Crime In Odisha / ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ବନ୍ଧୁକ ଜବତ; କେଉଁଠୁ ଆସିଲା, ପୋଲିସର ତନାଘନା
·7 months ago·2 min read

Key Points
ଛାତ୍ରଙ୍କ ବ୍ୟାଗରୁ ବନ୍ଧୁକ ଜବତ । କେନ୍ଦ୍ରାପଡ଼ା ପରେ ବାଲେଶ୍ଵରରେ ଜଣେ ଛାତ୍ର ବିଦ୍ୟାଳୟକୁ ବନ୍ଧୁକ ନେଇ ଆସିଥିବା ବେଳେ ଜବତ କରିଛି ପୋଲିସ ।
ବାଲେଶ୍ଵର: ପୁଣି ଶ୍ରେଣୀ ଗୃହରେ ବନ୍ଧୁକ । ଛାତ୍ରଙ୍କ ବ୍ୟାଗରୁ ବନ୍ଧୁକ ଜବତ । କେନ୍ଦ୍ରାପଡ଼ା ପରେ ବାଲେଶ୍ଵରରେ ଜଣେ ଛାତ୍ର ବିଦ୍ୟାଳୟକୁ ବନ୍ଧୁକ ନେଇ ଆସିଥିବା ବେଳେ ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ଗୁରୁବାର ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକ ଶ୍ରୀଜଙ୍ଗସ୍ଥିତ ଦାସ ମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ବନ୍ଧୁକ ମିଳିଛି ।
ଗୁରୁବାର ଅପରାହ୍ଣରେ ସ୍କୁଲ ଛୁଟି ହେବା ସମୟରେ କିଛି ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ନିକଟରେ ବନ୍ଧୁକ ଥିବାର ଦେଖିବାକୁ ପାଇଥିଲେ । ଏନେଇ ଛାତ୍ରଛାତ୍ରୀମାନେ ଜଣାଇଥିଲେ ।
ଏଥିସହ ପଢ଼ନ୍ତୁ: ନଗଦ ୨ ଲକ୍ଷ ୬୩ ହଜାର ଟଙ୍କା ସହ ଧରାପଡ଼ିଲେ ବଡ଼ମେଡିକାଲ୍ର ଡାକ୍ତର, ୩ଟି ସ୍ଥାନରେ ଚଢ଼ାଉ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖବର ପ୍ରଘଟ ହେବା ପରେ ବିଦ୍ୟାଳୟ କମିଟି ପହଞ୍ଚି ଏନେଇ ଖନ୍ତାପଡ଼ା ଥାନା ପୋଲିସକୁ ଜଣାଇଥିଲା । ପୋଲିସ ବାଇକ୍ ଯୋଗେ ସାଦା ପୋଷାକରେ ପହଞ୍ଚି ଛାତ୍ର ଜଣଙ୍କୁ ଥାନାକୁ ନେବା ସମୟରେ ବିଦ୍ୟାଳୟ କମିଟି ଏବଂ ଗ୍ରାମବାସୀ ବିରୋଧ କରିଥିଲେ ।
ଡ୍ୟୁଟି ସମୟରେ ପୋଲିସ ପୋଷାକରେ ନ ଆସି ସାଦା ପୋଷାକରେ ଆସିଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା । ପରେ ଥାନାର ସବ୍-ଇନ୍ସପେକ୍ଟର ବିକ୍ରମ କୁମାର ମହାପାତ୍ର ଏବଂ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ପୋଲିସ ସହ ବିଦ୍ୟାଳୟ କମିଟି ଏବଂ ଅଞ୍ଚଳବାସୀଙ୍କ ଯୁକ୍ତିତର୍କ ଲାଗି ରହିଥିଲା । ଦୀର୍ଘ ସମୟ ପରେ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରିବାରେ ସଫଳ ହେବା ସହ ଛାତ୍ରଙ୍କ ବ୍ୟାଗରୁ ବନ୍ଧୁକ ଜବତ କରିଥିଲା ।
ଏଥିସହ ପଢ଼ନ୍ତୁ: ଶ୍ରେଣୀଗୃହକୁ ବନ୍ଧୁକ ନେଇ ଆସିଲେ; ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ରଖି ଧମକାଇଲେ ନବମ ଛାତ୍ର
ଉକ୍ତ ଛାତ୍ରଙ୍କୁ ପୋଲିସ ତାଙ୍କ ମାଆଙ୍କ ହେପାଜତରେ ଛାଡ଼ିଥିବା ଜଣାପଡ଼ିଛି । ତେବେ ଛାତ୍ରଜଣଙ୍କ ବନ୍ଧୁକ କେଉଁଠାରୁ ଆଣିଲେ, କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଛାତ୍ର ଜଣଙ୍କୁ ବନ୍ଧୁକ ଦେଇଥିଲା ? ଏ ଦିଗରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପିଏମ୍. ଶ୍ରୀ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ର ବିଦ୍ୟାଳୟକୁ ବନ୍ଧୁକ ନେଇ ଆସିଥିଲେ । ପ୍ରଧାନଶିକ୍ଷକ ନୃସିଂହ ମଲ୍ଲିକଙ୍କ ଯୁକ୍ତିତର୍କ ପରେ ଛାତ୍ର ଜଣଙ୍କ ଦେଶୀ ବନ୍ଧୁକ ସିଧା ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ଲଗାଇ ଧମକ ଚମକ ଦେଇଥିଲେ ।

Related Topics
Explore more stories