Oil Prices Surge / ୨୦୨୨ ପରେ ପ୍ରଥମଥର ୧୦୦ ଡଲାର ଡେଇଁଲା ଅଶୋଧିତ ତୈଳ; ପାକିସ୍ତାନ-ବାଂଲାଦେଶରେ ସ୍ଥିତି ସଙ୍ଗୀନ
·3 weeks ago·2 min read

Key Points
୨୦୨୨ ପରେ ପ୍ରଥମଥର ପାଇଁ ଅଶୋଧିତ ତୈଳଦର ଡଲାର୍ ପିଛା ୧୦୦ ଡଲାର୍ ପାର୍ କରିଛି । ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭର କରୁଥିବା ତମାମ ଦେଶ ଏବେ ଦରବୃଦ୍ଧି ପାଇଁ ବଡ଼ ସଂକଟର ସାମ୍ନା କରିପାରନ୍ତି ।
ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ୍, ଇରାନ ଯୁଦ୍ଧ ଯୋଗୁଁ ବିଶ୍ଵରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି । ଆଉ ସଂଘର୍ଷ ଭିତରେ ବଢ଼ିଛି ଅଶୋଧିତ ତୈଳଦର । ଯୁଦ୍ଧ ପାଇଁ ଅଶୋଧିତ ତୈଳଦରରେ ନିଆଁ ଲାଗିଛି ।
୨୦୨୨ ପରେ ପ୍ରଥମଥର ପାଇଁ ଅଶୋଧିତ ତୈଳଦର ଡଲାର୍ ପିଛା ୧୦୦ ଡଲାର୍ ପାର୍ କରିଛି । ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭର କରୁଥିବା ତମାମ ଦେଶ ଏବେ ଦରବୃଦ୍ଧି ପାଇଁ ବଡ଼ ସଂକଟର ସାମ୍ନା କରିପାରନ୍ତି । ଭାରତର ପଡ଼଼ୋଶୀ ପାକିସ୍ତାନ, ବାଂଲାଦେଶର ସ୍ଥିତି ଆହୁରି ଖରାପ ହୋଇଯିବ ।
ଏଥିସହ ପଢ଼ନ୍ତୁ: ଭାରତ ପାଖରେ ଗଚ୍ଛିତ ଅଛି ୨୫ ଦିନର ଅଶୋଧିତ ତୈଳ ଓ ଗ୍ୟାସ୍, ଯୁଦ୍ଧ ଲମ୍ବା ଚାଲିଲେ ?
କେତେ ବଢ଼ିବ ଅଶୋଧିତ ତୈଳଦର ?
ସପ୍ତାହର ଆରମ୍ଭ ଦିନରେ ଅଶୋଧିତ ତୈଳଦର ବେଶ୍ ବଢ଼ିଛି । ବ୍ରେଣ୍ଟ ଅଶୋଧିତ ତୈଳଦର ୨୫ ପ୍ରତିଶତ ବୃଦ୍ଧି ପାଇ ବ୍ଯାରେଲ ପିଛା ୧୧୫ ଡଲାର୍ ଡେଇଁଛି । WTI ଅଶୋଧିତ ତୈଳ ଗୋଟିଏ ଝଟ୍କାରେ ୨୪ ପ୍ରତିଶତ ବଢ଼ି ବ୍ୟାରେଲ୍ ପିଛା ୧୧୨ ଡଲାର୍ ରହିଛି । ସେହିଭଳି ମୁର୍ବାନ ଅଶୋଧିତ ତୈଳ ୧୮ ପ୍ରତିଶତ ବଢ଼ି ବ୍ୟାରେଲ୍ ପିଛା ୧୨୦ ଡଲାର ଛୁଇଁଛି । ପ୍ରାକୃତିକ ଗ୍ୟାସ୍ ଦର ୮ ପ୍ରତିଶତ ବଢ଼ିଛି ।
ଆମେରିକାରେ ଉତ୍ପାଦନ କରାଯାଉଥିବା ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୬.୨୨ ଡଲାର ରହିଛି । ଯାହାକି ଶୁକ୍ରବାର ବଜାର ବନ୍ଦ ବେଳେ ବ୍ୟାରେଲ୍ ପିଛା ୯୦.୯୦ ଡଲାର ଥିଲା । ଶେଷ ଥରପାଇଁ ଆମେରିକାର ଅଶୋଧିତ ତୈଳ ୨୦୨୨ ଜୁନ୍ ୩୦ରେ ବ୍ଯାରେଲ୍ ପିଛା ୧୦୦ ଡଲାର୍ ଅତିକ୍ରମ କରିଥିଲା ।
ଯୁଦ୍ଧ ପାଇଁ...
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ତୈଳ ଉତ୍ପାଦନ, ବିତରଣ ପ୍ରଭାବିତ ହୋଇଛି । ଯୁଦ୍ଧରେ ତୈଳ ଉତ୍ପାଦନକାରୀ କାରଖାନାକୁ ଟାର୍ଗେଟ୍ କରାଯାଉଛି । କୁଏତରୁ ନେଇ କତାର ପର୍ଯ୍ୟନ୍ତ ତୈଳ, ଗ୍ୟାସ୍ ବିତରଣ ରୋକିବାକୁ ଧମକ ଦିଆଯାଉଛି ।
ଇରାନ ଉପରେ ଆମେରିକା, ଇସ୍ରାଏଲ୍ର ଆକ୍ରମଣ ପାଇଁ ଦୁନିଆର ୨୦ ପ୍ରତିଶତ ତୈଳ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଇରାନ ହର୍ମୁଜ ଷ୍ଟ୍ରେଟକୁ ବନ୍ଦ କରିବାରୁ ସ୍ଥିତି ଆହୁରି ବିଗିଡ଼ି ଯାଇଛି ।
ପାକିସ୍ତାନ, ବାଂଲାଦେଶରେ ହାହାକାର
ଅଶୋଧିତ ତୈଳଦର ବୃଦ୍ଧିର ପ୍ରଭାବ ପଡ଼ିଛି ବିଭିନ୍ନ ଦେଶ ଉପରେ । ପାକିସ୍ତାନରେ ପେଟ୍ରୋଲ୍ ଲିଟର ୩୩୬ ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ହାଇସ୍ପିଡ୍ ଡିଜେଲ୍ ଲିଟର ପିଛା ୩୨୧ ଟଙ୍କା ରହିଛି ।
ଏଥିସହ ପଢ଼ନ୍ତୁ: ତେଲକୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା: ତେଲର ଅଭାବ ନାହିଁ ଗୁଜବ ଠାରୁ ଦୂରରେ ରୁହନ୍ତୁ
ସେପଟେ ବାଂଲାଦେଶ ମଧ୍ୟ ପ୍ରଭାବିତ ହୋଇଛି । ପେଟ୍ରୋଲ୍, ଡିଜେଲ୍ ବିକ୍ରି ପାଇଁ ବାଂଲାଦେଶ ସରକାର ଦେଶରେ ରାସନିଂ ସିଷ୍ଟମ ଲାଗୁ କରିଛନ୍ତି । ଅର୍ଥାତ୍ ସରକାରଙ୍କ ନିର୍ଦ୍ଧାରଣ ମୁତାବକ ଲୋକଙ୍କୁ ତୈଳ ମିଳିବ ।
ଭାରତର ସ୍ଥିତି ?
ଅଶୋଧିତ ତୈଳଦର ବଢ଼ୁଥିବା ବେଳେ ଭାରତରେ ପର୍ଯ୍ୟାପ୍ତ ତେଲ ମହଜୁଦ୍ ଥିବା ସରକାର କହିଛନ୍ତି । କିନ୍ତୁ ଦରବୃଦ୍ଧିର ପ୍ରଭାବ ନିକଟ ଭବିଷ୍ୟତରେ ପଡ଼ିବା ଆଶଙ୍କାକୁ ଅଣଦେଖା କରାଯାଇ ପାରିବ ନାହିଁ । କାରଣ ଭାରତ ମଧ୍ୟ ଅଶୋଧିତ ତୈଳ ବିପୁଳ ମାତ୍ରାରେ ଆମଦାନୀ କରେ । ଆବଶ୍ୟକତାର ୮୫ ପ୍ରତିଶତ ତୈଳ ଆମଦାନୀ କରେ ଭାରତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories