Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

DGCA Withdrawal Order / ଶୀଘ୍ର ଟଳିବ ଇଣ୍ଡିଗୋ ସଂକଟ ! ପାଇଲଟ୍‌ଙ୍କ ସାପ୍ତାହିକ ବିଶ୍ରାମ ନିର୍ଦ୍ଦେଶ ପ୍ରତ୍ୟାହାର

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଶୀଘ୍ର ଟଳିବ ଇଣ୍ଡିଗୋ ସଂକଟ ! ପାଇଲଟ୍‌ଙ୍କ ସାପ୍ତାହିକ ବିଶ୍ରାମ ନିର୍ଦ୍ଦେଶ ପ୍ରତ୍ୟାହାର
DGCA Withdrawal Order After Indigo Crisis

Key Points

ପ୍ରତ୍ୟାହାର ହେଲା ପାଇଲଟ୍ ଓ କ୍ରିଉ ସଦସ୍ୟଙ୍କ ଲାଗି ଜାରି ସାପ୍ତାହିକ ବିଶ୍ରାମ ନିଷ୍ପତ୍ତି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନୂଆଦିଲ୍ଲୀ: ଦେଶର ବଡ଼ ଏୟାରଲାଇନ୍‌ ଇଣ୍ଡିଗୋର ସେବା ବାଧାପ୍ରାପ୍ତ ଭିତରେ DGCAର ବଡ଼ ନିଷ୍ପତ୍ତି । ପ୍ରତ୍ୟାହାର ହେଲା ପାଇଲଟ୍ ଓ କ୍ରିଉ ସଦସ୍ୟଙ୍କ ଲାଗି ଜାରି ସାପ୍ତାହିକ ବିଶ୍ରାମ ନିଷ୍ପତ୍ତି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି ।

DGCAର ନୂଆ ବିଜ୍ଞପ୍ତି ଆସିବା ଫଳରେ ୪ ଦିନ ହେଲା ବାଧାପ୍ତାପ୍ତ ହୋଇ ପଡ଼ିଥିବା ଇଣ୍ଡିଗୋର ବିମାନ ସେବା ଟ୍ରାକ୍‌କୁ ଫେରିବା ଆଶା କରାଯାଉଛି । ଏବେବି ଇଣ୍ଡିଗୋ ବିମାନକୁ ଅପେକ୍ଷା କରି ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି ।

ଏଥିସହ ପଢ଼ନ୍ତୁ: ସୁଧୁରି ପାରୁନି ଇଣ୍ଡିଗୋ ବିମାନ ଉଡ଼ାଣ... ହନ୍ତସନ୍ତ ଯାତ୍ରୀ

ଏବେ DGCA ଜାରି କରିଥିବା ନୂଆ ବିଜ୍ଞପ୍ତିରେ କହିଛି, "ବିଭିନ୍ନ ବିମାନସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ପରିଚାଳନାଗତ ଅସୁବିଧା ବାବଦରେ ଅବଗତ କରାଯାଇଛି । ପୂର୍ବରୁ ଜାରି ବିଜ୍ଞପ୍ତିରେ ପାଇଲଟ୍ ଓ କ୍ରିଉ ସଦସ୍ୟଙ୍କ ଲାଗି ସାପ୍ତାହିକ ବିଶ୍ରାମରେ ଛୁଟିର ଉପଯୋଗକୁ ରୋକୁଥିଲା । ତାହାକୁ ତତ୍‌କ୍ଷଣାତ ପ୍ରତ୍ୟାହାର କରାଯାଉଛି ।"

ଇଣ୍ଡିଗୋର ବିମାନ ଉଡ଼ାଣ ବିଳମ୍ବ ଏବଂ ରଦ୍ଦ ଭିତରେ କର୍ତ୍ତୃପକ୍ଷ ୨ ମାସର ସମୟ ମାଗିଥିଲେ । ବିମାନ ଉଡ଼ାଣ ସମସ୍ୟା ଓ ଯାତ୍ରୀଙ୍କ ଅସୁବିଧାକୁ ଦେଖି DGCA ଆଶ୍ଵସ୍ତିକର ପଦକ୍ଷେପ ନେଇଛି ।

ପୂର୍ବରୁ DGCA ପକ୍ଷରୁ ବିମାନ କାର୍ଯ୍ୟ ସମୟ ଅବଧି (FDLT) ନିୟମ ଆସିଥିଲା । ଯେଉଁଥିରେ ସାପ୍ତାହିକ ବିଶ୍ରାମ ପାଇଁ କୌଣସି ଛୁଟିର ଉପଯୋଗ କରାଯାଇ ପାରିବ ନାହିଁ ନିୟମ ରହିଥିଲା । ଏଥିସହ ୭ ଦିନର କାର୍ଯ୍ୟ ପରେ ୪୮ ଘଣ୍ଟା ବିଶ୍ରାମ ଦେବାକୁ ନିର୍ଦ୍ଦେଶ ରହିଥିଲା । ଯାହା ପରେ ପ୍ରଭାବିତ ହୋଇଥିଲା ଇଣ୍ଡିଗୋର ବିମାନ ପରିଚାଳନା ।

ଏଥିସହ ପଢ଼ନ୍ତୁ: ମୋଦିଙ୍କ ଆଗରେ ପୁଟିନ୍ କହିଲେ ୟୁକ୍ରେନ୍‌କୁ ନେଇ କ'ଣ ରହିଛି ଋଷର ପ୍ଲାନିଂ

କାହିଁକି ଉଡ଼ି ପାରୁନି ଇଣ୍ଡିଗୋ ?

ବିମାନ ବିଳମ୍ବ ପାଇଁ ଇଣ୍ଡିଗୋ ବୈଷୟିକ ତ୍ରୁଟି, ପ୍ରତିକୂଳ ପାଗ ସହ ନୂତନ ରୋଷ୍ଟର ନିୟମକୁ ଦାୟୀ କରିଥିଲା । ଇଣ୍ଡିଗୋ କହିଥିଲା, "ନଭେମ୍ବର ୧ରୁ ଲାଗୁ ନୂଆ ବିମାନ କାର୍ଯ୍ୟ ସମୟ ଅବଧି ନିୟମ ପାଇଁ ପାଇଲଟ୍ ଓ ଅନ୍ୟ କ୍ରିଉ ସଦସ୍ୟଙ୍କ ଅଭାବ ପରିଲକ୍ଷିତ ହେଉଛି । ଏବେ ବିମାନ ଉଡ଼ାଣ ସମୟ ନିର୍ଦ୍ଧାରଣ ସହ ଦୀର୍ଘ ବିଶ୍ରାମକୁ ଅନିବାର୍ଯ୍ୟ କରାଯାଇଛି ।"

ଭାରତର ସବୁଠୁ ବଡ଼ ଏୟାରଲାଇନ୍ ହେଉଛି ଇଣ୍ଡିଗୋ । ପ୍ରତିଦିନ ୨୨୦୦ରୁ ଅଧିକ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଇଣ୍ଡିଗୋ କରିଥାଏ । ବିଗତ ୪ ଦିନ ହେଲା ପାଇଲଟ୍ ଏବଂ କ୍ରିଉ ସଦସ୍ୟଙ୍କ ଅଭାବରୁ ଇଣ୍ଡିଗୋର ଉଡ଼ାଣ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DGCA Withdraws Weekly Rest Rule: IndiGo Crisis to Ease Soon | Argus News | Argus News