Hormuz Strait Crisis / ଭାରତ ପାଖରେ ଗଚ୍ଛିତ ଅଛି ୨୫ ଦିନର ଅଶୋଧିତ ତୈଳ ଓ ଗ୍ୟାସ୍, ଯୁଦ୍ଧ ଲମ୍ବା ଚାଲିଲେ ?
·1 month ago·2 min read

Key Points
ହୋର୍ମୁଜ ଷ୍ଟେଟ ଦେଇ ଦୁନିଆର ୨୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ ହୋଇଥାଏ । କେବଳ ଇରାନ ନୁହେଁ, ସାଉଦି ଅରବ, ୟୁଏଇରୁ ନେଇ କତର-କୁଏତ ଭଳି ଦେଶରୁ ଭାରତ ତୈଳ ଓ ଗ୍ୟାସ୍ ଏହି ରାସ୍ତାରେ ପରିବହନ କରିଥାଏ ।
ନୂଆଦିଲ୍ଲୀ: ଇରାନ ବିରୋଧରେ ଆମେରିକା-ଇସ୍ରାଏଲ୍ର ଯୁଦ୍ଧ ଲମ୍ବା ସମୟ ଜାରି ରହିବା ଭଳି ଲାଗୁଛି । ଯଦିଓ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇଙ୍କ ସହ ଅନେକ ଶୀର୍ଷ ନେତା ଯୁଦ୍ଧରେ ନିହତ ହୋଇଛନ୍ତି । ତଥାପି ଇରାନର ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (IRGC) ମୋର୍ଚ୍ଚା ସମ୍ଭାଳୁଛି ।
ଖାମେନେଇଙ୍କ ଦେହାନ୍ତ ପରେ IRGC ନିୟନ୍ତ୍ରଣ ହୀନ ହୋଇ ଯେତେବେଳେ ଯେଉଁଠି ପାରୁଛି, ଆକ୍ରମଣ କରୁଛି । ଇରାନରେ କ୍ଷମତା ପରିବର୍ତ୍ତନ ଆରମ୍ଭ ହୋଇଥିବା ବେଳେ ଅଶୋଧିତ ତୈଳ ପରିବହନର ପ୍ରମୁଖ ମାର୍ଗ ହୋର୍ମୁଜ ଷ୍ଟ୍ରେଟକୁ ବନ୍ଦ କରି ଦିଆଯାଇଛି । ଅରବ ଦେଶ ସହିତ ଏହି ହୋର୍ମୁଜ ଷ୍ଟେଟ ଦେଇ ଭାରତ ତୈଳ ଓ ଗ୍ୟାସ୍ କାରବାର କରିଥାଏ ।
ଏଥିସହ ପଢ଼ନ୍ତୁ: ସେୟାର ବଜାରରୁ ନେଇ ତୈଳ ଓ ସୁନା... ଭାରତ ଉପରେ ଏମିତି ପଡ଼ିବ ଇରାନ ଯୁଦ୍ଧର ପ୍ରଭାବ
ହୋର୍ମୁଜ ଷ୍ଟେଟ ଦେଇ ଦୁନିଆର ୨୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ ହୋଇଥାଏ । କେବଳ ଇରାନ ନୁହେଁ, ସାଉଦି ଅରବ, ୟୁଏଇରୁ ନେଇ କତର-କୁଏତ ଭଳି ଦେଶରୁ ଭାରତ ତୈଳ ଓ ଗ୍ୟାସ୍ ଏହି ରାସ୍ତାରେ ପରିବହନ କରିଥାଏ । ସରକାରୀ ସୂତ୍ର ଅନୁସାରେ, ଏବେ ଭାରତ ପାଖରେ ପର୍ଯ୍ୟାନ୍ତ ଗ୍ୟାସ ଓ ତୈଳ ମହଜୁଦ୍ ରହିଛି । ଗଚ୍ଛିତ ଥିବା ଅଶୋଧିତ ତୈଳ, ଗ୍ୟାସ, ଏଲପିଜି ଓ ଏଲଏନଜି ୨୫ ଦିନ ପାଇଁ ଗଚ୍ଛିତ ରହିଛି ।
ଏକ ରିପୋର୍ଟ ଅନୁସାରେ, ଭାରତ କୌଣସି ଯୁଦ୍ଧ କିମ୍ବା ବୈଶ୍ଵିକ ସଂକଟ (ଯେଭଳି ଇରାନ-ଇସ୍ରାଏଲ୍ ଉତ୍ତେଜନା)ରୁ ବାହାରିବା ପାଇଁ ଭୂତଳ ଭଣ୍ଡାରରେ ତୈଳ ଜମା କରି ରଖିଛି । ବିଶେଷକରି ବିଶାଖାପାଟଣା, ମାଙ୍ଗାଲୋର ଓ ପାଦୁରରେ ରହିଛି । ଯେଉଁଥିରେ ୫.୩୩ ମିଲିୟନ୍ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ମହଜୁଦ୍ ରହିପାରିବ । ଯାହାକି ଦେଶର ୧୦ ଦିନର ଆବଶ୍ୟକତା ପୂରଣ କରିପାରିବ ।
ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଭାରତର ଆକ୍ସନ୍; ୮ ଦେଶ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଫେବ୍ରୁଆରୀରେ କହିଥିଲେ, "ଯଦି ଆମେ ଆମର ରଣନୈତିକ ଭଣ୍ଡାର, ରିଫାଇନରୀ ଷ୍ଟକ୍ ଓ ବନ୍ଦରଗୁଡ଼ିକରେ ଥିବା ଅଶୋଧିତ ତୈଳକୁ ଏକାଠି କରିବୁ ତାହେଲେ ୭୪ ଦିନର ବ୍ୟାକଅପ୍ ଉପଲବ୍ଧ ରହିବ । ଭାରତ ମିଶନ ସମୁଦ୍ର ମନ୍ଥନ ମାଧ୍ୟମରେ ଏହାକୁ ୯୦ ଦିନ ପର୍ଯ୍ୟନ୍ତ ନେଇଯିବାକୁ କାମ କରୁଛି ।"
ବିଶେଷଜ୍ଞଙ୍କ ଅନୁସାରେ, ହୋର୍ମୁଜ ହୋର୍ମୁଜ ଷ୍ଟ୍ରେଟ ଦେଇ ପ୍ରତିଦିନ ୧.୫ କୋଟି ବ୍ୟାରେଲ୍ ଅଶୋଧିତ ତୈଳ ଆମଦାନୀ ହୋଇଥାଏ । କିଛି ଦେଶ ସମୁଦ୍ରରେ ପାଇପଲାଇନ୍ ପକାଇ ତୈଳ ଆମଦାନୀ କରୁଛନ୍ତି । ଏବେ ହୋର୍ମୁଜ ଷ୍ଟ୍ରେଟ ବନ୍ଦ ହେବା ଦ୍ଵାରା ଅତିକମ୍ରେ ୧ କୋଟି ବ୍ୟାରେଲ ତୈଳ ଆମଦାନୀ ପ୍ରଭାବିତ ହେବ । ଯାହାକି ମୋଟ ତୈଳ ବାଣିଜ୍ୟର ୧୦ ପ୍ରତିଶତ ।
ଭାରତ ପାଇଁ ଜରୁରୀ ହୋର୍ମୁଜ ଷ୍ଟ୍ରେଟ
ଭାରତ ଆମଦାନୀ କରୁଥିବା ୫୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୨୫ରୁ ୨୭ ଲକ୍ଷ ବ୍ଯାରେଲ ଅଶୋଧିତ ତୈଳ ହୋର୍ମୁଜ ଷ୍ଟ୍ରେଟ ଦେଇ ଆସେ । ତୈଳ ଭଳି ଗ୍ୟାସ ସିଲିଣ୍ଡର ମଧ୍ୟ ଏହି ପଥରେ ଆସିଥାଏ ।
ମିଳିବନି LPG !
କେପଲର ବିଶେଷଜ୍ଞଙ୍କ ଅନୁସାରେ, ଭାରତ ଅଶୋଧିତ ତୈଳ ତୁଳନାରେ ବଡ଼ ମାତ୍ରାରେ ପ୍ରାକୃତିକ ଗ୍ୟାସ୍ ଆମଦାନୀ କରେ । ଆବଶ୍ୟକତାର ୮୦ରୁ ୮୫ ପ୍ରତିଶତ ଏଲପିଜି ଆମଦାନୀ ହୁଏ । ଅଧିକାଂଶ ହୋର୍ମୁଜ ଷ୍ଟ୍ରେଟ ଦେଇ ମଧ୍ୟପ୍ରାଚ୍ୟରୁ ଆସେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories