Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ଏତିକି ପ୍ରତିଶତ ବଢ଼ିବ ଦରମା

Business

Salary Hike / କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ଏତିକି ପ୍ରତିଶତ ବଢ଼ିବ ଦରମା

Rashmita Mishra
Browse all articles by Rashmita Mishra
·3 months ago·2 min read
କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ଏତିକି ପ୍ରତିଶତ ବଢ଼ିବ ଦରମା
Salary Hike

Key Points

ହୋଲି ପୂର୍ବରୁ ଏମାନଙ୍କର ବଢ଼ିବ ଦରମା ।
କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର...ଏତିକି ପ୍ରତିଶତ ବଢ଼ିବ ଦରମା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର । ଖୁବଶୀଘ୍ର ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏହି ଖୁସି ଖବର । ମହଙ୍ଗା ଭତ୍ତା ବୃଦ୍ଧି ପାଇଁ କେନ୍ଦ୍ରର ଲକ୍ଷ ଲକ୍ଷ କର୍ମଚାରୀ ଅପେକ୍ଷା କରି ରହିଥିବା ବେଳେ ଏ ନେଇ ଖୁବଶୀଘ୍ର ବଡ ଘୋଷଣା କରିବେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର । ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆସନ୍ତା ହୋଲି ପୂର୍ବରୁ ବଡ ଉପହାର ଦେଇପାରନ୍ତି ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ DA ବୃଦ୍ଧି ପାଇଁ ଅପେକ୍ଷାର କେବେ ହେବ ଅନ୍ତ ?
ବାସ୍ତବରେ, କେନ୍ଦ୍ର ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫକୁ ସଂଶୋଧନ କରନ୍ତି । ପ୍ରଥମ ସଂଶୋଧନ ଜାନୁଆରୀ ୧ରୁ ଏବଂ ଦ୍ୱିତୀୟଟି ଜୁଲାଇ ୧ରୁ ଲାଗୁ ହୋଇଥାଏ । ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ହୋଲି ପୂର୍ବରୁ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର ।

କେଉଁ ମାସରେ କର୍ମଚାରୀମାନେ ଏହି ବଡ଼ ଉପହାର ପାଇବେ ?
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରିଛନ୍ତି । ଖବର ଅନୁଯାୟୀ ସରକାର ଆସନ୍ତା ମାସରେ ଅର୍ଥାତ୍ ହୋଲି ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି ।

ଏଥିସହ ପଢ଼ନ୍ତୁ: କେନ୍ଦ୍ରସରକାରଙ୍କ ବଡ଼ ଘୋଷଣା: ସାଧାରଣ ବୀମା କମ୍ପାନି କର୍ମଚାରୀ, ପେନସନଭୋଗୀଙ୍କ ବେତନ ଓ ପେନସନ ବଢିଲା

କେଉଁ ଆଧାର ଉପରେ DA ବୃଦ୍ଧି ହୁଏ ?
ମୁଦ୍ରାସ୍ଫୀତିର ଭାର ହ୍ରାସ କରିବା ଓ କର୍ମଚାରୀଙ୍କ ଜୀବନଶୈଳୀକୁ ଉନ୍ନତମାନର ରଖିବା ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେଉଛନ୍ତି । ଶ୍ରମ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ AICPI ସୂଚକାଙ୍କ ତଥ୍ୟ ଆଧାରରେ ସରକାର ଏହାକୁ ପ୍ରତି ୬ ମାସରେ ଦୁଇଥର ଗଣନା କରନ୍ତି । ମହଙ୍ଗା ଭତ୍ତାର ହିସାବ ବେତନ ସ୍କେଲ ଆଧାରରେ କର୍ମଚାରୀଙ୍କ ମୂଳ ଦରମା ଉପରେ ମିଳିଥାଏ ।

କେତେ ପ୍ରତିଶତ ବୃଦ୍ଧି ହେବ DA?
ସୂଚନାଅନୁଯାୟୀ, ଏଥର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍‌ରେ ୨ ପ୍ରତିଶତ ବୃଦ୍ଧି ହୋଇପାରେ । ତେବେ ଏଥର ମହଙ୍ଗା ଭତ୍ତାରେ କେତେ ପ୍ରତିଶତ ବୃଦ୍ଧି ହେବ ସେ ନେଇ ଅଧିକାରୀକ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Salary Hike | Good News for Central Government Employees: Salary to Increase by This Percent | Argus News