Drowning Incident / ଫଟୋସୁଟ୍ କରୁଥିଲେ ଗର୍ଭବତୀ ମାଆ; ପାଣିରେ ବୁଡ଼ିଗଲା ୩ ବର୍ଷର ପୁଅ
·4 months ago·2 min read

Key Points
୩ ବର୍ଷର ପୁଅ ବି ଖୁସିରେ ନାଚୁଥିଲା । କାରଣ ଆଉ ମାସକ ପରେ ଘରକୁ ଆସିବ ତାର ଭାଇ କିମ୍ବା ଭଉଣୀ । ଯାହାକୁ ନେଇ ପୁରା ପରିବାର ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଖୁସି ପାଣିରେ ମିଳାଇ ଯାଇଛି ।
ବେଙ୍ଗାଳୁରୁ: ପରିବାର ଭିତରେ ଖୁସି ଖେଳି ଯାଇଥିଲା । ୩ ବର୍ଷର ପୁଅ ବି ଖୁସିରେ ନାଚୁଥିଲା । କାରଣ ଆଉ ମାସକ ପରେ ଘରକୁ ଆସିବ ତାର ଭାଇ କିମ୍ବା ଭଉଣୀ । ଯାହାକୁ ନେଇ ପୁରା ପରିବାର ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଖୁସି ପାଣିରେ ମିଳାଇ ଯାଇଛି ।
ଦ୍ଵିତୀୟ ସନ୍ତାନର ଖୁସିରେ ଝୁମୁଥିବା ମାଆର କୋଳ ଖାଲି ହୋଇ ଯାଇଛି । ଏଭଳି ଅଘଟଣ ଘଟିଛି ବେଙ୍ଗାଳୁରୁର ବ୍ୟସ୍ତବହୁଳ ଜେପି ନଗର ଅଞ୍ଚଳରେ । ସୂଚନା ଅନୁସାରେ, ଗର୍ଭବତୀଙ୍କ ଫଟୋସୁଟ୍ କରାଯାଉଥିବା ଏକ ଷ୍ଟୁଡିଓର ପୋଖରୀରେ ବୁଡ଼ି ଆଖି ବୁଜିଛି ୩ ବର୍ଷର ପୁଅ ।
ଜେପି ନଗରର ଗିଡ୍ଡେନାହାଲିରେ ଥିବା ଏକ ଘରୋଇ ଷ୍ଟୁଡିଓରେ ଶନିବାର ଅପରାହ୍ଣରେ ଏହି ଅଘଟଣ ଘଟିଛି । ୮ ମାସର ଗର୍ଭବତୀ ସ୍ଵାତୀ ୩ ବର୍ଷର ପୁଅ ଲକ୍ଷ୍ୟବୀରକୁ ନେଇ ଫଟୋସୁଟ୍ ପାଇଁ ଘରୋଇ ଷ୍ଟୁଡିଓକୁ ଯାଇଥିଲେ । ଉକ୍ତ ଷ୍ଟୁଡିରେ ଗର୍ଭବତୀଙ୍କ ସହ ପ୍ରି-ୱେଡିଂ ସୁଟ୍ ହୋଇଥାଏ । ଶନିବାର ଦିନ ସାଢ଼େ ୨ଟାରେ ଏହି ଅଘଟଣ ଘଟିଥିବା ପୋଲିସ କହିଛି ।
ଏଥିସହ ପଢ଼ନ୍ତୁ: ଦ୍ଵାଦଶ ଶ୍ରେଣୀ ଛାତ୍ର ହାତରେ କାର; ଚାଲିଗଲା ୬ ବର୍ଷ କୁନିପୁଅର ଜୀବନ
ପୋଲିସ ସୂଚନା ଅନୁସାରେ, ୮ ମାସର ଗର୍ଭବତୀ ସ୍ଵାତୀ ତାଙ୍କର ଜଣେ ବନ୍ଧୁଙ୍କ ସହ ଷ୍ଟୁଡିଓକୁ ଫଟୋସୁଟ୍ ପାଇଁ ଯାଇଥିଲେ । ଯେତେବେଳେ କି ସ୍ଵାତୀଙ୍କ ସ୍ଵାମୀ ଚରଣ ରାଜ ଯିଏ କି ଜଣେ ସଫ୍ଟୱେୟାର ଇଞ୍ଜିନିୟର, ସେ ଏବେ ଆମେରିକାରେ ଅଛନ୍ତି । ପ୍ରାୟ ସପ୍ତାହକ ତଳେ ସ୍ଵାତୀଙ୍କ ସ୍ଵାମୀ ଚରଣ ଆମେରିକା ଯାଇଛନ୍ତି ।
ସ୍ଵାମୀ ଆମେରିକା ଯାଇଥିବା ବେଳେ ବେଙ୍ଗାଳୁରୁରେ ରହୁଥିବା ସ୍ଵାତୀ ସ୍ଵାମୀଙ୍କୁ ଜଣାଇ ଫଟୋସୁଟ୍ ଲାଗି ସାଙ୍ଗଙ୍କ ସହ ଷ୍ଟୁଡିଓକୁ ଯାଇଥିଲେ । ଉକ୍ତ ଷ୍ଟୁଡିଓରେ ୩ଟି ଛୋଟ ପୋଖରୀ ରହିଛି । ମାଆ ସ୍ଵାତୀ ଫଟୋସୁଟ୍ରେ ବ୍ୟସ୍ତ ଥିବାବେଳେ ସେହି ୩ ପୋଖରୀ ମଧ୍ୟରୁ ଗୋଟିଏକୁ ଲକ୍ଷ୍ୟବୀର ଖସି ପଡ଼ିଥିବା ପୋଲିସ ସନ୍ଦେହ କରୁଛି ।
ଫଟୋସୁଟ୍ର କିଛି ସମୟ ପରେ ସ୍ଵାତୀ ପୁଅକୁ ଖୋଜି ପାଇ ନଥିଲେ । ଷ୍ଟୁଡିଓ ପରିସରରେ ଅନେକ ଖୋଜାଖୋଜ କଲା ପରେ ଗୋଟିଏ ପୋଖରୀରେ ଲକ୍ଷ୍ୟବୀରକୁ ପାଇଥିଲେ । ତୁରନ୍ତ ଷ୍ଟୁଡିଓ କର୍ମଚାରୀ ନାବାଳକକୁ ମେଡିକାଲ୍ ନେଇଥିବା ବେଳେ ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ଏଥିସହ ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନୂଆ ଜୀବନ ଦେଲା ମଲା କୁକୁର; ନଦୀକୁ ଡେଇଁ ଜୀବନ ହାରିବାକୁ କରୁଥିଲେ ଉଦ୍ୟମ
ପୋଲିସ ଅନୁସାରେ, ଷ୍ଟୁଡିଓରେ ଥିବା ପୋଖରୀରେ ୨ ଫୁଟ୍ରୁ ଅଧିକ ପାଣି ଥିଲା । ଯେତେବେଳେ କି ଲକ୍ଷ୍ୟବୀରର ଉଚ୍ଚତା ପ୍ରାୟ ୩ ଫୁଟ୍ । ହୁଏତ ପୋଖରୀରେ ଥିବା ପଙ୍କରେ ଲକ୍ଷ୍ୟବୀରର ଗୋଡ଼ ଫସିଯିବାରୁ ସେ ଆଉ ବାହାରି ପାରିନଥିବା ପୋଲିସ ସନ୍ଦେହ କରୁଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଏନେଇ ସ୍ଵାତୀଙ୍କ ବାପା ଏକ ଏତଲା ଦେଇଥିବା ବେଳେ ସେଥିରେ ଷ୍ଟୁଡିଓ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଦାୟୀ କରିନାହାନ୍ତି । ଶବ ବ୍ୟବଚ୍ଛେଦ ପରେ ପୋଲିସ ଲକ୍ଷ୍ୟବୀରର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଦ୍ଵିତୀୟ ସନ୍ତାନ ଆଗମନର ଖୁସି ମନାଇବାକୁ ଫଟୋସୁଟ୍ ପାଇଁ ଯାଇଥିବା ମାଆ ପ୍ରଥମ ସନ୍ତାନ ପାଣିରେ ବୁଡ଼ି ମୃତ୍ୟୁବରଣ କରିବାକୁ ନେଇ ଭାଙ୍ଗି ପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories