ମଧ୍ୟ ପ୍ରଦେଶ, ଉଜ୍ଜୈନରେ ଥିବା ବାବା ମହାକାଳେଶ୍ବର ଜୋର୍ତିଲିଙ୍ଗ ଧାମ ବିଶ୍ବପ୍ରସିଦ୍ଧ ଅଟେ। ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ବାବାଙ୍କ ଦର୍ଶନ ପାଇଁ ଆସିଥାନ୍ତି। ମଣିଷ ଭଳି ତାଙ୍କର ସବୁ କର୍ମ ହୋଇଥାଏ। ତାଙ୍କୁ ଗରମ ବି ହୁଏ। ପୂଜାରୀଙ୍କ କହିବା ଅନୁସାରେ ସବୁ ଦେବତାଙ୍କଠୁ ଶିବଙ୍କୁ ଅଧିକ ଗରମ ହୁଏ କାରଣ ଶିବ ଏକ ମାତ୍ର ଭଗବାନ ଯିଏ ତାଙ୍କ କଣ୍ଠରେ ବିଷ ଧାରଣ କରିଥିଲେ। ସେଥିପାଇଁ ତାଙ୍କୁ ଅଧିକ ଗରମ ହୁଏ। ଆଉ ସେଥିପାଇଁ ସିଏ କୈଳାସରେ ବାସ କରନ୍ତି।
ବୈଶାଖ ମାସର ଆଗମନରୁ ଜ୍ୟେଷ୍ଠ ମାସର ଶେଷ ପର୍ଯ୍ୟନ୍ତ ଏହି ପରମ୍ପରା ଲାଗିରହିଥାଏ। ଏହି ଦୁଇ ମାସରେ ଗରମର ପ୍ରକୋପ ଅଧିକ ହୋଇଥିବାରୁ ବାବାଙ୍କୁ ଶାନ୍ତ କରିବା ପାଇଁ ତାଙ୍କ ମସ୍ତକ ଉପରେ ୧୧ଟି ନଦୀର ଜଳକୁ ୧୧ଟି ମାଠିଆରେ ରଖି ଅର୍ପଣ କରାଯାଇଥାଏ। ଏହି ନଦୀମାନେ ହେଲେ ଗଙ୍ଗା, ସିନ୍ଧୁ, ସରସ୍ୱତୀ, ଯମୁନା, ଗୋଦାବରୀ , ନର୍ମଦା, କାବେରୀ, ଶରାୟୁ , ଶିପ୍ରା ,ଗଣ୍ଡକୀ,। ବିଶ୍ବାସ ଯେ ସବୁ ତୀର୍ଥର ଜଳ ଭଗବାନଙ୍କ ଉପରେ ଚଢ଼ାଇବା ଦ୍ବାରା ସମସ୍ତଙ୍କ ମଙ୍ଗଳ ହୋଇଥାଏ।
ଆଜିଠାରୁ ବୈଶାଖ ମାସ ଆରମ୍ଭ ହୋଇଥିବାରୁ ଏହି ପରମ୍ପରା ଆରମ୍ଭ ହୋଇଛି। ଜୁନ ୨୨ ପର୍ଯ୍ୟନ୍ତ ଏହା ଲଗାତାର ବାବାଙ୍କ ମସ୍ତକରେ ପାଣି ସିଞ୍ଚନ କରିବ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର