ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : ଆଜି ବିଜେପିରେ ଯୋଗ ଦେଇପାରନ୍ତି ଭର୍ତ୍ତୃହରି ମହତାବ ! ଗତ ୨୨ ତାରିଖରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡି ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଭର୍ତ୍ତୃହରି ବିଜେପିରେ ସାମିଲ ହେବା ନେଇ ANI ସୂତ୍ରରୁ ସୂଚନା ମିଳିଛି ।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : ୬୦ ବର୍ଷରେ ମିସ ୟୁନିଭର୍ସର ଟାଇଟେଲ ଜିତିଲେ ଅଲେହାନ୍ଦ୍ରା ମରିସା ରୋଡ୍ରିଗ୍ଜ । ଏତେ ବୟସରେ ଏହି ଟାଇଟେଲ ଜିତିଥିବା ସେ ପ୍ରଥମ ମହିଳା ଅଟନ୍ତି । ପୂର୍ବରୁ ଭାରତର ମିସ ୟୁନିଭର୍ସ ଟାଇଟେଲ ସୁଷ୍ମିତା ସେନ୍ , ଲାରା ଦତ୍ର୍ ହରନାଜ ସାନ୍ଧୁ ଜିତି ଭାରତର ନାଁ ରୋଶନ କରିଥିଲେ । ହେଲେ ପ୍ରଥମଥର ପାଇଁ ମିସ ୟୁନିଭର୍ ବ୍ୟନର୍ସ ଏୟର୍ସ ୨୦୨୪ର ଟାଇଟେଲ ଜଣେ ୬୦ ବର୍ଷର ମହିଳା ଜିତିଛନ୍ତି । ସେ ହେଉଛନ୍ତି ଆର୍ଜେଣ୍ଟିନାର ଅଲେହେନ୍ଦ୍ରା ମରିସା ରୋଡ୍ରିଗ୍ଜ । ସେ ଜଣେ ସାମ୍ବାଦିକା ଏବଂ ଜଣେ ଓକିଲ ଅଟନ୍ତି ।
ଅଧିକ ପଢନ୍ତୁ : ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ
ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରେ ତାଙ୍କର ଦୃଢ ସଂକଳ୍ପ ଜଣାପଡେ । କାରଣ ଏହି ଟାଇଟେଲ ଜିତିବା ପରେ ଯେଉଁଥିରେ ସେ ଆଗାମୀ ମେ ୨୦୨୪ର ମିସ ୟୁନିଭର୍ସ ଅର୍ଜେଣ୍ଟିନାର ବ୍ୟୁନର୍ସ ଏୟର୍ସ ଚୟନ ପ୍ରତିଯୋଗୀତାର ପ୍ରତିନିଧିତ୍ବ କରିବାକୁ ପ୍ରସ୍ତୁତି କରୁଛନ୍ତି । ଯଜି ସେଥିରେ ସେ ବିଜୟୀ ହୁଅନ୍ତି ତେବେ ଷ୍ଟେଜରେ ଆର୍ଜେଣ୍ଟିନାର ପତାକା ଉଡାଇବେ । ୬୦ ବର୍ଷରେ ସେ ଏହି ମିସ ୟୁନିଭର୍ସ ଟାଇଟେଲ ଜିତି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ଅର୍ଗସ ବ୍ୟୁରୋ : କାଠ ଚୋରା ଚାଲାଣ ବେଳେ ବୋମାମାଡ଼ । କାଠ ମାଫିଆ ଓ ଗ୍ରାମବାସୀ ମୁହାଁ ମୁହିଁ । ଘଟଣା ଘଟିଛି ଗଞ୍ଜାମ ଧରାକୋଟ ଥାନା ବରିଗୁଡା ଜଙ୍ଗଲରେ । ବିଳମ୍ବିତ ତାରିରେ ୪ ଜଣ ଦୁର୍ବୃତ୍ତ ଶାଗୁଆନ କାଠ ଚୋରା ଚାଲାଣ ବେଳେ ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଧରା ପଡ଼ିଯିବା ଭୟରେ ଦୁଇଟି ବୋମା ମାଡ଼ କରି ଚମ୍ପଟ ମାରିଥିଲେ କାଠ ମାଫିଆ । ବୋମା ମାଡ଼ରେ ଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଧରାକୋଟ ପୋଲିସ ଓ ଧରାକୋଟ ବନପାଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।