କଲମ୍ବୋ ଷ୍ଟକ୍ ଏକ୍ସଚେଞ୍ଜ୍ ଟ୍ରେଡିଂ ସମୟକୁ ହ୍ରାସ୍ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories