ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ବଲିଉଡ୍ ଅଭିନେତ୍ରୀ ଡେଜି ଶାହ । ଦର୍ଶନ ପରେ ବଲିଉଡର ଜୟ ହୋ ଫେମ୍ ଡେଜି ଅତ୍ୟନ୍ତ ଭବବିହ୍ୱଳ ହୋଇଥିବାର ନଜର ଆସିଥିଲା । ଦର୍ଶନ ପ୍ରତିକ୍ରିୟା କହିବାକୁ ଡେଜିଙ୍କ ପାଟିରୁ ଶବ୍ଦ ବାହାରି ନଥିଲା । ଏ ଦର୍ଶନ ଶ୍ରୀମନ୍ଦିରରେ ତାଙ୍କର ପ୍ରଥମ ଦର୍ଶନ ଥିଲା ଡେଜି କହିଥିଲେ। ଜଣେ ଭାରତୀୟ ନାରୀ ହିସାବରେ ସେ ପୂଜକ ମାନଙ୍କର ପାଦ ଛୁଇଁ ପ୍ରଣାମ କରିଥିବାର ଦେଖାଯାଇଥିଲା । ଆଗକୁ ଏକ ୱେବ୍ ସିରିଜ୍ ରେ ସେ ନିଜକୁ ବ୍ୟସ୍ତ ରହିଛନ୍ତି ବୋଲି କହିବା ସହ ଖୁବ୍ କମ ସମୟ ଅର୍ଥାତ୍ ମାତ୍ର ୪ ମାସ ମଧ୍ୟରେ ପୁଣିଥରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିବେ ବୋଲି କହିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସଂକଟରେ ଓଡ଼ିଆ ଭାଷା, ବିପଦରେ ଅସ୍ମିତା, ଦିଲ୍ଲୀରେ ସାକ୍ଷାତକାରରେ କହିଥିଲେ ପ୍ରଧାନମନ୍ତ୍ରୀ। ଆଉ ଓଡ଼ିଶା ମାଟିକୁ ଆସି ଓଡ଼ିଆ ଭାଷା ଓ ସଂସ୍କୃତିକୁ ହିଁ ସବୁଠୁ ବେଶୀ ଗୁରୁତ୍ବ ଦେଲେ ମୋଦି। ଇଏ ମୋଦି ଗ୍ୟାରେଣ୍ଟି, ଓଡ଼ିଶାରେ ପ୍ରଥମ ଥର ହେବ ଡବଲ୍ ଇଞ୍ଜିନ ସରକାର। ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ହେଲେ ଓଡ଼ିଆ ସଂସ୍କୃତିକୁ ବୁଝୁଥିବା, ଓଡ଼ିଆ ସଂସ୍କୃତିକୁ ବଞ୍ଚୁଥିବା, ଓଡ଼ିଆ ସଂସ୍କୃତି ଉପରେ ଗର୍ବ କରୁଥିବା ଏବଂ ଓଡ଼ିଆ ସଂସ୍କୃତି ପାଇଁ ସମର୍ପିତ ବ୍ୟକ୍ତି ହିଁ ହେବ ବିଜେପିର ମୁଖ୍ୟମନ୍ତ୍ରୀ।
ପ୍ରବଳ ଜନସମାଗମ ଭିତରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପହାର ଆଣିଥିବା କୁନି ପିଲାଙ୍କ ଉପରେ ପଡ଼ିଲା ମୋଦିଙ୍କ ନଜର। ସେମାନଙ୍କଠାରୁ ଫଟୋ ସଂଗ୍ରହ କରିବାକୁ କହିଲେ ମୋଦି। ଏଥିସହ ଠିକ୍ ଭାବେ ଓଡ଼ିଆ ଭାଷା କହିପାରୁନଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ। ଭାଷଣ ମଝିରେ ବାରମ୍ବାର ଓଡ଼ିଆ କହୁଥିଲେ ପ୍ରଧାନମନ୍ତ୍ରୀ। କିନ୍ତୁ ଓଡ଼ିଶାର 25 ବର୍ଷର ମୁଖ୍ୟମନ୍ତ୍ରୀ ଓଡିଆ ଜାଣିନାହାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଅନନ୍ୟ ସମ୍ପର୍କ । ଗୁଜରାଟର ଅହମ୍ମଦାବାଦରେ ରହିଛି ଜଗନ୍ନାଥଙ୍କ ବଡ଼ ମନ୍ଦିର। ମୁଖ୍ୟମନ୍ତ୍ରୀ ଥିବାବେଳେ ଦୀର୍ଘ ବର୍ଷ ଧରି ସେଠାକାର ରଥଯାତ୍ରାରେ ଛେରାପହଁରା କରୁଥିଲେ ମୋଦି। ଆଉ ଇଏ 11 ବର୍ଷ ତଳର ଦୃଶ୍ୟ। 2013 ସେପ୍ଟେମ୍ବର 13 ତାରିଖରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥିଲେ ନରେନ୍ଦ୍ର ମୋଦି।
ଆଉ ଏହାର ମାସକ ପୂର୍ବରୁ 2016 ଜୁଲାଇ 16ରେ ଓଡ଼ିଶା ଆସି ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ ପ୍ରଧାନମନ୍ତ୍ରୀ। ସେତେବେଳେ ବି ଓଡ଼ିଆରେ ବକ୍ତବ୍ୟ ରଖିଥିଲେ ମୋଦି। ମୋଦିଙ୍କ ଉପରେ ଲଗାତାର ରହିଛି ଜଗନ୍ନାଥଙ୍କ ଆଶୀର୍ବାଦ। ଏଥିପାଇଁ ତ ନିଜକୁ ଜଗନ୍ନାଥଙ୍କ ପୁତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଥଣ୍ଡା ବିଅର ପିଇବାକୁ ଅନେକ ଲୋକ ବେଶ ପସନ୍ଦ କରନ୍ତି । କିନ୍ତୁ କେତେବେଳେ ଭାବିଛନ୍ତି ଏହି ଥଣ୍ଡା ବିଅର ପିଇବାକୁ କଣ ପାଇଁ ଏତେ ବେଶି ଭଲଲାଗେ । କଣ ପାଇଁ ଏହି ଥଣ୍ଡା ବିଅରର ସ୍ଵାଦ ଲୋକଙ୍କୁ ବେଶି ଭଲ ଲାଗେ ? ଏହି ଉପରେ ରିସର୍ଚ୍ଚ କରୁଥିବା ଅନୁସନ୍ଧାନକାରୀମାନେ ମତ ଦେଇଛନ୍ତି , ମଦ୍ୟପାନକାରୀ ପାନୀୟରେ ଥିବା ଜଳ ଏବଂ ଇଥାନଲ ଅଣୁଗୁଡ଼ିକର ଆଚରଣ ଅଧ୍ୟୟନ କରିବା ପରେ କହିଛନ୍ତି ଥଣ୍ଡା ବିଅରର ସ୍ବାଦ କଣ ପାଇଁ ବେଶି ଭଲ ଲାଗେ ।
ଅଧ୍ୟୟନରୁ ଜଣାପଡିଛି ଯେ, ଇଥାନୋଲ ଅଣୁ ଗୁଡିକର ସ୍ଵାଦ ପାଣିର ତାପମାତ୍ରାନୁସାରେ ବଦଳିଥାଏ । ଅଧ୍ୟୟନ କରୁଥିବା ଲେଖକ ପ୍ରଫେସର ଲି ସିୟୋନ୍ କହିଛନ୍ତି, ଥଣ୍ଡା ବିଅରକୁ ଅଧିକ ପସନ୍ଦ କରାଯାଏ । କମ ତାପମାତ୍ରା ବା ଥଣ୍ଡା ଥିବା ବିୟରର ସ୍ଵାଦ ପାନୀୟକାରୀଙ୍କୁ ବେଶ୍ ଭଲ ଲାଗିଥାଏ । ବିଅରରେ ଥିବା ପାଣି ଓ ଇଥାନଲ ଅଣୁ ଗୁଡିକ ବିଭିନ୍ନ ତାପମାତ୍ରା ଭିନ୍ନ ସ୍ଵାଦ ଦେଇଥାଏ । ଇଥାନଲ ଅଣୁ ଗୁଡିକ ବିଭିନ୍ନ ପାନୀୟରେ ତାପମାତ୍ରାନୁସାରେ, ଅଲଗା ଅଲଗା ସ୍ଵାଦ ଦେଇଥାଏ । ଯେତେବେଳେ ବିଅର ପରି କମ୍-ଆଲକୋହଲ୍ ପାନୀୟଗୁଡିକ ନିମ୍ନ ତାପମାତ୍ରାରେ ରଖାଯାଏ, ଇଥାନଲ୍ ଅଣୁଗୁଡ଼ିକ ଏକ ପିରାମିଡର ଆକାର ଧାରଣ କରନ୍ତି |
ଅଧିକ ପଢନ୍ତୁ ଜୀବନଶୈଳୀ ଖବର
ଅନ୍ୟ ପଟେ, ଯଦି ଉଚ୍ଚ ମଦ୍ୟପାନକାରୀ ପାନୀୟର ତାପମାତ୍ରା ସାମାନ୍ୟ ଅଧିକ ଥାଏ, ତେବେ ସେଥିରେ ଥିବା ଇଥାନଲ ଅଣୁଗୁଡ଼ିକ ଶୃଙ୍ଖଳା ପରି ଆକୃତିଧାରଣ କରିଥାଏ । ଯେତେବେଳେ ତାପମାତ୍ରା ହ୍ରାସ ହୁଏ, ଇଥାନଲ୍ ଅଣୁଗୁଡ଼ିକ ଏକତ୍ର ହୋଇଯାଆନ୍ତି, ଯାହା ଥଣ୍ଡା ବିଅରର ସ୍ଵାଦକୁ ଭଲ କରିଥାଏ |
ଜଳବାୟୁ ପରିବର୍ତ୍ତନ ବିଅର ଉପରେ ବିଶେଷ ପ୍ରଭାବ ପକାଇଥାଏ :
ଅନୁସନ୍ଧାନରୁ ଜଣାପଡିଛି ଜଳବାୟୁ ପରିବର୍ତ୍ତନ ବିଅର ଉପରେ ବିଶେଷ ପ୍ରଭାବ ପକାଇଥାଏ । ପୃଥିବୀର ତାପମାତ୍ରା ଏବଂ ଅନ୍ୟାନ୍ୟ କାରଣଗୁଡିକ ବିଅର ତିଆରିରେ ବ୍ୟବହୃତ ହପ୍ ଫୁଲର ସଂଖ୍ୟା ଏବଂ ଗୁଣରେ ହ୍ରାସ ଘଟାଇପାରେ, ଯେଉଁ କାରଣରୁ ବିଅରର ସ୍ଵାଦ ବଦଳିଯାଇଥାଏ ।
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ବିଜେଡିକୁ ପ୍ରଧାନମନ୍ତ୍ରୀଙ୍କ ସିଧାସିଧା ହମଲା। ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଜେଡି ସରକାରର ଏକ୍ସପାରୀ ଡେଟ୍ ର କଲେ ଘୋଷଣା। କହିଲେ 4 ଜୁନରେ ଏକ୍ସପାରୀ ହେବ ବିଜେଡି ସରକାର। 6 ଜୁନରେ ସ୍ଥିର ହେବ କିଏ ବନିବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। ଆଉ ଜୁନ 10ରେ ହେବେ ରାଜ୍ୟର ପ୍ରଥମ ବିଜେପି ସରକାରର ଶପଥ ଗ୍ରହଣ ସମାରୋହ।
ପିଏମ୍ କହିଛନ୍ତି ଓଡ଼ିଶାରେ ବିଜେଡି ଅସ୍ତ। କଂଗ୍ରେସ ପସ୍ତ। ଲୋକେ ବିଜେପି ଉପରେ ଆଶ୍ବସ୍ତ। ଓଡ଼ିଶାରେ ବିଜେପି ଆଶାର ନୂଆ ସୂର୍ଯ୍ୟ ବନିକି ଆସିଛି। ରାଜ୍ୟକୁ 50 ବର୍ଷ କଂଗ୍ରେସ 25 ବର୍ଷ ବିଜେଡି ସରକାର ଶାସନ କରିଛି। ଓଡ଼ିଶା ପାଖରେ ପାଣି, ଉର୍ବର ଜମି, ଖଣିଜ ସମ୍ପଦ, ଲମ୍ବା ସମୁଦ୍ର ଉପକୂଳ ସବୁ ଥାଇ ବି ପୁଣି କଣ ଏପରି ହେଲା ଯେ ଏତେ ଧନୀ ଓଡ଼ିଶାର ଲୋକ ଗରିବ ରହିଗଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶା ପାଇଁ ବିଜେପି ଜାରି କରିଛି ଏକ ଦୂରଦର୍ଶୀ ସଂକଳ୍ପ ପତ୍ର। ଯେଉଁଥିରେ ରହିଛି ଯୁବବର୍ଗ ଓ ମହିଳାଙ୍କ ପାଇଁ ରୋଜଗାର, ଓଡ଼ିଶାର ମହାନ ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ବ୍ୟବସ୍ଥା ଧାନଚାଷୀ ଓ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବଡ଼ ଘୋଷଣା। ବିଜେପି ଯାହା କୁଏ ତାହା କରିକି ଦେଖାଏ। ଏହାହିଁ ମୋଦି ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ କେନ୍ଦ୍ରୀୟ ଯୋଜନା ହାଇଜାକ୍ ପ୍ରସଙ୍ଗରେ ବି ପ୍ରଧାନମନ୍ତ୍ରୀ ବିଜେଡି ସରକାର ଉପରେ କରିଛନ୍ତି ଜୋରଦାର ଆଟାକ୍। ପିଏମ୍ ଘୋଷଣା କରିଛନ୍ତି ଓଡ଼ିଶାରେ ବିଜେପି ସରକାର ବନିଲେ ମହିଳା ସଶକ୍ତି କରଣ ପାଇଁ ଆସିବ ସୁଭଦ୍ରା ଯୋଜନା। ଓଡ଼ିଶାର 25 ଲକ୍ଷ ମହିଳା ସ୍ବୟଂ ସହାୟକଙ୍କୁ ଲକ୍ଷପତି ଦିଦି ବନାଇବା ନେଇ ବି ଘୋଷଣା କରିଛନ୍ତି ପିଏମ୍।
ସେହିପିର ଗର୍ଭବତୀ ମାଆଙ୍କ ପାଇଁ 6 ହଜାର ଟଙ୍କାର ଦେବାର ବ୍ୟବସ୍ଥା କରିଛନ୍ତି ମୋଦି ସରକାର। କିନ୍ତୁ ବିଜେଡି ସରକାର ଏହି ଯୋଜନା ଉପରେ ବି ତାଲା ଲଗାଇଦେଲା। କୌଣସି ମାଆ ବିଜେଡିକୁ କ୍ଷମା ଦେବନି କହି ଜୋରଦାର ଆଟାକ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ମୋଦି କହିଛନ୍ତି ଓଡ଼ିଶାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉତ୍ସାହତ ଅଛି କିନ୍ତୁ ନିର୍ବାଚନ ଜିତିବାକୁ ହେଲେ ପୋଲିଂ ବୁଥ୍ ଜିତିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବୁଥ୍ ସ୍ତରରେ ପରିଶ୍ରମ କରି ଦେଶ ଓ ରାଜ୍ୟରେ ବିଜେପି ସରକାର ବନାଇବାକୁ ଆହ୍ବାନ୍ ଦେଇଛନ୍ତି ପିଏମ୍।
ଅଧିକ ପଢ଼ନ୍ତୁ ଓଡିଶା ଖବର: