|
logo
Live

Argus News - ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ପାରଦ

Weather & Calamities

Weather Update / ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ପାରଦ

Rashmita Mishra
Browse all articles by Rashmita Mishra
·4 months ago·2 min read
ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ପାରଦ

Key Points

ରାଜ୍ୟରେ ଶୀତ ଲହରୀ ।
ଶୀତରେ ଥରୁଛି ରାଜଧାନୀ । 
ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ପାରଦ । 
ଭୁବନେଶ୍ବରରେ ପୁଣି ତଳମୁହାଁ ପାରଦ ।
୩ ଦିନରେ ରାଜଧାନୀରେ ୧.୨ ଡିଗ୍ରୀ ଖସିଲା ପାରଦ । 

ଓଡ଼ିଶାରେ ଶୀତ ଲହରୀ ଆରମ୍ଭ ହୋଇଛି… ଅନେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ କମ୍ । ଜାଡ଼ରେ ଥୁରୁଥୁରୁ ରାଜଧାନୀ । ହଠାତ୍ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହୋଇଥିବାବେଳେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି ।

ଭୁବନେଶ୍ଵରରେ ପୁଣି ତଳମୁହାଁ ପାରଦ, ୩ ଦିନରେ ଖସିଲା ୧.୨ ଡିଗ୍ରୀ । ଆଜି ସକାଳ ୫ଟା ୩୦ରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ପବନର ଦିଗ ଉତ୍ତର-ପଶ୍ଚିମ ରହୁଥିବାରୁ ଆହୁରି ଖସିବ ତାପମାତ୍ରା । ସେପଟେ କଟକରେ ମଧ୍ୟ ସ୍ୱାଭାବିକଠାରୁ ୪.୩ ଡିଗ୍ରୀ କମ୍ ରେକର୍ଡ ହୋଇଛି ।

ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ । ରବିବାର ରାତିରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳରେ ଶୀତ ଲହରୀ ବହିପାରେ । ପାଣିପାଗ ବିଭାଗ ଶୀତକୁ ନେଇ ଏହି ପୂର୍ବାନୁମାନ କରିଛି ।

ଆକଳନ ଅନୁସାରେ, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ରାତି ତାପମାତ୍ରା ଖସିବା ସହ ଥଣ୍ଡା ଅନୁଭବ ହେବ । ଭୁବନେଶ୍ୱର ଓ କଟକରେ ପାରଦ ୧୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେମିଳିଗୁଡ଼ା ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୬.୫ ଡିଗ୍ରୀକୁ ଖସିଥିଲା । ଦାରିଙ୍ଗବାଡ଼ି ଓ ଜି ଉଦୟଗିରିରେ ୮ ଡିଗ୍ରୀ, ଫୁଲବାଣୀରେ ୯.୫ ଡିଗ୍ରୀ, ରାଉରକେଲାରେ ୧୦.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୦.୩ ଡିଗ୍ରୀ, ଅନୁଗୁଳରେ ୧୦.୬, ଚିପିଲିମାରେ ୧୦.୮, କିରେଇ ଓ କୋରାପୁଟରେ ୧୧.୩, ଭବାନୀପାଟଣାରେ ୧୧.୫ ଓ କେନ୍ଦୁଝରରେ ରାତି ତାପମାତ୍ରା ୧୧.୬ ଡିଗ୍ରୀ ରେକର୍ଡ ହୋଇଛି ।

ମୋଟ ୧୦ଟି ସହରରେ ପାରଦ ୧୨ ଡିଗ୍ରୀ ତଳକୁ ଖସିଥିଲା । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍ ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୬ ଡିଗ୍ରୀ ଖସିଛି ।

ତେବେ ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ନିଆଁ ପାଖରେ ବସି ରହୁଛନ୍ତି । ଏପରିକି ଘନ କୁହୁଡି ଯୋଗୁଁ ରାସ୍ତା ଘାଟ ମଧ୍ୟ ଠିକ୍ ସେ ଦେଖାଯାଉ ନାହିଁ । ପୂର୍ବ ବର୍ଷ ମାନଙ୍କରେ ତାପମାତ୍ରା ସୁନ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସି ଥିବା ନଜିର ଥିବା ବେଳେ ଚଳିତ ବର୍ଷ ପାରଦ ଆହୁରି ତଳକୁ ଖସିବାର ଅନୁମାନ କରାଯାଉଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Update : ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ପାରଦ | Argus News