ଅଧିକ ପଢନ୍ତୁ ଓଡ଼ିଶା ଖବର
ଧରା ପଡ଼ିଯିବା ଭୟରେ ଦୁଇଟି ବୋମା ମାଡ଼ କରି ଚମ୍ପଟ ମାରିଥିଲେ କାଠ ମାଫିଆ । ବୋମା ମାଡ଼ରେ ଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଧରାକୋଟ ପୋଲିସ ଓ ଧରାକୋଟ ବନପାଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅର୍ଗସ ବ୍ୟୁରୋ : କାଠ ଚୋରା ଚାଲାଣ ବେଳେ ବୋମାମାଡ଼ । କାଠ ମାଫିଆ ଓ ଗ୍ରାମବାସୀ ମୁହାଁ ମୁହିଁ । ଘଟଣା ଘଟିଛି ଗଞ୍ଜାମ ଧରାକୋଟ ଥାନା ବରିଗୁଡା ଜଙ୍ଗଲରେ । ବିଳମ୍ବିତ ତାରିରେ ୪ ଜଣ ଦୁର୍ବୃତ୍ତ ଶାଗୁଆନ କାଠ ଚୋରା ଚାଲାଣ ବେଳେ ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଧରା ପଡ଼ିଯିବା ଭୟରେ ଦୁଇଟି ବୋମା ମାଡ଼ କରି ଚମ୍ପଟ ମାରିଥିଲେ କାଠ ମାଫିଆ । ବୋମା ମାଡ଼ରେ ଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଧରାକୋଟ ପୋଲିସ ଓ ଧରାକୋଟ ବନପାଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅର୍ଗସ ବ୍ୟୁରୋ: ମୁଣ୍ଡକୁ ଛାତ, ମା ମାନଙ୍କୁ ଉଜ୍ଜଳା ଗ୍ୟାସ ଯୋଜନା , ଯୁବକ ଯୁବତୀଙ୍କୁ ନିଯୁକ୍ତି, ଚାଷୀଙ୍କୁ ନିଜର ହକ୍, ମାଗଣା ଚାଉଳ ଗହମ ଦେବାରେ ସଫଳ ହୋଇଛନ୍ତି ମୋଦି ସରକାର । ଯାହାର ପ୍ରଭାବ ଏବେ ସାରା ଓଡିଶାରେ ଦେଖିବାକୁ ମିଳୁଛି । ଶଙ୍ଖ ଛାଡି ପଦ୍ମ ମୁହାଁ ହେଉଛନ୍ତି ଜନତା । ମୋଦି ସରକାର ଯାହା କୁହନ୍ତି ତାହା କରି ଦେଖାନ୍ତି । ମୋଦି ଗ୍ୟାରେଣ୍ଟି ଉପରେ ଜନତାଙ୍କ ଆସ୍ଥା ଭାଜନ ହେଉଥିବା ବେଳେ ବିଜେଡି ଏହାକୁ ସହଜରେ ହଜମ କରିପାରୁନାହିଁନ୍ତି । କଣ କରିବେ ବୁଦ୍ଧି ବାଟ ଦେଖାଯାଉନାହିଁ ।
ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ବିଜେଡି ନେତା ମାନେ କଣ କରୁଛନ୍ତି ତାଙ୍କୁ ଜଣାପଡୁନି । ଏଇ ଯେମିତି ବିଜେଡି ନେତା ପାଣ୍ଡିଆନଙ୍କୁ ଦେଖନ୍ତୁ ନିଦରୁ ନଉଠୁଣୁ ପ୍ରେସମିଟ କରୁଛନ୍ତି । ବିଳିବିଳି ହୋଇ କିଛି ବି କହୁଛନ୍ତି । ବିଜେଡି ଭାଙ୍ଗିବାକୁ ବିଜେପିର ଷଡଯନ୍ତ୍ର ବୋଲି କହୁଛନ୍ତି । ଏଟା ପାଣ୍ଡିଆନଙ୍କ ଡର ନୁହେଁ ତ ଆଉ କଣ ?
ଅଧିକ ପଢନ୍ତୁ ରାଜନୀତି ଖବର
୨୪ବର୍ଷର ସ୍ଥିର ସରକାର ସ୍ଥିର ମୁଖ୍ୟମନ୍ତ୍ରୀ କିନ୍ତୁ କଣ ନିଜ ସଂଗଠନକୁ ମଜବୁତ କରିପାରିନାହାନ୍ତି । ନିଜ ସଂଗଠନ ମଜବୁତ ନାହିଁ କିନ୍ତୁ ଦୋଷ ଲଦିବାରେ ବ୍ୟସ୍ତ । ୨୪ବର୍ଷ ଧରି ଶାସନ କଲେ କିନ୍ତୁ ବିକାଶ କଥା ସାମ୍ଣାକୁ ଆସିଲା ବେଳକୁ ଫଳ ଶୁନ୍ । ପାଣ୍ଡିଆନ କହିଲେ, ନବୀନ ଓଡିଆ ଭାଷାକୁ ଆଗକୁ ନେବାକୁ ପ୍ରୟାସ କରୁଛନ୍ତି ।
୨୪ବର୍ଷ ଭିତରେ ଆଜି ବି ଗାଁକୁ ପାଣି ନାହିଁ , ରାସ୍ତା ନାହିଁ, ଲାଇଟ ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ରୋଜଗାର ନାହିଁ, ଡାକ୍ତର ନାହାନ୍ତି । ନାହିଁ ନାହିଁରେ ଚାଲିଥିବା ଓଡିଶାର କି ବିକାଶ ହୋଇଛି ... ଏଥର ପରିବର୍ତ୍ତନ ହେବ ଓଡିଶା । ଉଚିତ ଜବାବ ଦେବେ ଓଡିଶାବାସୀ । ବଦଳିବ ଓଡିଶାର ଭାଗ୍ୟ ...
ଅର୍ଗସ ବ୍ୟୁରୋ:ଖରାଦିନେ ସୂର୍ଯ୍ୟଙ୍କ କିରଣ ଆହୁରି ଶକ୍ତିଶାଳୀ ଥାଏ। ଖାଲି ଆଖିରେ ଘରୁ ବାହାରିବା କଷ୍ଟକର ହୋଇଯାଏ। ସେଥିପାଇଁ କିଛି ଲୋକେ ସନଗ୍ଲାସ ବ୍ୟବହାର କରିଥାନ୍ତି।ଯାହାଦ୍ବାରା ସୂର୍ଯ୍ୟଙ୍କର ଶକ୍ତିଶାଳୀ କିରଣ ଆଖି ଉପରେ ପଡ଼ିନଥାଏ ଏବଂ ଖରାରେ ଯିବା ଆସିବା କରିବା ସହଜ ହୋଇଯାଏ। ଏହା ଆଖିକୁ ସୂର୍ଯ୍ୟଙ୍କ ଅତିବାଇଗଣି ରଙ୍ଗ (UV) କିରଣ ଏବଂ ଉଜ୍ଜ୍ୱଳ ଆଲୋକରୁ ଆଖିକୁ ରକ୍ଷା କରିଥାଏ। ମାର୍କେଟରେ ଆଜିକାଲି ବହୁତ୍ ଧରଣର ସନଗ୍ଲାସ ମିଳୁଛି। କିନ୍ତୁ ଆପଣ କେମିତି ଜାଣିବେ କେଉଁ ସନଗ୍ଲାସ ଆଖି ପାଇଁ ଭଲ ?
ସଠିକ୍ ସନଗ୍ଲାସ ବାଛିବାର କିଛି ଟିପ୍ସ:
୧- ଶତପ୍ରତିଶତ UV ବ୍ଲକ୍ କରୁଥିବା ଚଷମା କିଣନ୍ତୁ
ସନ୍ ଗ୍ଲାସ କିଣିବା ସମୟରେ ନିଶ୍ଚିତ କରନ୍ତୁ ଯେ ସେମାନେ ଶତପ୍ରତିଶତ UV ରଶ୍ମିକୁ ଅବରୋଧ କରନ୍ତି ଏବଂ ସେମାନଙ୍କଠାରୁ ସୁରକ୍ଷା ପ୍ରଦାନ କରନ୍ତି। କେତେକ ଚଷମାରେ 400 NM ପର୍ଯ୍ୟନ୍ତ UV ଅବରୋଧ କରୁଥିବା ଦାବି କରାଯାଇଥାଏ କିନ୍ତୁ ସେଗୁଡ଼ିକ ମାତ୍ର 100 ପ୍ରତିଶତ UV କୁ ଅବରୋଧ କରିଥାନ୍ତି।
୨- ଖାଲି ଗାଢ଼ ରଙ୍ଗ ଦେଖି କିଣନ୍ତୁ ନାହିଁ
ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା ଯେ କେବଳ ଗାଢ଼ ରଙ୍ଗ ଚଷମା ଆଖିକୁ ଅଧିକ ରକ୍ଷା କରିଥାଏ। କେବଳ ଶତପ୍ରତିଶତ UV ସୁରକ୍ଷା ଦେଉଥିବା ଚଷମା ହିଁ UV କିରଣରୁ ରକ୍ଷା କରିଥାଏ ।
୩- ପୋଲାରାଇଜଡ୍ ଲେନ୍ସ କେବଳ ଚମକକୁ କମ କରିଥାଏ
ପୋଲାରାଇଜଡ୍ ଲେନ୍ସ ପାଣି କିମ୍ବା ସଡକ ପରି ପ୍ରତିଫଳିତ ପୃଷ୍ଠରୁ ପ୍ରତିଫଳିତ ଆଲୋକକୁ କମାଇବା ପାଇଁ ଡିଜାଇନ୍ କରାଯାଇଛି | ସେମାନେ UV ରୁ ରକ୍ଷୋ କରନ୍ତି ନାହିଁ। ସେଥିପାଇଁ ଏହା ଭାବିବା ଭୁଲ ଯେ ପୋଲାରାଇଜ ଲେନ୍ସ ଆପଣଙ୍କ ଆଖିକୁ UV କିରଣରୁ ରକ୍ଷା କରିଥାଏ। ଏଥିପାଇଁ, ଆପଣ ବଜାରରୁ UV ସୁରକ୍ଷା ଥିବା ପୋଲାରାଇଜଡ୍ ଲେନ୍ସର ଚଷମା କିଣି ପାରିବେ।
୪- ଉତ୍ତମମାନର ଲେନ୍ସ
ଉତ୍ତମମାନର ଲେନ୍ସ ବ୍ୟବହାର କରନ୍ତୁ। ବିନା ପ୍ରେସକ୍ରିପସନ୍ ରେ ଚଷମା କିଣିବା ପୂର୍ବରୁ କିଛି ଜିନିଷ ଉପରେ ଧ୍ୟାନ ଦେବା ଜରୁରୀ ଯେମିତିକି ଚଷମା ପିନ୍ଧି ଏକ ସମତଳ ସ୍ଥାନକୁ ଯାଆନ୍ତୁ ଏବଂ ଦେଖନ୍ତୁ ଚଟାଣ ଆପଣଙ୍କୁ ଉଚ୍ଚା କିମ୍ବା ନିଚ୍ଚା ଦେଖାଯାଉନି ତ? ଉଭୟ ଲେନ୍ସ ସମାନ ହୋଇଥିବା ଦରକାର ନା କି ଭିନ୍ନ ଭିନ୍ନ।
୫- ଚଷମା ଆକାର
ବଡ଼ ସାଇଜର ସନଗ୍ଲାସ କିଣନ୍ତୁ ଯାହାଦ୍ବାରା ସୂର୍ଯ୍ୟକିରଣରୁ ବାହାରୁଥିବା UV ଆପଣଙ୍କ ଆଖିକୁ ପହଁଞ୍ଚିପାରବ ନାହିଁ।
୬- ଚଷମାର ରଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ
ରଙ୍ଗୀନ ଲେନ୍ସ ଥିବା ଚଷମା ସୂର୍ଯ୍ୟ କିରଣକୁ ଅଧିକ ଅବରୋଧ କରିପାରେନାହିଁ। ତଥାପି, ବ୍ରାଉନ୍ କିମ୍ବା ଗୋଲାପି ରଙ୍ଗର ଲେନ୍ସ ଅଧିକ କଣ୍ଟ୍ରାସ୍ଟ୍ କିରଣ ଦେଇଥାଏ। ଗଲ୍ଫ କିମ୍ବା ବେସବଲ୍ ପରି କ୍ରୀଡ଼ାରେ ଆଥଲେଟ୍ସ ମାନେ ଏହି ଚଷମା ପିନ୍ଧିଥାନ୍ତି । ସନଗ୍ଲାସର ଲେନ୍ସରେ ଦର୍ପଣ ଫିନିଶର ଏକ ସ୍ତର ଥାଏ ଯାହା ଆଲୋକକୁ ଆଖିରେ ପ୍ରବେଶକୁ ରୋକିଥାଏ କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେଗୁଡ଼ିକ ସଂପୂର୍ଣ୍ଣ ଭାବେ ତୁମ ଆଖିକୁ UV ଆଲୋକରୁ ରକ୍ଷା କରନ୍ତି, ତେଣୁ ଚଷମାର ରଙ୍ଗ ଦେଖି ନୂହେଁ ବରଂ ସମ୍ପୂର୍ଣ୍ଣ ରୂପେ UV ଆଲୋକରୁ ରକ୍ଷା କରିପାରୁଥିବା ଭଳି ଚଷମା କିଣନ୍ତୁ।
୭- ଶସ୍ତା ଚଷମା ଠାରୁ ଦୂରେଇ ରୁହନ୍ତୁ
ଲୋକମାନେ ବଜାରରୁ ଶସ୍ତା ଚଷମା କିଣନ୍ତି।ବାସ୍ତବରେ, ଏହିପରି ଚଷମାଗୁଡ଼ିକରେ କେବଳ ଗାଢ଼ ରଙ୍ଗର ଗ୍ଲାସ୍ କିମ୍ବା ପ୍ଲାଷ୍ଟିକ୍ ଲେନ୍ସ ଲାଗିଥାଏ ଯାହା କୌଣସି ବି ପ୍ରକାରର UV କିରଣରୁ ରକ୍ଷା କରେନାହିଁ।
ଶରୀରର ସବୁଠାରୁ ସୁକ୍ଷ୍ମ ଅଙ୍ଗ ହେଉଛି ଆଖି ତେଣୁ ଆଖି ସହିତ ଜଡ଼ିତ ଥିବା ଛୋଟରୁ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର
ଅର୍ଗସ ବ୍ୟୁରୋ: ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ସାଲେପୁରର ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମିଶ୍ରଣ ପର୍ବରେ ସରକାରୀ କର୍ମଚାରୀ ଯୋଗ ଦେଇଥିବା ଅଭିଯୋଗ ହୋଇଛି । ସାଲେପୁର ହୋଇଥିବା ବିଜେଡିର ମିଶ୍ରଣ ପର୍ବରେ ରାଟୀଲୋ କଲେଜର କ୍ଳର୍କ ପର୍ଶୁରାମ ଶତପଥୀ, ପିଅନ ରଶ୍ମିରଞ୍ଜନ ପଣ୍ଡା ଉପସ୍ଥିତ ଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ବିଜେପି, କଂଗ୍ରେସ ଉଭୟେ ଦୁଇ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ଅଲଗା କାମ ପାଇଁ ସେଠାକୁ ଯାଇଥିବା ରାଟିଲୋ କଲେଜର କ୍ଳର୍କ ପର୍ଶୁରାମ ଶତପଥୀ କହିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: