ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ 50 କେଜି ଏବଂ ଅଂଶୁ ମଲ୍ଲିକ 57 କେଜି ବର୍ଗରେ ପ୍ୟାରିସ ଅଲିମ୍ପିକ ଲାଗି କୋଟା ହାସଲ କରିଛନ୍ତି। ଭିନେଶ ଅଲିମ୍ପିକ ଯୋଗ୍ୟାତା ପର୍ଯ୍ୟାୟ ମ୍ୟାଚରେ କାଜାକସ୍ଥାନର କୁସ୍ତିଯୋଦ୍ଧାଙ୍କୁ ଏକ ତରଫା ମ୍ୟାଚରେ 10-0 ପଏଣ୍ଟରେ ପରାସ୍ତ କରିଥିଲେ। ପ୍ୟାରିସ ଅଲିମ୍ପିକକୁ ମିଶାଇ ଭିନେଶ ତୃତୀୟ ଥର ଲାଗି ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ଅଂଶୁ ମଲ୍ଲିକ 57 କେଜି ବର୍ଗରେ ଉଜବେକିସ୍ଥାନର ଖେଳାଳିଙ୍କୁ 10-0 ପଏଣ୍ଟରେ ପରାସ୍ତ କରି ଅଲିମ୍ପିକ ଲାଗି ଯୋଗ୍ୟତା ହାସଲ କରିଛନ୍ତି।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: ଖାଦ୍ୟ ନଚୋବାଇ ଗିଳିଦେଉଛନ୍ତି କି ? ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାନେ ଆପଣ ଖାଦ୍ୟକୁ ନଚୋବାଇ ଗିଳି ଦେଉଥିଲେ ଏହାଦ୍ୱାରା ଆପଣଙ୍କ ଓଜନ ବଢ଼ିଥାଏ। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭଲରେ ଦୁଇ ଗୁଣ୍ଡା ଖାଇବାକୁ ବି ଲୋକଙ୍କ ପାଖରେ ତର ନାହିଁ। ତରବରିଆ ଭାବରେ ଆମେ ଖାଦ୍ୟକୁ ନଚୋବାଇ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି । ଡେରି ଯାଏଁ ଚୋବାଇବା ଦ୍ୱାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଯାହା ଖାଦ୍ୟକୁ ନରମ କରି ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ କାର୍ବୋହାଇଡ୍ରେଟସ ଏବଂ ଫ୍ୟାଟସକୁ ଅଲଗା କରିଥାଏ ।
ଏହା ଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ। ଖାଦ୍ୟକୁ ଭଲଭାବେ ଚୋବାଇ ଖାଇବା ଦ୍ୱାରା ପାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ଡେରି ପର୍ଯ୍ୟନ୍ତ ଖାଇବା ଦ୍ୱାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଏବଂ ଏହା ବ୍ୟାକ୍ଟେରିଆ ସଂକ୍ରମଣକୁ ରୋକିଥାଏ।ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା ବ୍ୟକ୍ତିଙ୍କ ଓଜନ ଚୋବାଇ ଧୀରେ ଧୀରେ ଖାଉଥିବା ବ୍ୟକ୍ତିଙ୍କ ଓଜନ ତୁଳନାରେ ଅଧିକ ହୋଇଥାଏ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
ଅର୍ଗସ ବ୍ୟୁରୋ: ସାବୁନୁ ତେଲ ଏବଂ ଚର୍ବି ମିଶାଇ ସାବୁନ୍ ତିଆରି ହୁଏ ଯାହା ଚର୍ମରେ ଲାଗିଥିବା ମଇଳା ଏବଂ ଦୁର୍ଗନ୍ଧକୁ ଦୂର କରିଥାଏ । ସେଥିପାଇଁ ଅଧିକାଂଶ ଲୋକ ସେମାନଙ୍କର ଦୌନନ୍ଦିନ ଅଭ୍ୟାସରେ ସାବୁନ ବବ୍ୟହାର କରନ୍ତି । ତାପରେ ଆପଣ ଭାବିବେ ଯେ ଯେତେବେଳେ ସାବୁନ୍ ଏତେ ଭଲ ତେବେ ଏଥିରେ କ’ଣ କ୍ଷତି ହେବ । କିନ୍ତୁ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ସାବୁନ ବ୍ୟବହାର କରିବାର କୌଣସି ବିଶେଷ ଲାଭ ନାହିଁ ଅପରପକ୍ଷେ ଏହା କିଛି କ୍ଷତି ଘଟାଇପାରେ। ଯଦି ଏଥିରେ ଥିବା ପିଏଚ୍ ସ୍ତର ସନ୍ତୁଳିତ ନୁହେଁ ତେବେ ଏହା ଚର୍ମ ପାଇଁ ବହୁତ କ୍ଷତି କରିପାରେ । ଅନ୍ୟ ପଟେ, ସାବୁନ୍ ଭଲ ହୋଇଥିଲେ ମଧ୍ୟ ଏହାକୁ ପ୍ରତିଦିନ ବ୍ୟବହାର କରିବା ଉଚିତ୍ ନୁହେଁ କାରଣ ଏହା ଚର୍ମରେ ଅନେକ ସମସ୍ୟା ସୃଷ୍ଟି କରିପାରେ।ତେବେ ବିଜ୍ଞାନ ମଧ୍ୟ ଏହା କହିଛି ଯେ ପ୍ରତିଦିନ ଗାଧୋଇବାରେ କୌଣସି ଲାଭ ନାହିଁ। ତେବେ ପ୍ରତିଦିନ ସାବୁନ ବ୍ୟବହାର କରିବା ଉଚିତ ନୁହେଁ ।
ଚର୍ମର ସୁରକ୍ଷା ପାଇଁ ଜୀବାଣୁ ମାରିବା ଆବଶ୍ୟକ :-
କୁହାଯାଇଛି କି ଚର୍ମ ହେଉଛି ଆମ ଶରୀରର ସବୁଠାରୁ ବଡ ଅଙ୍ଗ। ଏଗୁଡ଼ିକ ଅନେକ ସ୍ତରରେ ଥିବା ଲକ୍ଷ ଲକ୍ଷ ଜୀବାଣୁ ଏବଂ ଏହାର ବାହ୍ୟ ସ୍ତରରେ ବାସ କରନ୍ତି । ଏହି ସମସ୍ତ ଏକତ୍ରତ ହୋଇ ଚର୍ମରେ ଏକ ପ୍ରତିରକ୍ଷା ସ୍ତର ସୃଷ୍ଟି କରନ୍ତି । ଯେତେବେଳେ ଚର୍ମ କ୍ଷତିକାରକ ବ୍ୟାକ୍ଟେରିଆ କିମ୍ବା ବିପଜ୍ଜନକ ମାଇକ୍ରୋ ଅଣୁଜୀବ ଦ୍ଵାରା ଆକ୍ରମଣ ହୁଏ ସେତେବେଳେ ଏସବୁ ସୌନିକ ପରି ନିୟୋଜିତ ହୋଇ ସେମାନଙ୍କୁ ତଡ଼ିଦିଏ । କିନ୍ତୁ ଯେତେବେଳେ ଆପଣ ଏଥିରେ ଅଧିକ ରାସାୟନିକ ପଦାର୍ଥ ଥିବା ଫୋମ୍ କିମ୍ବା ସାବୁନ୍ ବ୍ୟବହାର କରନ୍ତି ସେତେବେଳେ ଧୀରେ ଧୀରେ ଏହା ଖରାପ ହେବାର ଲାଗିଥାଏ ।ଏବଂ ତ୍ୱଚାକୁ ରୋଗରୁ ରକ୍ଷା କରିବା କଷ୍ଟକର ହୋଇଯିବ ।
ତେବେ କଣ କରିବା ଉଚିତ୍ :-
ଏପରିକି କହିଛନ୍ତି ଯେ ଯଦି ଆପଣଙ୍କର ଚର୍ମ ଶୁଖିଯାଏ କିମ୍ବା ଆପଣ ଏକଜେମା ପରି ଚର୍ମ ସଂକ୍ରମଣର ଶିକାର ହୁଅନ୍ତି ତେବେ ପ୍ରତିଦିନ ଗାଧୋଇବା ବେଳେ ସାବୁନ ଲଗାଇବା କୌଣସି ଆବଶ୍ୟକତା ନାହିଁ କାରଣ ଏହା ଚର୍ମକୁ ସୁରକ୍ଷା ଦେଉଥିବା ମାଇକ୍ରୋ ଅଣୁଜୀବକୁ ମାରିଦେବ । ତେବେ ପ୍ରତିଦିନ ସାବୁନ ବ୍ୟବହାର କରନ୍ତୁ ନାହିଁ । ସାଧାରଣ ତେଲ ଵ୍ୟବହାର କରନ୍ତୁ ।
ଅଧିକ ପଢନ୍ତୁ ଭାରତ ଖବର