ଓଭର ବ୍ରିଜ ଉପରେ ରହି ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ଏହାର ବୈଜ୍ଞାନିକ କାରଣ ଖୋଜିଥିଲେ । ପରେ ଜାରକା ବିଟ୍ ହାଉସ ପରିସରରେ ଥିବା ଦୁର୍ଘଟଣାଗ୍ରସ୍ତ ବସଟିର ଅନୁଧ୍ୟାନ କରିବା ସହ ଫଟୋ ଉଠାଇଥିଲେ ।
ଏହି ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ, କଟକ ଏମଭିଆଇ, ଧର୍ମଶାଳା ଥାନା ଅଧିକାରୀଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଗତ ୧୫ ତାରିଖ ରାତି ସମୟରେ ପୁରୀରୁ କୋଲକତା ଅଭିମୁଖେ ଯାଉଥିବା ଏକ ବସ ବାରବାଟୀ ଛକ ନିକଟରେ ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ତଳକୁ ଓଲଟି ପଡିଥିଲା । ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ତେବେ ଏହି ଦୁର୍ଘଟଣା କାହିଁକି ଓ କିପରି ଘଟିଲା ଏନେଇ ଚାଲିଛି କାରଣ ଖୋଜା ।
ଆହୁରି ପଢନ୍ତୁ ଓଡିଶା ଖବର...