Gold Price Drops / ୮ ହଜାର ଶସ୍ତା ହେଲା ସୁନା; ଜାଣନ୍ତୁ କେତେ ରହିଛି ଆଜିର ଦର ?
·3 months ago·2 min read

Key Points
ରୁପା ଦର ପ୍ରାୟ ୨୪ ହଜାର ଟଙ୍କା ହ୍ରାସ ପାଇଥିବା ବେଳେ ସୁନା ମଧ୍ୟ ୧୦ ଗ୍ରାମ୍ ପିଛା ୮ ହଜାର ଟଙ୍କାରୁ ଅଧିକ ଶସ୍ତା ହୋଇଛି ।
ନୂଆଦିଲ୍ଲୀ: ସୁନା ସହ ରୁପା ମୂଲ୍ୟ ଢେର୍ ଖସିଛି । ଲଗାତାର ସୁନା ଓ ରୁପା ଦାମ ବଢ଼ି ଚାଲିଥିବା ବେଳେ ଶୁକ୍ରବାର ବଜାର ଖୋଲୁ ଖୋଲୁ ଉଭୟ ଧାତୁର ଦର ଖସିଛି । ଏମସିଏକ୍ସରେ ରୁପା ଦର ପ୍ରାୟ ୨୪ ହଜାର ଟଙ୍କା ହ୍ରାସ ପାଇଥିବା ବେଳେ ସୁନା ମଧ୍ୟ ୧୦ ଗ୍ରାମ୍ ପିଛା ୮ ହଜାର ଟଙ୍କାରୁ ଅଧିକ ଶସ୍ତା ହୋଇଛି ।
ଗୁରୁବାର ରୁପା ଦର ରକେଟ ବେଗରେ ବଢ଼ିଥିଲା । ଇତିହାସରେ ପ୍ରଥମଥର ପାଇଁ ରୁପା କେଜି ପିଛା ୪ ଲକ୍ଷ ପାର୍ କରିଥିଲା । କେଜି ପିଛା ରୁପା ମୂଲ୍ୟ ୩ ଲକ୍ଷ ୯୯ ହଜାର ୮୯୩ ଟଙ୍କାରେ ବନ୍ଦ ହୋଇଥିଲା କାରବାର ।
ଏଥିସହ ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ବନ୍ଧୁକ ଜବତ; କେଉଁଠୁ ଆସିଲା, ପୋଲିସର ତନାଘନା
ଶୁକ୍ରବାର ବଜାର ଖୋଲିବା ପରେ ଏମସିଏକ୍ସରେ ରୁପା ଦାମ ପ୍ରାୟ ୨୪ ହଜାର ହ୍ରାସ ପାଇ ୩ ଲକ୍ଷ ୭୫ ହଜାର ୯୦୦ ଟଙ୍କାକୁ ଖସି ଆସିଛି । ଗୁରୁବାର ରୁପା ସର୍ବକାଳୀନ ରେକର୍ଡ ଭାଙ୍ଗି କେଜି ପିଛା ୪ ଲକ୍ଷ ୨୦ ହଜାର ୪୮ ଟଙ୍କାରେ ପହଞ୍ଚି ପୁଣି ୪ ଲକ୍ଷକୁ ଖସିଥିଲା । ଗୁରୁବାର ଓ ଶୁକ୍ରାବର ହ୍ରାସ ଦେଖିଲେ ରୁପା ପ୍ରାୟ ୪୪ ହଜାର ଟଙ୍କା ଶସ୍ତା ହୋଇଛି ।
ରୁପା ଭଳି ସୁନା ଦର ମଧ୍ୟ ହ୍ରାସ ପାଇଛି । ଗୁରୁବାର ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୮୨ ହଜାର ୯୬୨ ଟଙ୍କାରେ କାରବାର ବନ୍ଦ ହୋଇଥିଲା । ଶୁକ୍ରବାର ବଜାର ଖୋଲିବା ମାତ୍ରା ସୁନା ଗୋଟିଏ ଝଟ୍କାରେ ପ୍ରାୟ ୮ ହଜାରରୁ ଅଧିକ ଟଙ୍କା ଖସିଛି । ଏବେ ୧୦ ଗ୍ରାମ ସୁନା ଦର ୧ ଲକ୍ଷ ୭୫ ହଜାର ୧୦୦ ଟଙ୍କା ରହିଛି ।
କାହିଁକି ଖସୁଛି ଦର ?
ବିଶେଷଜ୍ଞଙ୍କ ଅନୁସାରେ, ସୁନା ଓ ରୁପା ଦର ସର୍ବକାଳୀନ ରେକର୍ଡରେ ପହଞ୍ଚିଥିଲା । ନିବେଶକ ଅଧିକ ଲାଭ ଆଶାରେ ବିପୁଳ ନିବେଶ କରିବାରୁ ଦର ଖସିଛି । ଏଥିସହ ଭୂ-ରାଜନୈତିକ ଅସ୍ଥିରତା, ଟ୍ରମ୍ପଙ୍କ ଟାରିଫ୍ର ପ୍ରଭାବ ବଜାରରେ ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ମଜାରେ ମଡେଲ୍ ପତ୍ନୀଙ୍କୁ 'ମାଙ୍କଡ଼' କହିଲେ ସ୍ଵାମୀ; ରାଗରେ ଝୁଲି ପଡ଼ିଲା ସ୍ତ୍ରୀ
ଭୁବନେଶ୍ଵରରେ ସୁନା ଦର
ଭୁବନେଶ୍ଵରରେ ୨୪ କ୍ୟାରେଟ ସୁନା ଗ୍ରାମ ପିଛା ୧୭ ହଜାର ୬୨ ଟଙ୍କା ରହିଛି । ସେହିଭଳି ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୧୫ ହଜାର ୬୪୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ ସୁନା ଦର ୧୨ ହଜାର ୭୯୭ ଟଙ୍କା ରହିଛି ।
ଆଜିର ସୁନା ଦର ଏଠାରେ ଦେଖନ୍ତୁ । ପ୍ରତିଦିନର ଅପଡେଟ୍ ପାଇଁ ଆଉ ଅଧିକ ପଢ଼ନ୍ତୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories