Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Gold Price / ଟ୍ରମ୍ପଙ୍କ ଏହି ୪ କାମ ସଫଳ ହେଲେ ଖସିଯିବ ସୁନା ସହ ରୂପା ମୂଲ୍ୟ !

Sushanta Sahoo
Browse all articles by Sushanta Sahoo
·8 months ago·4 min read
ଟ୍ରମ୍ପଙ୍କ ଏହି ୪ କାମ ସଫଳ ହେଲେ ଖସିଯିବ ସୁନା ସହ ରୂପା ମୂଲ୍ୟ !

Key Points

ଯେବେ ଦୁନିଆରେ ଯୁଦ୍ଧର କଳାବାଦଳ ଛାଇ ରହିଥାଏ, ସେତେବେଳେ ନିବେଶକ ସୁନା କିଣିବାକୁ ଦୌଡ଼ିଥାନ୍ତି । କାରଣ ବଜାରରେ ବଢ଼ି ଯାଇଥାଏ ଅନିଶ୍ଚିତତା । କିନ୍ତୁ ଦୁନିଆରେ ଶାନ୍ତି ଫେରିଲେ, ଖସେ ସୁନାର ମୂଲ୍ୟ । ଏବେର ସମୟରେ ସେଭଳି କିଛି ସଂକେତ ମିଳୁଛି ।
ନୂଆଦିଲ୍ଲୀ: ନିବେଶ ଭିତରେ ସୁନାରେ ଟଙ୍କା ଖଟାଇବାକୁ ସବୁଠାରୁ ସୁରକ୍ଷିତ ବିବେଚନା କରାଯାଏ । ଆଉ ଯେବେ ଦୁନିଆରେ ଯୁଦ୍ଧର କଳାବାଦଳ ଛାଇ ରହିଥାଏ, ସେତେବେଳେ ନିବେଶକ ସୁନା କିଣିବାକୁ ଦୌଡ଼ିଥାନ୍ତି । କାରଣ ବଜାରରେ ବଢ଼ି ଯାଇଥାଏ ଅନିଶ୍ଚିତତା । କିନ୍ତୁ ଦୁନିଆରେ ଶାନ୍ତି ଫେରିଲେ, ଖସେ ସୁନାର ମୂଲ୍ୟ ।

ଆଉ ଏବେର ସମୟରେ ସେଭଳି କିଛି ସଂକେତ ମିଳୁଛି । ଯାହା ଆଗାମୀ ଦିନ କିମ୍ବା ମାସରେ ସୁନାର ମୂଲ୍ୟ ହ୍ରାସର ସମ୍ଭାବନାକୁ ଦୃଢ଼ କରୁଛି । ଆଶା କରାଯାଉଛି ୧୦ ଗ୍ରାମ ସୁନା ମୂଲ୍ୟ ଲକ୍ଷେ ତଳକୁ ଖସି ଆସିବ । ଆସନ୍ତୁ ଜାଣିବା ଏହା ପଛର ୪ଟି ବଡ଼ କାରଣ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ୪ ପଦକ୍ଷେପ କମାଇ ପାରେ ସୁନାର ଭାଉ ।

ଦୁନିଆରେ ଗତ କିଛିମାସ ହେଲା ଦରବୃଦ୍ଧି, ଯୁଦ୍ଧ, ଟାରିଫ୍ ଭିତରେ ସୁନା-ରୂପା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଆଉ ସେସବୁ ସ୍ଥିତି ଏବେ ଧିରେ ଧିରେ ଠିକ୍ ହେବାକୁ ଯାଉଛି । ସଂକେତ ମିଳୁଛି, ଦେଶ ଦେଶ ମଧ୍ୟରେ ସମ୍ପର୍କ ସୁଧୁରୁଛି । ଯାହା ଫଳରେ ନିବେଶକ ସେୟାର ବଜାର ଆଡ଼କୁ ଢଳିବା ସହ ଫିକା ପଡ଼ିପାରେ ସୁନା ଓ ରୂପାର ଚମକ ।

ବିଶେଷଜ୍ଞଙ୍କ ଅନୁସାରେ, ଯଦି କିଛି ବଡ଼ଧରଣର ଭୂ-ରାଜନୈତିକ ଘଟଣାକ୍ରମ ସକରାତ୍ମକ ମୋଡ଼ ନିଏ, ତାହେଲେ ସୁନାର ଦର ୧୦ ଗ୍ରାମ ପ୍ରତି ୧ ଲକ୍ଷ ତଳକୁ ଖସି ଆସିବ । ଆସନ୍ତୁ ନଜର ପକାଇବା କେଉଁ ୪ କାରଣରୁ ଖସିବ ସୁନା ଓ ରୂପା ମୂଲ୍ୟ...

୧) ଆମେରିକା ଓ ଚୀନ୍ ବାଣିଜ୍ୟ ଚୁକ୍ତି

ଦୁନିଆର ଅନ୍ୟତମ ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ । ବିଶ୍ଵର ଦୁଇ ମହାଶକ୍ତି ବିଗତ ଅନେକ ବର୍ଷ ହେଲା ଏକ ପ୍ରକାର ବାଣିଜ୍ୟିକ ଯୁଦ୍ଧ ଲଢ଼ୁଛନ୍ତି । ଟାରିଫ୍ ଓ ସାମଗ୍ରୀ ବିତରଣକୁ ନେଇ ଟଣାଓଟରା ବିଶ୍ଵ ବଜାରକୁ ଅସ୍ଥିର କରି ରଖିଛି । ବଜାରରେ ଅସ୍ଥିରତାର ଆତଙ୍କ ଭିତରେ ଆସିଛି ଆଶ୍ଵସ୍ତିକର ଖବର । ବାଣିଜ୍ୟକୁ ନେଇ ଲଢ଼ୁଥିବା ଚୀନ, ଆମେରିକା ଏବେ ଟ୍ରେଡ୍ ଡିଲ୍‌ର ନିକଟତର । ପୂର୍ବରୁ ଆମେରିକାର ମୁକାବିଲା ପାଇଁ ଚୀନ ସୁନା ଭଣ୍ଡାର ବଢ଼ାଉଥିଲା, ଯାହା ଫଳରେ ମୂଲ୍ୟ ବଢ଼ି ଚାଲିଥିଲା ।

ଏବେ ସ୍ଥିତି ବଦଳିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଲଗାତାର ସକରାତ୍ମକ ଆଲୋଚନା ହେଉଛି । ଆଗକୁ ଏକ ବାଣିଜ୍ୟିକ ଚୁକ୍ତି ଦୁଇ ଦେଶ ମଧ୍ୟରେ ହେବାକୁ ଯାଉଛି । ଯଦି ଏଭଳି ହୁଏ ତ ନିବେଶକଙ୍କ ଭରସା ଜିତିବ ସେୟାର ବଜାର । ଆମେରିକା-ଚୀନ ଟ୍ରେଡ୍ ଡିଲ୍ ସୁନା ମୂଲ୍ୟ ଖସାଇବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି ।

୨) ଭାରତ-ଆମେରିକା ବାଣିଜ୍ୟ ରାଜିନାମା

ଦୁନିଆର ଦ୍ଵିତୀୟ ବଡ଼ ସୁନା ଉପଭୋକ୍ତା ଦେଶ ହେଉଛି ଭାରତ । ଏଭଳି ସ୍ଥିତିର ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ମଜଭୁତ ହେଲେ ଏହାର ସିଧା ପ୍ରଭାବ ପଡ଼ିବ ସୁନା ଦର ଉପରେ । ଏକ ନୂଆ ବାଣିଜ୍ୟ ପ୍ୟାକେଟ ଭାବେ ଭାରତକୁ ବିଦେଶୀ ନିବେଶ ଆସିବ, ଡଲାର ତୁଳନାରେ ମଜଭୁତ ହେବ ଟଙ୍କା, ଆର୍ଥିକ ଗତିବିଧି ଆଗକୁ ବଢ଼ିବ । ଆଉ ଭାରତରେ ସୁନା କିଣିବା ଶସ୍ତା ହୋଇଯିବ ।

ଯଦିଓ ଏବେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ସ୍ଥିର ରହିଛି । ତଥାପି ସୁନାରେ ନିବେଶ ପୂର୍ବରୁ ବାରମ୍ବାର ଭାବୁଛନ୍ତି ନିବେଶକ । ଆଗାମୀ ଦିନରେ ସାମାନଙ୍କୁ ଆଶ୍ଵସ୍ତି ମିଳିପାରେ । କାରଣ ସୁନା ଦର ଲକ୍ଷେ ତଳକୁ ୧୦ ଗ୍ରାମ ପ୍ରତି ଖସିପାରେ ।

୩) ଇସ୍ରାଏଲ୍-ହମାସ ଯୁଦ୍ଧ ବିରତି

ମଧ୍ୟ ପୂର୍ବ ରାଷ୍ଟ୍ର ସବୁବେଳେ ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିଥାନ୍ତି । ଇସ୍ରାଏଲ୍ ଓ ହମାସ ମଧ୍ୟରେ ଲମ୍ବା ଯୁଦ୍ଧ ବିଶ୍ଵ ବଜାରକୁ ପ୍ରଭାବିତ କରିଥିଲା । ମାବୀୟ ସଂକଟ ସୃଷ୍ଟି କରିଥିଲା । ତୈଳ ମହଙ୍ଗା ହେବା ସହ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିଲା । ଆଉ ନିବେଶକ ସୁରକ୍ଷିତ ଠିକଣା ଖୋଜି ସୁନାରେ ପୁଞ୍ଜି ଖଟାଇଥିଲେ ।

ଆଉ ଏବେ ଦୁଇ ଦେଶ ଅସ୍ତ୍ରବିରତିକୁ ନେଇ ଆଗକୁ ବଢ଼ୁଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହାର ନେତୃତ୍ଵ ନେଉଛନ୍ତି । ଆଉ ଏହା ସମ୍ପୂର୍ଣ୍ଣ ହେଲେ ବଜାରରେ ସ୍ଥିରତା ଆସିବ । ଯାହାର ପ୍ରଭାବ ପଡ଼ିବ ସୁନା ଓ ରୂପା ଉପରେ । ନିବେଶଙ୍କ ସେମାନଙ୍କ ପୁଞ୍ଜି ସେୟାର, ବଣ୍ଡ ଓ ରିଅଲ ଇଷ୍ଟେଟ ଭଳି ଲାଭକାରୀ କ୍ଷେତ୍ରରେ ଲଗାଇବେ । ପ୍ରଭାବରେ ସୁନାର ଦର ସ୍ଵାଭାବିକ ଭାବେ ହ୍ରାସ ପାଇବ ।

୪) ପାକିସ୍ତାନ-ଆଫଗାନିସ୍ତାନ ଅସ୍ତ୍ରବିରତି

ଦକ୍ଷିଣ ଏସିଆରେ ଅସ୍ଥିରତା ପାଇଁ ଅନ୍ତର୍ଜାତୀୟ ନିବେଶକ ସବୁବେଳେ ସତର୍କ ଥାଆନ୍ତି । ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଯଦି ସ୍ଥାୟୀ ଅସ୍ତ୍ରବିରତି ହୁଏ, ତାହେଲେ ଏହି କ୍ଷେତ୍ରରେ ଆର୍ଥିକ ସ୍ଥିରତା ଆସିବା ସହ ବଢ଼ିବ ନିବେଶକଙ୍କ ଭରସା । ଯଦିଓ ଅନ୍ତର୍ଜାତୀୟ ବଜାର ପ୍ରତି ଏହି ଦୁଇ ଦେଶର ସେଭଳି ବଡ଼ ଯୋଗଦାନ ନାହିଁ ତଥାପି ଶାନ୍ତିର ମାହୋଲ ବ୍ୟବସାୟ, ନିବେଶ ଓ କ୍ଷେତ୍ରୀୟ ବିକାଶ ପାଇଁ ଲାଭକାରୀ ହେବ ।

ଏଭଳି ସ୍ଥିତିରେ ନିବେଶକ ମଧ୍ୟ ରିସ୍କ୍ ନେବାକୁ ପ୍ରସ୍ତୁତ ହୋଇଥାନ୍ତି ଏବଂ ନିବେଶକ ସେୟାର ବଜାରକୁ ଫେରନ୍ତି । ଫଳରେ ସୁନା କ୍ରୟ ହ୍ରାସ ପାଇଥାଏ । ଅର୍ଥାତ କହିବାକୁ ଗଲେ ଦକ୍ଷିଣ ଏସିଆରେ ବନ୍ଧୁକର ଗୁଳିଗୋଳା ଗର୍ଜନ ବନ୍ଦ ହେଲେ ସୁନାର ଦର ବି ସ୍ଥିର ରହିବ ।

ତେବେ ଏସବୁ ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆମେରିକାର ଭୂମିକା ରହିଛି । ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ୪ କାର୍ଯ୍ୟକୁ ନିଜ ହିସାବରେ କରାଇବାରେ ସକ୍ଷମ ହେଲେ ସୁନାର ଗ୍ରାଫ ତଳକୁ ଖସିବା ନିଶ୍ଚିତ ।

ଏଥିସହ ପଢ଼ନ୍ତୁ: ୪ ଦିନରେ ୭ ହଜାର ଶସ୍ତା ହେଲା ସୁନା, ଜାଣନ୍ତୁ ହଠାତ୍‌ କାହିଁକ ଏତେ କମିଲା ଦର...

ଆହୁରି ପଢ଼ନ୍ତୁ: ପୁଣି କମିଲା ସୁନା ଦର, ଆଗକୁ ଆହୁରି କମିବା ଆଶଙ୍କା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Global Peace Talks May Push Gold Prices Down — Here’s Why | Argus News | Argus News