Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

Hit Truck / ଯାଉଥିଲେ ବୃଦ୍ଧ ମାଡ଼ିଗଲା ଟ୍ରକ୍‌, ଛିନଭିନ୍‌ ହୋଇଗଲା ବୃଦ୍ଧଙ୍କ ଶରୀର

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଯାଉଥିଲେ ବୃଦ୍ଧ ମାଡ଼ିଗଲା ଟ୍ରକ୍‌, ଛିନଭିନ୍‌ ହୋଇଗଲା ବୃଦ୍ଧଙ୍କ ଶରୀର
Hit Truck

Key Points

ବୃଦ୍ଧଙ୍କ ଉପରେ ଚଢି ଗଲା ଟ୍ରକ 
ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି
ବୃଦ୍ଧଙ୍କ ଉପରେ ଚଢି ଗଲା ଟ୍ରକ । ଘଟଣା ସ୍ଥଳରେ ବୃଦ୍ଧଙ୍କ ଶରୀର ଛିନଭିନ ହୋଇଗଲା । ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଭତରା ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଟ୍ରକ ଜଣେ ବୟସ୍କ ବୃଦ୍ଧକୁ ଧକ୍କା ଦେବାରୁ ମୃତ୍ୟୁ ଘଟଛି । ଶୁକ୍ରବାର ରାତ୍ରୀରେ ବୃଦ୍ଧ ଜଣକ ରାସ୍ତା ପାରି ହେବା ସମୟରେ ଏକ ଅଜଣା ଟ୍ରକ ଧକ୍କା ଦେବାରୁ ଛିଟିକି ପଡିବା ସହ ତାଙ୍କ ଉପରେ ଟ୍ରକ ଚଢିଯାଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟ ହୋଇଛି ।

ଖବରପାଇ ଧନୁପାଲି ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇ ପଠାଇଲା । ସେପଟେ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ଟ୍ରକକୁ ଜବତ କରିଛି ପୋଲିସ । ମୃତ ବୃଦ୍ଧ ଜଣକ ହେଲେ ଧନୁପ‍ାଲି ସ୍ଥିତ ମହାବୀର ପଡାର ୮୩ ବର୍ଷିୟ‍ା ଅନ୍ତୟାମୀ ବେହେରା ବୋଲି ଜଣାପଡିଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ରାଜ୍ୟରେ ଗତ କିଛି ଦିନ ହେବ ଥଣ୍ଡା କମିଥିଲେ ବି ପୁଣି ଫେରିଛି କୁହୁଡ଼ି। ଗ୍ରାମବାସୀ ଅନୁମାନ କରୁଛନ୍ତି ଯେ, ବୋଧେ ଅଧିକ କୁହୁଡ଼ି ପାଇଁ ଟ୍ରକ ଡ୍ରାଇଭରକୁ ରାସ୍ତା ଦିଶିଲା ନାହିଁ। ଯେଉଁଥି ପାଇଁ ଏଭଳି ନୁର୍ଘଟଣା ଘଟିଥାଇପାରେ।

ଏଥିସହ ପଢ଼ନ୍ତୁ: ଘନ କୁହୁଡି ତଳେ ରାଜଧାନୀ, ୯ ଜିଲ୍ଲାକୁ ଆଲର୍ଟ

ଅନ୍ୟପଟେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଅନେକ ସ୍ଥାନରୁ ସମାନ ଘଟଣା ଦେଖିବାକୁ ମିଳୁଛି। ଆପଣ ଜାଣିଥିବେ ବୌଦ୍ଧ ଜିଲ୍ଲରେ ଘଟିଥିଲା ଦୁର୍ଘଟଣା। ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦେଖୁ ଦେଖୁ ଚାଲିଗଲା ଦୁଇଟି ଜୀବନ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ତେଲିବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ୨ ମୃତ l ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ କାର୍‌କୁ ପଛପଟୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । କାର୍‌ରେ ଥିବା ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।


ଅଧିକ ପଢ଼ନ୍ତୁ ଦୁର୍ଘଟଣା ଖବର:



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Hit Truck | Elderly Man Killed After Being Hit by Truck, Body Torn Apart | Argus News | Argus News