Gold Price / ଉପରମୁହାଁ ସୁନା ଦର, ଦିନକରେ ବଢ଼ିଲା ୩ ହଜାର

Key Points
ସୁନା ମୂଲ୍ୟ ୧ ଲକ୍ଷ ୨୫ ହଜାର ପାର । ପ୍ରଥମ ଥର ପାଇଁ ସୁନାର ମୂଲ୍ୟ ୧ ଲକ୍ଷ ୨୫ ହଜାର ପାର । ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧,୨୬,୧୫୨ ଟଙ୍କା ।
ଧନତେରାସ୍ ପୂର୍ବରୁ ବଢ଼ିଲା ସୁନା ଦର । ଗୋଲ୍ଡ ଦରରେ ଲାଗୁନି ବ୍ରେକ୍ । ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ସୁନା ଦର । ପ୍ରଥମ ଥର ପାଇଁ ସୁନାର ମୂଲ୍ୟ ୧ ଲକ୍ଷ ୨୫ ହଜାର ପାର କରିଛି । ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ ଅନୁସାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ଏକ ହଜାର ୯୯୭ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୨୬ ହଜାର ୧୫୨ ଟଙ୍କାରେ ପହଞ୍ଚିଛି । ସୋମବାର ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୧ ଲକ୍ଷ ୨୪ ହଜାର ୧୫୫ ଟଙ୍କା ଥିଲା ।
ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟରେ ୧୦ ଗ୍ରାମ ପ୍ରତି ୨ ହଜାର ୭୦୦ ଟଙ୍କା ବୃଦ୍ଧି ହୋଇଛି । ଫଳରେ ଭୁବନେଶ୍ୱରରେ ଭରି ମୂଲ୍ୟ ୧ ଲକ୍ଷ ୧୭ ହଜାର ୬୫୦ ଟଙ୍କା ହୋଇଛି । ସେହିପରି ରୂପାର ମୂଲ୍ୟ ୨ ହଜାର ୭୭୫ ଟଙ୍କା ବୃଦ୍ଧି ପାଇ ସର୍ବକାଳୀନ ସର୍ବାଧିକ ୧ ଲକ୍ଷ୍ୟ ୭୮ ହଜାର ୧୦୦ ପ୍ରତି କିଲୋଗ୍ରାମରେ ପହଞ୍ଚିଛି ।
ଅଧିକ ପଢ଼ନ୍ତୁ: EMI ହେଲା ଶସ୍ତା! RBI ଡିସେମ୍ବରରେ ହ୍ରାସ କରିବ ସୁଧହାର, ହୋମ୍ ଲୋନ୍ ହୋଇଯିବ ଶସ୍ତା
ଗତ ୯ ଦିନ ମଧ୍ୟରେ ୨୨ କ୍ୟାରେଟ୍ ସୁନା ଦର ୮୬୦୦ ଟଙ୍କା ବଢ଼ିଛି । ସେହିପରି ୨୪ କ୍ୟାରେଟ୍ ସୁନା ଦର ୯୩୯୦ ଟଙ୍କା ବୃଦ୍ଧି ପାଇଛି । ଗୋଲ୍ଡସମ୍ୟାନ୍ ସାକ୍ସର ଏକ ନୂଆ ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୫ ହଜାର ଡଲାରକୁ ପହଞ୍ଚିପାରେ । ବର୍ତ୍ତମାନର ବିନିମୟ ମୂଲ୍ୟ ଆଧାରରେ ଭାରତରେ ୧୦ ଗ୍ରାମ୍ ସୁନା ଦର ୧.୫୫ ଲକ୍ଷ ଟଙ୍କାରେ ପହଞ୍ଚିପାରେ ।
ବିଶେଷଜ୍ଞଙ୍କ ମତରେ, ପର୍ବପର୍ବାଣୀ ସମୟରେ ଲୋକଙ୍କ କିଣାକିଣି, ଶିଳ୍ପ ଚାହିଦା ଏବଂ କମ୍ ବିଶ୍ୱ ଯୋଗାଣ ଏବଂ ବର୍ଦ୍ଧିତ ଚାହିଦା ଯୋଗୁ ରୂପାର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ୪୯ ହଜାର ୯୯୦ ଏବଂ ରୂପା ୯୨ ହଜାର ୮୩ ଟଙ୍କା ମହଙ୍ଗା ହୋଇ ସାରିଲାଣି ।
📱 Get Argus News App
✨
ସୁନା ଓ ରୂପା ଦର ବଢ଼ିବାରେ ଅନେକ କାରଣ ଅଛି । ଆମେରିକା ରାଷ୍ଟ୍ରପତିଙ୍କ ଟାରିଫ୍ ନୀତି ବିଶ୍ବ ବଜାରରେ ଅସ୍ଥିରତା ସୃଷ୍ଟି କରିଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ପୁଞ୍ଜି ବଜାରରେ ପଡ଼ିଛି । ପୁଞ୍ଜ ବଜାରରେ ଅସ୍ଥିରତା ପାଇଁ ସୁନା ରୂପାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି ନିବେଶକ । ଯାହାଫଳରେ ଦିନକୁ ଦିନ ସୁନା ରୂପ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି ।
Related Topics
Explore more stories