Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Gold Rate / ପୁଣି କମିଲା ସୁନା ଦର, ଆଗକୁ ଆହୁରି କମିବା ଆଶଙ୍କା

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ପୁଣି କମିଲା ସୁନା ଦର, ଆଗକୁ ଆହୁରି କମିବା ଆଶଙ୍କା

Key Points

ଆଗାମୀ ଦିନରେ ସୁନା ଦର ଆହୁରି ହ୍ରାସ ପାଇବ ବୋଲି ଆକଳନ କରାଯାଉଛି ।

ପୁଣି କମିଲା ସୁନା ଦର । ହୁ ହୁ ହୋଇ ବଢୁଥିବା ସୁନା ଓ ରୂପା ଦରରେ ଲାଗିଛି ବ୍ରେକ୍ । ଗତ କିଛି ଦିନ ହେଲା ଲଗାତାର୍ କମୁଛି ସୁନା ଓ ରୂପା ଦାମ୍ । ସପ୍ତାହେ ଭିତରେ ୧୦ ଗ୍ରାମ୍ ସୁନା ଦର ୮ ହଜାର ଟଙ୍କା ଶସ୍ତା ହୋଇଛି । ସେହିପରି ରୂପା ଦର ୧୨ ହଜାର ଟଙ୍କା ହ୍ରାସ ପାଇଛି । ବାଣିଜ୍ୟିକ ଉତ୍ତେଜନା ହ୍ରାସ ହେବା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ଖସିଥିବା ବେଳେ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଗାମୀ ଦିନରେ ସୁନା ଦର ଆହୁରି ହ୍ରାସ ପାଇବ ବୋଲି ଆକଳନ କରାଯାଉଛି ।

ଧନତେରସ୍‌ ଓ ଦୀପାବଳି ସମୟରେ ଆକାଶଛୁଆଁ ସ୍ତରରେ ପହଞ୍ଚିଥିବା ସୁନା ଓ ରୁପାର ଦାମ୍ ଗତ କିଛି ଦିନ ହେଲାଣି ଲଗାତାର ଭାବେ ତଳକୁ ଖସୁଛି। ସବୁଦିନ ଦରରେ ହ୍ରାସ ଘଟୁଛି। ଶୁକ୍ରବାର ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍ ୬୫୦ ଟଙ୍କା ହ୍ରାସ ପାଇ ୧,୧୪,୦୦୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍‌ ସୁନା ଦାମ୍ ୭୧୦ ଟଙ୍କା ହ୍ରାସ ପାଇ ୧,୨୪,୩୭୦ ଟଙ୍କାକୁ ଖସି ଆସିଛି।

ଏଥିସହ ପଢ଼ନ୍ତୁ: କାହିଁକି ଦିଆଯାଏ ବାତ୍ୟାର ନାଁ, କେଉଁ ଦେଶମାନେ ଏଥିରେ ସାମିଲ ?

ରୁପା କେଜି ମଧ୍ୟ ଆଜି ୪୦୦୦ ଟଙ୍କା କମ୍ ହୋଇ ୧,୭୦,୦୦୦ ଟଙ୍କା ହୋଇଛି। ଚଳିତ ମାସ ୧୮ ତାରିଖରୁ ସୁନା ମୂଲ୍ୟରେ ନିୟମିତ ହ୍ରାସ ଘଟୁଛି। ଅକ୍ଟୋବର ୧୭ରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୧,୨୧,୧୭୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧,୩୨,୭୭୦ ଟଙ୍କା ଭଳି ରେକର୍ଡ ସ୍ତରରେ ପହଞ୍ଚିଥିଲା। ତା’ ପରେ କିନ୍ତୁ ୨୨ କ୍ୟାରେଟ୍ ସୁନା ମୂଲ୍ୟରେ ୭୭୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍‌ରେ ୮୪୦୦ ଟଙ୍କାର ହ୍ରାସ ଘଟିଛି। ସେହିପରି, ରୁପା କେଜି ଯାହାର ମୂଲ୍ୟ ଚଳିତ ମାସ ୧୫ ତାରିଖରେ ରେକର୍ଡ ୨,୦୭,୦୦୦ ଟଙ୍କାକୁ ବଢ଼ିଥିଲା ତାହା ମଧ୍ୟ ୧,୭୦,୦୦୦ ଟଙ୍କାକୁ ହ୍ରାସ ପାଇଛି। ରୁପା ଦର ବି ସବୁଦିନ କମୁଛି। ଇତି ମଧ୍ୟରେ ‌ରୁପା ଦାମ୍‌ରେ ୩୭ ହଜାର ଟଙ୍କାର ହ୍ରାସ ଘଟିଛି।

ବଜାର ବିଶେଷଜ୍ଞମାନଙ୍କ ମତରେ ଦର ବଢ଼ିବା ସମୟରେ ସୁନା ଓ ରୁପା କିଣିଥିବା ନିବେଶକମାନେ ବିକ୍ରି ଆରମ୍ଭ କରିଥିବାରୁ ଦାମ୍‌ ଖସୁଛି। ସେମାନେ ଲାଭ ପାଇବା ଲାଗି ଉଭୟ ଧାତବ ପଦାର୍ଥକୁ ବିକ୍ରି କରୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ୧୦ ପ୍ରତିଶତର ହ୍ରାସ ହୋଇଛି। ଭୂରାଜନୈତିକ ସଙ୍କଟରେ ସୁଧାର, ଆମେରିକୀୟ ଡଲାର ଶକ୍ତିଶାଳୀ ହେବା, ବିଭିନ୍ନ ଦେଶ ସହ ବାଣିଜ୍ୟ ରାଜିନାମା କରିବାକୁ ଆମେରିକା ଉଦ୍ୟମ କରୁଥିବା ଭଳି ଘଟଣା ପ୍ରଭାବରେ ସୁନା ଓ ରୁପା ଦର ହ୍ରାସ ପାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold Rate | Gold prices drop again, likely to fall further | Argus News