ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ । ବାଣୀବିହାରରୁ ଶିଶୁଭବନ ଛକ ବା ଜନପଥରେ ସର୍ଭେ କରାଯାଇଛି । ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ବା BMRCL ସମେତ ବିଡ଼ିଏ, ବିଏମସି, ଟିପିସିଓଡିଏଲ ଭଳି ସଂସ୍ଥା ମିଳିତ ଭାବରେ ଏହି ସର୍ଭେ କରୁଛନ୍ତି । ବିଶେଷ ଭାବେ ପ୍ରସ୍ତାବିତ ମେଟ୍ରୋ ଷ୍ଟେସନ ଏବଂ ମେଟ୍ରୋ ରାସ୍ତାରେ ଥିବା ବିଭିନ୍ନ ଗଛ ଓ ବିଦ୍ୟୁତ୍ ଖୁଣ୍ଟକୁ ନଜରରେ ରଖି ଏହି ସର୍ଭେ କରାଯାଇଛି । ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରେ କଟକ ଯାଏଁ ମେଟ୍ରୋ ଟ୍ରେନ ଚାଲିବା ନେଇ ପ୍ରସ୍ତାବ ଦେଇଥିଲେ ସରକାର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ଓ୍ବିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ ଅଭିଜ୍ଞ ନାସା ମହାକାଶଚାରୀ ସମସ୍ତେ ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନରେ ମହାକାଶକୁ ଯିବେ। ଏହା ପ୍ରଥମ ମାନବ ମହାକାଶଯାନ ହେବ। ନାସା ଅନୁଯାୟୀ, ୟୁନାଇଟେଡ ଲଞ୍ଚ ଆଲାଇନ୍ସ ଆଟଲାସ ଭି ରକେଟ ଏବଂ ବୋଇଙ୍ଗ ଷ୍ଟାରଲିନର୍ ମହାକାଶଯାନ କେନେଡି ସ୍ପେସ ସେଣ୍ଟରରୁ ଆଜି ସକାଳ ୮ଟାରେ ଉତକ୍ଷେପଣ କରାଯିବ। ଏହି ମିଶନ ପରିଚାଳନା କରିବେ ସୁନୀତା ୱିଲିୟମ୍ସ। ୱିଲିୟମ୍ସ ଦୁଇଟି ମିଶନରେ ମହାକାଶରେ ସମୁଦାୟ ୩୨୨ ଦିନ ବିତାଇଛନ୍ତି, ଯାହା ଏକ ରେକର୍ଡ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଜାତୀୟ ରାଜପଥ 55 ଓ 53ର କାମ ତ୍ବରାନ୍ବିତ ପାଇଁ ନିର୍ବାଚନ ଆରଣ ବିଧି ବାଧକ ସାଜିବ ନାହିଁ। ଭାରତୀୟ ନିର୍ବାଚନ ଆୟୋଗ ଅନୁଗୋଳ-ସମ୍ବଲପୁର ସେକ୍ସନ ଏନଏଚ-୫୫ର କିଛି କାର୍ଯ୍ୟ, ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ କାମ ପାଇଁ ଅନୁମତି ଦେଇଛନ୍ତି । ଖୁବ ଶୀଘ୍ର ରାସ୍ତାର ସମ୍ପ୍ରସାରଣ କାମ ଆରମ୍ଭ ହେବ ବଲି ଜଣା ପଡ଼ିଛି। ଅନୁଗୋଳ - ସମ୍ବଲପୁର ସେକ୍ସନର କିଛି କାର୍ଯ୍ୟ ପାଇଁ ୨୦୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ସମ୍ବଲପୁରର ଅଇଁଠାପାଲି ଠାରେ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଓ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ କାମ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର ହୋଇସାରିଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ବର୍ଷ ନଭେମ୍ବର ୨୮ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଥିଲେ । ସେ ପତ୍ରରେ ଉଲ୍ଲେଖ କରଥିଲେ ଜାତୀୟ ରାଜପଥ-୫୩ ବରାଇପାଲି ଛକ ଓ ଅଇଁଠାପାଲି ଦେଇ ଝାରସୁଗୁଡା, ଦେବଗଡ ଓ ସମ୍ବଲପୁର ସହରକୁ ଯୋଗାଯୋଗ କରୁଥିବା ବେଳେ ଫ୍ଲାଏ ଓଭରର ବ୍ୟବସ୍ଥା ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ। ଚିଠି ପାଇବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖରେ ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ ନିର୍ମାଣ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ଅମିତ ଶାହ ମଧ୍ୟ ନଜର ଆସିଛନ୍ତି। ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍ । ସାରା ଦେଶର ରହିଛି ଗୁଜରାଟର ଗାନ୍ଧୀନଗର ଆସନ ଉପରେ କାହିଁକି ନା ବିଜେପିର ଭେଟରାନ ପଲିଟିକାଲ ଷ୍ଟ୍ରାଟେଜିଷ୍ଟେ ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର: