Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Kinner Killed / ଆଶୀର୍ବାଦ ଦେବାକୁ ଆସିଥିବା କିନ୍ନରଙ୍କ ସହ କଏନକୁ ନେଇ ବିବାଦରୁ ହତ୍ୟା; ଘରେ ଲୁଚାଇଥିଲେ ଶବ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଆଶୀର୍ବାଦ ଦେବାକୁ ଆସିଥିବା କିନ୍ନରଙ୍କ ସହ କଏନକୁ ନେଇ ବିବାଦରୁ ହତ୍ୟା; ଘରେ ଲୁଚାଇଥିଲେ ଶବ
Kinner Killed After Coin Dispute

Key Points

ଦକ୍ଷିଣାରେ କଏନକୁ ନେଇ ବିବାଦରୁ କିନ୍ନରଙ୍କୁ ହତ୍ୟା ପରେ ଘରେ ଏକ କୋଠରୀରେ ମୃତଦେହ ଲୁଚାଇଦେଲେ । ଏଭଳି ବୀଭତ୍ସ ଘଟଣା ଘଟିଛି ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ବୈରିଆ ଥାନା ଅଞ୍ଚଳରେ ।
ଲକ୍ଷ୍ନୌ: ଶୁଭକାମନା ଜଣାଇବାକୁ ଆସିଥିଲେ, ଆଶୀର୍ବାଦ ଦେଲେ । ପୁଣି ଦକ୍ଷିଣାରେ କଏନକୁ ନେଇ ବିବାଦରୁ କିନ୍ନରଙ୍କୁ ହତ୍ୟା ପରେ ଘରେ ଏକ କୋଠରୀରେ ମୃତଦେହ ଲୁଚାଇଦେଲେ । ଏଭଳି ବୀଭତ୍ସ ଘଟଣା ଘଟିଛି ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ବୈରିଆ ଥାନା ଅଞ୍ଚଳରେ ।

ରେଖା କିନ୍ନରଙ୍କୁ ହତ୍ୟା ପରେ ରାଣୀଗଞ୍ଜ ସ୍ଥିତ ଘରେ କିନ୍ନରଙ୍କ ମୃତଦେହକୁ ଲୁଚାଇ ଦେଇଥିଲେ ଯୁବକ ଜଣଙ୍କ । ଏହା ପରେ ପୋଲିସର ଚାପ ପଡ଼ିବାରୁ ଯୁବକ ଜଣଙ୍କ ସେହି କୋଠରୀରେ ନିଜେ ଝୁଲି ପଡ଼ିଛନ୍ତି । ମୃତ ଯୁବକ ଓ ପରିବାର ବିରୋଧରେ ପୋଲିସ ହତ୍ୟା ଅପରାଧ ଧାରାରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ଏଥିସହ ପଢ଼ନ୍ତୁ: ସ୍ଵାମୀ ଆଗରେ ସ୍ତ୍ରୀକୁ ମାରି ଗହଳି ଭିତରେ ତାମସା ଦେଖୁଥିଲା ଅଭିଯୁକ୍ତ

ଟଙ୍କା ପାଇଁ ବହିଲା ରକ୍ତ

ରାଣୀଗଞ୍ଜରେ ରହୁଥିବା ରେଖା କିନ୍ନର ଯୁବକଙ୍କ ଘରକୁ ଆଶୀର୍ବାଦ ଦେବାକୁ ଯାଇଥିଲା । କିନ୍ତୁ ଦକ୍ଷିଣାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ଯାହାକୁ ନେଇ ଯୁବକ ଜଣଙ୍କ ରାଗି ଯାଇ ରେଖା କିନ୍ନରଙ୍କୁ ହତ୍ୟା କରିଥିଲା । ଏହା ପରେ ମୃତଦେହକୁ ଅନ୍ୟ କେଉଁଠିକୁ ନେବା ପରିବର୍ତ୍ତ ଘରେ ବନ୍ଦ କରି ଦେଇଥିଲା ।

ଯେତେବେଳେ ପୋଲିସ ରେଖା କିନ୍ନରକୁ ଖୋଜି ଖୋଜି ଯୁବକଙ୍କ ଘରେ ପହଞ୍ଚିଲା । ସେତେବେଳେକୁ ଯୁବକ ଜଣଙ୍କ ପୋଲିସ ଭୟରେ ଉକ୍ତ କୋଠରୀରେ ନିଜେ ଝୁଲି ପଡ଼ିଥିଲା । ବାଲିଆ ଏସ୍‌ପି ଓମବୀର ସିଂହ କହିଛନ୍ତି, "ଘରର ଏକ କୋଠରୀରୁ ଉଭୟଙ୍କ ମୃତଦେହ ମିଳିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇଛୁ ।"

ଏଥିସହ ପଢ଼ନ୍ତୁ: ପ୍ରେମ ନା ପ୍ରତିଶୋଧ ! ଗର୍ଭବତୀ ବ୍ୟାଙ୍କର ପତ୍ନୀଙ୍କ ଗଳା କାଟିଲେ ଚାର୍ଟାର୍ଡ ଆକାଉଣ୍ଟ ସ୍ଵାମୀ

ଏହି ଘଟଣାକୁ ନେଇ ସ୍ଥାନୀୟ କିନ୍ନର ଗୋଷ୍ଠୀ ଦୁଃଖରେ ଭାଙ୍ଗି ପଡ଼ିବା ସହ ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି । କିନ୍ନର ସଭାର ପ୍ରଦେଶ ଅଧ୍ୟକ୍ଷ ଅନୁଷ୍କା ଚୌବେ ନ୍ୟାୟ ଦାବି କରି କହିଛନ୍ତି, "ରେଖା କେବଳ ତାଙ୍କ ହକ୍ ମାଗିବାକୁ ଯାଇଥିଲେ । ତାଙ୍କୁ ଜଣାନଥିଲା ତାଙ୍କୁ ମାରି ଦିଆଯିବ ବୋଲି । ପୋଲିସ ଏବେ ପରିବାରର ଅନ୍ୟ ସଦସ୍ୟଙ୍କ ଭୂମିକା ଯାଞ୍ଚ କରୁଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kinner Murdered Over Money Dispute in Ballia, Body Found Hidden | Argus News | Argus News