India US Trade Deal / ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଐତିହାସିକ କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
·2 months ago·2 min read

Key Points
ବାଣିଜ୍ୟ ଚୁକ୍ତିକୁ ଧର୍ମେନ୍ଦ୍ର ପ୍ରଧାନ ଐତିହାସିକ କହିବା ସହ ଏହା ଦ୍ଵିପାକ୍ଷିକ ବାଣିଜ୍ୟ, ନିବେଶ ସହ ବିତରଣ ଶୃଙ୍ଖଳକୁ ମଜଭୁତ୍ କରିବ । ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳରେ ବିଭିନ୍ନ କ୍ଷେତ୍ର ଅଗ୍ରଣୀ ହେବ ବୋଲି ଲେଖିଛନ୍ତି ।
ଭୁବନେଶ୍ଵର: ଭାରତ ଉପରେ ଆମେରିକା ଲଗାଇଥିବା ଟାରିଫ୍ କମାଇଛି । ସ୍ଵାକ୍ଷର ହୋଇଛି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି । ଭାରତ ଓ ଆମେରିକା ମଧ୍ୟରେ ସ୍ଵାକ୍ଷର ବାଣିଜ୍ୟ ଚୁକ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, "ବିଶ୍ଵ ଆର୍ଥିକ କୂଟନୀତିର ନିର୍ଣ୍ଣାୟକ କ୍ଷଣ" ବୋଲି କହିଛନ୍ତି ।
ସୋସିଆଲ୍ ମିଡିଆ ଏକ୍ସରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ପ୍ରଶଂସା କରିଛନ୍ତି । ବାଣିଜ୍ୟ ଚୁକ୍ତିକୁ ଧର୍ମେନ୍ଦ୍ର ପ୍ରଧାନ ଐତିହାସିକ କହିବା ସହ ଏହା ଦ୍ଵିପାକ୍ଷିକ ବାଣିଜ୍ୟ, ନିବେଶ ସହ ବିତରଣ ଶୃଙ୍ଖଳକୁ ମଜଭୁତ୍ କରିବ । ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳରେ ବିଭିନ୍ନ କ୍ଷେତ୍ର ଅଗ୍ରଣୀ ହେବ ବୋଲି ଲେଖିଛନ୍ତି ।
ଏଥିସହ ପଢ଼ନ୍ତୁ: କାର୍ରୁ ନେଇ କପଡ଼ା ପର୍ଯ୍ୟନ୍ତ; ଟାରିଫ୍ରେ ୩୨ ପ୍ରତିଶତ ହ୍ରାସ୍ କଲା ଆମେରିକା
ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ଭାରତୀୟ ଉଦ୍ୟୋଗ ପାଇଁ ବିସ୍ତୀର୍ଣ୍ଣ ବଜାର ଖୋଲିଦେବ । ଭାରତକୁ ବିଶ୍ଵରେ ଉତ୍ପାଦନର ହବ୍ ଭାବେ ପରିଣତ କରିବ । ଦୁନିଆର ଅବିବୃଦ୍ଧିରେ ଭାରତ କେନ୍ଦ୍ରୀୟ ପିଲାର୍ ହୋଇ ସଫଳତାର ନୂଆ ଗାଥା ଲେଖିବ ।
ନୂଆ ଓ ବିକଶିତ ଭାରତକୁ ଏହା ଆର୍ଥିକ, ସଂଗଠିତ ଓ ସଂସ୍ଥାଗତ ଭାବେ ସୁଦୃଢ଼ କରି ଆଗକୁ ନେବ । ସମୃଦ୍ଧି ଓ ସ୍ଥିରତା ସହ ଯୋଗଦାନ ଦେଇ ବିଶ୍ଵ ବାଣିଜ୍ୟକୁ ବ୍ୟାପକ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ।
ଭାରତ ଓ ଆମେରିକା ଶେଷର ବାଣିଜ୍ୟ ଚୁକ୍ତି (Trade Deal) ପାଇଁ ସହମତି ପ୍ରକାଶ କରିଛନ୍ତି । ଚୁକ୍ତି ଅନୁସାରେ, ଟ୍ରମ୍ପ ସରକାର ପାରସ୍ପରିକ ଟାରିଫ୍କୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି । ସେହିଭଳି ଋଷରୁ ତୈଳ ଆମଦାନୀକୁ ନେଇ ଲଗାଇଥିବା ଅତିରିକ୍ତ ୧୫ ପ୍ରତିଶତ ଟାରିଫ୍କୁ ଆମେରିକା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନେଇଛି ।
ଏହିଭଳି ଭାବେ ଦେଖିଲେ ଆମେରିକା ଟାରିଫ୍ରେ ମୋଟ ୩୨ ପ୍ରତିଶତ ହ୍ରାସ କରିଛି । ଭାରତ ଉପରେ ଟାରିଫ୍ ହ୍ରାସ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ବାଣିଜ୍ୟ ଚୁକ୍ତି ତୁରନ୍ତ ଲାଗୁ କରାଯିବ ।" ଯାହାକି ଭାରତ ପାଇଁ ଟାରିଫ୍କୁ ନେଇ ଏକ ଶୁଭ ସଂକେତ ।
ଏଥିସହ ପଢ଼ନ୍ତୁ: ୫ ଦିନ ହେଲା ଖସୁଥିଲା ସୁନା-ରୁପା ଦାମ; ଟାରିଫ୍ ଡିଲ୍ ପରେ ପୁଣି ବଢ଼ିଲା
ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ରେ ଆଲୋଚନା କରିଥିଲେ । ଆଉ ଏହାପରେ ବାଣିଜ୍ୟ ଚୁକ୍ତି ନେଇ ସୂଚନା ଦେଇଥିଲେ । ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ଟ୍ରୁଥ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସା କରିଛନ୍ତି ।
କହିଛନ୍ତି, "ଆମେରିକା-ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ତତ୍କାଳ ଲାଗୁ କରିବାକୁ ସହମତ ହୋଇଛୁ । ଭାରତ ଉପରେ ଲାଗିଥିବା ଟାରିଫ୍କୁ ୨୫ରୁ ୧୮ ପ୍ରତିଶକୁ ହ୍ରାସ କରିଛୁ ।"

A decisive moment in global economic diplomacy .
— Dharmendra Pradhan (@dpradhanbjp) February 3, 2026
Congratulations to Prime Minister @narendramodi and President @realdonaldtrump on the landmark India–US trade agreement.
This historic deal deepens bilateral trade and investment, strengthens resilient supply chains, fosters… https://t.co/OwYAn2cugv
ନୂଆ ଓ ବିକଶିତ ଭାରତକୁ ଏହା ଆର୍ଥିକ, ସଂଗଠିତ ଓ ସଂସ୍ଥାଗତ ଭାବେ ସୁଦୃଢ଼ କରି ଆଗକୁ ନେବ । ସମୃଦ୍ଧି ଓ ସ୍ଥିରତା ସହ ଯୋଗଦାନ ଦେଇ ବିଶ୍ଵ ବାଣିଜ୍ୟକୁ ବ୍ୟାପକ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ।
ଭାରତ ଓ ଆମେରିକା ଶେଷର ବାଣିଜ୍ୟ ଚୁକ୍ତି (Trade Deal) ପାଇଁ ସହମତି ପ୍ରକାଶ କରିଛନ୍ତି । ଚୁକ୍ତି ଅନୁସାରେ, ଟ୍ରମ୍ପ ସରକାର ପାରସ୍ପରିକ ଟାରିଫ୍କୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି । ସେହିଭଳି ଋଷରୁ ତୈଳ ଆମଦାନୀକୁ ନେଇ ଲଗାଇଥିବା ଅତିରିକ୍ତ ୧୫ ପ୍ରତିଶତ ଟାରିଫ୍କୁ ଆମେରିକା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନେଇଛି ।
ଏହିଭଳି ଭାବେ ଦେଖିଲେ ଆମେରିକା ଟାରିଫ୍ରେ ମୋଟ ୩୨ ପ୍ରତିଶତ ହ୍ରାସ କରିଛି । ଭାରତ ଉପରେ ଟାରିଫ୍ ହ୍ରାସ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ବାଣିଜ୍ୟ ଚୁକ୍ତି ତୁରନ୍ତ ଲାଗୁ କରାଯିବ ।" ଯାହାକି ଭାରତ ପାଇଁ ଟାରିଫ୍କୁ ନେଇ ଏକ ଶୁଭ ସଂକେତ ।
ଏଥିସହ ପଢ଼ନ୍ତୁ: ୫ ଦିନ ହେଲା ଖସୁଥିଲା ସୁନା-ରୁପା ଦାମ; ଟାରିଫ୍ ଡିଲ୍ ପରେ ପୁଣି ବଢ଼ିଲା
ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ରେ ଆଲୋଚନା କରିଥିଲେ । ଆଉ ଏହାପରେ ବାଣିଜ୍ୟ ଚୁକ୍ତି ନେଇ ସୂଚନା ଦେଇଥିଲେ । ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ଟ୍ରୁଥ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସା କରିଛନ୍ତି ।
କହିଛନ୍ତି, "ଆମେରିକା-ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ତତ୍କାଳ ଲାଗୁ କରିବାକୁ ସହମତ ହୋଇଛୁ । ଭାରତ ଉପରେ ଲାଗିଥିବା ଟାରିଫ୍କୁ ୨୫ରୁ ୧୮ ପ୍ରତିଶକୁ ହ୍ରାସ କରିଛୁ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories