|
logo
Live
Argus News App
GET APP

Argus News - ପେଟ୍ରୋଲ୍ ପମ୍ପରେ ହିନ୍ଦୁ ଯୁବକଙ୍କୁ ହତ୍ୟା; ତେଲ ଟଙ୍କା ମାଗିବାରୁ ମଡ଼ାଇଦେଲେ SUV

Crime

Run And Murder / ପେଟ୍ରୋଲ୍ ପମ୍ପରେ ହିନ୍ଦୁ ଯୁବକଙ୍କୁ ହତ୍ୟା; ତେଲ ଟଙ୍କା ମାଗିବାରୁ ମଡ଼ାଇଦେଲେ SUV

Sushanta Sahoo
Browse all articles by Sushanta Sahoo
·2 months ago·2 min read
ପେଟ୍ରୋଲ୍ ପମ୍ପରେ ହିନ୍ଦୁ ଯୁବକଙ୍କୁ ହତ୍ୟା; ତେଲ ଟଙ୍କା ମାଗିବାରୁ ମଡ଼ାଇଦେଲେ SUV
Petrol Pump Worker Killed Over Fuel Payment

Key Points

କଳାରଙ୍ଗର ଏସୟୁଭି ତେଲ ପକାଇବା ପରେ ସେ ଗାଡ଼ି ଅଟକାଇ ଟଙ୍କା ମାଗିଥିଲେ । ହେଲେ କାର୍ ଅଟକିବା ପରିବର୍ତ୍ତେ ରିପନଙ୍କ ଉପରେ ଚଢ଼ାଉ ସେଠାରୁ ଫେରାର୍ ହୋଇ ଯାଇଥିଲା ।
ଢାକା: ଥମୁନି ହିନ୍ଦୁ ବିରୋଧୀ ଆକ୍ରମଣ । ବାଂଲାଦେଶରେ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କୁ ପୁଣି ଟାର୍ଗେଟ୍ କରାଯାଇଛି । ପେଟ୍ରୋଲ୍ ପମ୍ପରେ କାର୍ଯ୍ୟରତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ପୂର୍ବତନ କର୍ମୀଙ୍କୁ କଳାରଙ୍ଗର ଏସୟୁଭି ଚଢ଼ାଇ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ୩୦ ବର୍ଷୀୟ ରିପନ ଶାହ ।

ରିପନ ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିଲେ । କଳାରଙ୍ଗର ଏସୟୁଭି ତେଲ ପକାଇବା ପରେ ସେ ଗାଡ଼ି ଅଟକାଇ ଟଙ୍କା ମାଗିଥିଲେ । ହେଲେ କାର୍ ଅଟକିବା ପରିବର୍ତ୍ତେ ରିପନଙ୍କ ଉପରେ ଚଢ଼ାଉ ସେଠାରୁ ଫେରାର୍ ହୋଇ ଯାଇଥିଲା ।

ଏଥିସହ ପଢ଼ନ୍ତୁ: ଲେବଲ୍ ୧ରୁ ୧୮ ପର୍ଯ୍ୟନ୍ତ... ଅଷ୍ଟମ ବେତନ କମିଶନରେ କାହା ଦରମା, କେତେ ବଢ଼ିବ ? ଜାଣନ୍ତୁ

ଘଟଣାସ୍ଥଳରେ ହିଁ ରିପନ ଶାହ ଆଖି ବୁଜିଛନ୍ତି । ଗୋଲାନ୍ଦା ମୋରର କରୀମ ଫିଲିଂ ଷ୍ଟେସନରେ ଏହି ଘଟଣା ଘଟିଛି । ରାଜବାରୀ ସଦର ପୋଲିସ କହିଛି, "ଏକ ହତ୍ୟା ମାମଲା ରୁଜୁ କରାଯିବ । କର୍ମଚାରୀ ଜଣଙ୍କ ଟଙ୍କା ମାଗିବାକୁ କାର୍ ଆଗରେ ଛିଡ଼ା ହୋଇଥିଲେ । ଟଙ୍କା ଦେବା ପାଇଁ ମନା କରି କାର୍ ମଡ଼ାଇ ପଳାଇଛି ।"

ପେଟ୍ରେଲ୍ ପମ୍ପର ଅନ୍ୟ କର୍ମଚାରୀଙ୍କ ଅନୁସାରେ, "କଳା ରଙ୍ଗର ଏସୟୁଭିଟି ଶୁକ୍ରବାର ଭୋର୍ ସାଢ଼େ ୪ଟା ସମୟରେ ଆସିଥିଲା । ୩ ହଜାର ୭୧୦ ଟଙ୍କାର ତେଲ ପକାଇଥିଲା । ହେଲେ ତେଲ ପକାଇବା ପରେ ଟଙ୍କା ନ ଦେଇ କାର ରିପନଙ୍କ ଉପରେ ଚଢ଼ାଇ ଦେଇଥିଲା ।"

ପେଟ୍ରୋଲ୍ ପମ୍ପରେ ରିପନଙ୍କୁ ମଡ଼ାଇ ଫେରାର୍ ହୋଇ ଯାଇଥିବା କାର୍‌କୁ ପୋଲିସ ଜବତ କରିଛି । କାର୍‌ର ମାଲିକ ୫୫ ବର୍ଷୀୟ ଅବୁଲ ହାଶେମ ଓରଫ ସୁଜନ ସହ ଡ୍ରାଇଭର କମଲ ହୋସନକୁ ଗିରଫ କରାଯାଇଛି । ଅବୁଲ ହାଶେମ ହେଉଛନ୍ତି ରାଜବାରୀ ଜିଲ୍ଲାର ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟର ପୂର୍ବତନ ସଭାପତି । ଯିଏକି ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା କଣ୍ଟ୍ରାକ୍ଟର ।

ଏଥିସହ ପଢ଼ନ୍ତୁ: ରେଲୱେ ବଦଳାଇଲା ନିୟମ; RAC ଯୁଗ ଶେଷ, ସ୍ଲିପରରେ ଗଲେ କମ୍‌ରେ ଦେବେ ୨୦୦ କିମିର ଭଡ଼ା

ବାଂଲାଦେଶରେ ଲଗାତାର ହିନ୍ଦୁଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି । ଯାହାକୁ ନେଇ ମାନବାଧିକାର ସଂଗଠନ ଚିନ୍ତା ପ୍ରକଟ କରିଛନ୍ତି । ସଂଗଠନ କରିଛି, "ଏଭଳି ଆକ୍ରମଣ କରାଯାଇ ଅଳ୍ପସଂଖ୍ୟକ ମତଦାତାଙ୍କୁ ସେମାନଙ୍କ ପ୍ରାର୍ଥୀ ଚୟନ କରିବାରୁ ବିରତ ରଖିବାକୁ ପ୍ରୟାସ କରାଯାଉଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Run And Murder: ପେଟ୍ରୋଲ୍ ପମ୍ପରେ ହିନ୍ଦୁ ଯୁବକଙ୍କୁ ହତ୍ୟା; ତେଲ ଟଙ୍କା ମାଗିବାରୁ ମଡ଼ାଇଦେଲେ SUV | Argus News