India US Trade Deal / ଆମେରିକା ବଜାରରେ ବଢ଼ିବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟର ଚାହିଦା: ମୁଖ୍ୟମନ୍ତ୍ରୀ
·1 month ago·2 min read

Key Points
ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତି ସମୃଦ୍ଧ ହେବ । ଶୁଳ୍କ ହ୍ରାସ ଯୋଗୁଁ ଏବେ ଆମେରିକା ବଜାରରେ ବଢ଼ିବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟର ଚାହିଦା ।
ଭୁବନେଶ୍ଵର: ଭାରତ ଉପରୁ ଟାରିଫ୍ କମାଇଛି ଆମେରିକା, ଓଡ଼ିଶାକୁ ମିଳିବ ଫାଇଦା । ଆମେରିକା, ଭାରତ ଉପରୁ ଟାରିଫ୍ କମାଇବା ପରେ ଓଡ଼ିଶାକୁ ଲାଭ ମିଳିବ । ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ଓଡ଼ିଶା ପାଇଁ ନୂତନ ସୁଯୋଗ ଆଣି ଦେଇଛି । ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତି ସମୃଦ୍ଧ ହେବ । ଶୁଳ୍କ ହ୍ରାସ ଯୋଗୁଁ ଏବେ ଆମେରିକା ବଜାରରେ ବଢ଼ିବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟର ଚାହିଦା । ଉପକୂଳ ଅଞ୍ଚଳ ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ଆସିବ ।"
ଏଥିସହ ପଢ଼ନ୍ତୁ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଐତିହାସିକ କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତି ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁଏକ ନୂଆ ପରିଚୟ ଦେବ । ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ ।
ଏହାଦ୍ୱାରା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢ଼ିବା ସହ ଓଡ଼ିଶା 'ବ୍ଲୁ-ଇକୋନୋମି'ର ଏକ ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦିନ ତଳେ ଟ୍ରମ୍ପ ସରକାର ପାରସ୍ପରିକ ଟାରିଫ୍କୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି । ସେହିଭଳି ଋଷରୁ ତୈଳ ଆମଦାନୀକୁ ନେଇ ଲଗାଇଥିବା ଅତିରିକ୍ତ ୧୫ ପ୍ରତିଶତ ଟାରିଫ୍କୁ ଆମେରିକା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନେଇଛି । ଏହିଭଳି ଭାବେ ଦେଖିଲେ ଆମେରିକା ଟାରିଫ୍ରେ ମୋଟ ୩୨ ପ୍ରତିଶତ ହ୍ରାସ କରିଛି ।
ଏହା ପୂର୍ବରୁ ଭାରତ ଓ ଆମେରିକା ମଧ୍ୟରେ ସ୍ଵାକ୍ଷର ବାଣିଜ୍ୟ ଚୁକ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, "ବିଶ୍ଵ ଆର୍ଥିକ କୂଟନୀତିର ନିର୍ଣ୍ଣାୟକ କ୍ଷଣ" ବୋଲି କହିଛନ୍ତି । ସୋସିଆଲ୍ ମିଡିଆ ଏକ୍ସରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ପ୍ରଶଂସା କରିଛନ୍ତି ।
ଏଥିସହ ପଢ଼ନ୍ତୁ: କାର୍ରୁ ନେଇ କପଡ଼ା ପର୍ଯ୍ୟନ୍ତ; ଟାରିଫ୍ରେ ୩୨ ପ୍ରତିଶତ ହ୍ରାସ୍ କଲା ଆମେରିକା
ବାଣିଜ୍ୟ ଚୁକ୍ତିକୁ ଧର୍ମେନ୍ଦ୍ର ପ୍ରଧାନ ଐତିହାସିକ କହିବା ସହ ଏହା ଦ୍ଵିପାକ୍ଷିକ ବାଣିଜ୍ୟ, ନିବେଶ ସହ ବିତରଣ ଶୃଙ୍ଖଳକୁ ମଜଭୁତ୍ କରିବ । ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳରେ ବିଭିନ୍ନ କ୍ଷେତ୍ର ଅଗ୍ରଣୀ ହେବ ବୋଲି ଲେଖିଛନ୍ତି । ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ଭାରତୀୟ ଉଦ୍ୟୋଗ ପାଇଁ ବିସ୍ତୀର୍ଣ୍ଣ ବଜାର ଖୋଲିଦେବ । ଭାରତକୁ ବିଶ୍ଵରେ ଉତ୍ପାଦନର ହବ୍ ଭାବେ ପରିଣତ କରିବ । ଦୁନିଆର ଅବିବୃଦ୍ଧିରେ ଭାରତ କେନ୍ଦ୍ରୀୟ ପିଲାର୍ ହୋଇ ସଫଳତାର ନୂଆ ଗାଥା ଲେଖିବ ।
ନୂଆ ଓ ବିକଶିତ ଭାରତକୁ ଏହା ଆର୍ଥିକ, ସଂଗଠିତ ଓ ସଂସ୍ଥାଗତ ଭାବେ ସୁଦୃଢ଼ କରି ଆଗକୁ ନେବ । ସମୃଦ୍ଧି ଓ ସ୍ଥିରତା ସହ ଯୋଗଦାନ ଦେଇ ବିଶ୍ଵ ବାଣିଜ୍ୟକୁ ବ୍ୟାପକ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ।

ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତି ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଦେବ ଏକ ନୂଆ ପରିଚୟ। ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ। ଏହାଦ୍ୱାରା ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବା ସହ ଓଡ଼ିଶା… pic.twitter.com/F44IDCgO2C
— Mohan Charan Majhi (@MohanMOdisha) February 5, 2026
ଏହାଦ୍ୱାରା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢ଼ିବା ସହ ଓଡ଼ିଶା 'ବ୍ଲୁ-ଇକୋନୋମି'ର ଏକ ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦିନ ତଳେ ଟ୍ରମ୍ପ ସରକାର ପାରସ୍ପରିକ ଟାରିଫ୍କୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି । ସେହିଭଳି ଋଷରୁ ତୈଳ ଆମଦାନୀକୁ ନେଇ ଲଗାଇଥିବା ଅତିରିକ୍ତ ୧୫ ପ୍ରତିଶତ ଟାରିଫ୍କୁ ଆମେରିକା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନେଇଛି । ଏହିଭଳି ଭାବେ ଦେଖିଲେ ଆମେରିକା ଟାରିଫ୍ରେ ମୋଟ ୩୨ ପ୍ରତିଶତ ହ୍ରାସ କରିଛି ।
ଏହା ପୂର୍ବରୁ ଭାରତ ଓ ଆମେରିକା ମଧ୍ୟରେ ସ୍ଵାକ୍ଷର ବାଣିଜ୍ୟ ଚୁକ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, "ବିଶ୍ଵ ଆର୍ଥିକ କୂଟନୀତିର ନିର୍ଣ୍ଣାୟକ କ୍ଷଣ" ବୋଲି କହିଛନ୍ତି । ସୋସିଆଲ୍ ମିଡିଆ ଏକ୍ସରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ପ୍ରଶଂସା କରିଛନ୍ତି ।
ଏଥିସହ ପଢ଼ନ୍ତୁ: କାର୍ରୁ ନେଇ କପଡ଼ା ପର୍ଯ୍ୟନ୍ତ; ଟାରିଫ୍ରେ ୩୨ ପ୍ରତିଶତ ହ୍ରାସ୍ କଲା ଆମେରିକା
ବାଣିଜ୍ୟ ଚୁକ୍ତିକୁ ଧର୍ମେନ୍ଦ୍ର ପ୍ରଧାନ ଐତିହାସିକ କହିବା ସହ ଏହା ଦ୍ଵିପାକ୍ଷିକ ବାଣିଜ୍ୟ, ନିବେଶ ସହ ବିତରଣ ଶୃଙ୍ଖଳକୁ ମଜଭୁତ୍ କରିବ । ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳରେ ବିଭିନ୍ନ କ୍ଷେତ୍ର ଅଗ୍ରଣୀ ହେବ ବୋଲି ଲେଖିଛନ୍ତି । ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ଭାରତୀୟ ଉଦ୍ୟୋଗ ପାଇଁ ବିସ୍ତୀର୍ଣ୍ଣ ବଜାର ଖୋଲିଦେବ । ଭାରତକୁ ବିଶ୍ଵରେ ଉତ୍ପାଦନର ହବ୍ ଭାବେ ପରିଣତ କରିବ । ଦୁନିଆର ଅବିବୃଦ୍ଧିରେ ଭାରତ କେନ୍ଦ୍ରୀୟ ପିଲାର୍ ହୋଇ ସଫଳତାର ନୂଆ ଗାଥା ଲେଖିବ ।
ନୂଆ ଓ ବିକଶିତ ଭାରତକୁ ଏହା ଆର୍ଥିକ, ସଂଗଠିତ ଓ ସଂସ୍ଥାଗତ ଭାବେ ସୁଦୃଢ଼ କରି ଆଗକୁ ନେବ । ସମୃଦ୍ଧି ଓ ସ୍ଥିରତା ସହ ଯୋଗଦାନ ଦେଇ ବିଶ୍ଵ ବାଣିଜ୍ୟକୁ ବ୍ୟାପକ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories