Accident / ଦ୍ରୁତ ଗତିରେ ଆସି ମାଡ଼ିଗଲା କାର୍; ଡେଲିଭରି ବୟ ମୃତ
·4 months ago·2 min read

Key Points
ଶୁକ୍ରବାର ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଏକ କାର୍ ଆସି ବାଇକ୍ ଆରୋହୀ ଡେଲିଭରି ବୟଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ଡେଲିଭରି ବୟଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ଦୁର୍ଘଟଣା । ରାତିର ଅନ୍ଧାର ଭିତରେ ଡେଲିଭରି ବୟଙ୍କୁ ମାରିଦେଲା କଳା ରଙ୍ଗର କାର୍ । ଦିଲ୍ଲୀରେ ପୁଣି ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ଦ୍ରୁତ ବେଗରେ ଆସୁଥିବା କାର୍ ଧକ୍କାରେ ଉଡ଼ି ଯାଇଛି ଡେଲିଭରି ବୟଙ୍କ ପ୍ରାଣ ବାୟୁ ।
ପଶ୍ଚିମ ଦିଲ୍ଲୀର ସୁବାଷ ନଗରରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଏକ କାର୍ ଆସି ବାଇକ୍ ଆରୋହୀ ଡେଲିଭରି ବୟଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ଡେଲିଭରି ବୟଙ୍କ ମୃତ୍ୟୁ ହୋଇଛି ।
ଏଥିସହ ପଢ଼ନ୍ତୁ: ଫଟୋସୁଟ୍ କରୁଥିଲେ ଗର୍ଭବତୀ ମାଆ; ପାଣିରେ ବୁଡ଼ିଗଲା ୩ ବର୍ଷର ପୁଅ
ଦୁର୍ଘଟଣା ଏତେ ଭୟାବହ ଥିଲା ଯେ କାର୍ର ସମସ୍ତ ଏୟାରବ୍ୟାଗ୍ ଖୋଲି ଯାଇଥିଲା । ପୋଲିସ କାର୍ର ଡ୍ରାଇଭରକୁ ହେପାଜତକୁ ନେଇଛି । କାର୍ ଚାଳକ ଜଣଙ୍କ ନିଶାଗ୍ରସ୍ତ ଥିଲା ବୋଲି ଜଣାପଡ଼ିଛି ।
ଦୁର୍ଘଟଣାଗ୍ରସ୍ତ କାର୍କୁ ଦେଖିଲେ ଅନୁମାନ କରି ହେବ ବାଇକ୍କୁ କାର୍ଟି କେତେ ଜୋରରେ ଧକ୍କା ଦେଇଛି । କାର୍ଟିର ବିଭିନ୍ନ ପାର୍ଶ୍ଵ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।
କାର୍ ଦୁର୍ଘଟଣା ସମୟରେ ଉପସ୍ଥିତ ଥିବା ଲୋକ କହିଛନ୍ତି, "କାର୍ ଚାଳକ ଜଣଙ୍କ ନିଶାଗ୍ରସ୍ତ ଥିଲେ ଏବଂ ଗାଡ଼ି ଦ୍ରୁତଗତିରେ ଚଲାଉଥିଲେ ।" କୁହାଯାଉଛି, ଡେଲିଭରି ବୟ ଝଣଙ୍କ ନିଜ ବାଇକ୍ରେ ଅର୍ଡର ନେଇ ଯାଉଥିଲେ । ସେହି ସମୟରେ କାର୍ଟି ନିୟନ୍ତ୍ରଣ ହରାଇ ବାଇକ୍କୁ ପଛରୁ ପିଟିଥିଲା ।
ଏଥିସହ ପଢ଼ନ୍ତୁ: ୨ଟି କାର୍ ଓ ସ୍କୁଟି ମୁହାଁମୁହିଁ ଧକ୍କା: ୬ ଗୁରୁତର
କଳାରଙ୍ଗର କାର୍ଟିର ବେଗ ଏତେ ଅଧିକ ଥିଲା ଯେ ବାଇକ୍କୁ ଧକ୍କା ଦେବା ପରେ ଆରୋହୀ ଜଣଙ୍କ ଦୂରକୁ ଛିଟିକି ପଡ଼ିଥିଲେ । ଦୁର୍ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀ ଡେଲିଭରି ବୟଙ୍କ ମୃତ୍ୟୁ ହୋଇଛି ।
ଦୁର୍ଘଟଣା ଖବର ପାଇ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଡ୍ରାଇଭରକୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରିବା ମେଡିକାଲ୍ ଯାଞ୍ଚ କରାଇଛି । ତେବେ ଡ୍ରାଇଭର ନିଶାଗ୍ରସ୍ତ ଥିଲା କି ନାହିଁ ପୋଲିସ ସ୍ପଷ୍ଟ କରି ନାହିଁ । ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ କାର୍କୁ ପୋଲିସ ଜବତ କରି ନେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories