Indian Railways / ରେଲୱେ ବଦଳାଇଲା ନିୟମ; RAC ଯୁଗ ଶେଷ, ସ୍ଲିପରରେ ଗଲେ କମ୍ରେ ଦେବେ ୨୦୦ କିମିର ଭଡ଼ା
·2 months ago·2 min read

Key Points
ଅମୃତ ଭାରତ ୨ ଏକ୍ସପ୍ରେସ୍ ସ୍ଲିପର କ୍ଲାସ୍ ଟିକେଟ୍ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଏଣିକି ଏହି ଟ୍ରେନ୍ରେ ଆଉ RAC ଟିକେଟ୍ ମିଳିବ ନାହିଁ ।
ନୂଆଦିଲ୍ଲୀ: ଅମୃତ ଭାରତ ୨ ଏକ୍ସପ୍ରେସନ୍ ଟ୍ରେନ୍ ଆରମ୍ଭ ସହ ଭାରତୀୟ ରେଲୱେ ଅନେକ ନିୟମରେ ପରିବର୍ତ୍ତନ ଆଣିଛି । ରେଲୱେ ବୋର୍ଡ ନେଇଥିବା ନିଷ୍ପତ୍ତ ଅନୁସାରେ, ନୂଆ ଟ୍ରେନ୍ର ଭଡ଼ା ଓ ବୁକିଂ ନିୟମ ପୂର୍ବ ଅମୃତ ଭାରତ ଟ୍ରେନ୍ ଠାରୁ ଭିନ୍ନ ।
ନୂଆ ନିୟମରେ ମୂଲ ଭଡ଼ାକୁ ସମାନ ରଖା ଯାଇଛି । କିନ୍ତୁ କମ୍ ଦୂରତା ପାଇଁ ନିର୍ଦ୍ଧାରିତ ହୋଇଛି ସର୍ବନିମ୍ନ ଭଡ଼ା । ଏଣିକି ସ୍ଲିପର୍ ଶ୍ରେଣୀରେ ଯାତ୍ରା କଲେ ଅତି କମ୍ରେ ୨୦୦ କିଲୋମିଟର ଯାତ୍ରା ପାଇଁ ଭଡ଼ା ଦେବାକୁ ପଡ଼ିବ । ଯାହାକି ୧୪୯ ଟଙ୍କା ଅଟେ । ସେହିଭଳି ଦ୍ଵିତୀୟ ଶ୍ରେଣୀରେ ୫୦ କିଲୋମିଟର ପାଇଁ ସର୍ବନିମ୍ନ ଟିକେଟ ଦର ୩୬ ଟଙ୍କା ରହିଛି ।
ଏଥିସହ ପଢ଼ନ୍ତୁ: କ୍ରିଜ୍ରେ ଭାରତ-ବାଂଲାଦେଶ ତିକ୍ତତା; ଟସ୍ ବେଳେ ହାତ ମିଳାଇଲେନି ଅଧିନାୟକ
ଏହା ଛଡ଼ା ରିଜର୍ଭେସନ୍ ଚାର୍ଜ ଓ ସୁପରଫାଷ୍ଟ ଚାର୍ଜ ଅତିରିକ୍ତ ଭାବେ ଟିକେଟ୍ ବୁକିଂ ଉପରେ ଲାଗୁ ହେବ । ଏଭଳି ଭାବେ ଯଦି ଆପଣ ୧୦୦ କିମି ଦୂରକୁ ଯାତ୍ରା କରୁଛନ୍ତି ତ ତାହେଲେ ଆପଣଙ୍କୁ ୨୦୦ କିମି ପାଇଁ ଥିବା ସର୍ବନିମ୍ନ ଭଡ଼ା ଦେବାକୁ ପଡ଼ିବ ।
ହଟିଲା RAC
ଅମୃତ ଭାରତ ୨ ଏକ୍ସପ୍ରେସ୍ ସ୍ଲିପର କ୍ଲାସ୍ ଟିକେଟ୍ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଏଣିକି ଏହି ଟ୍ରେନ୍ରେ ଆଉ RAC ଟିକେଟ୍ ମିଳିବ ନାହିଁ । ଅଗ୍ରୀମ ଟିକେଟ୍ ବୁକିଂ ଦିନରୁ ସମସ୍ତ ଯାତ୍ରୀଙ୍କ ପାଇଁ ନିଶ୍ଚିତ ଟିକେଟ୍ ମିଳିବ । ସେହିଭଳି ଅଣସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ଯାତ୍ରା ପାଇଁ ପୂର୍ବ ନିୟମ ଲାଗୁ ହେବ ।
ଏବେ କେବଳ ୩ କୋଟା
ପରିବର୍ତ୍ତିତ ନିୟମ ଅନୁସାରେ, ଏଣିକି ସ୍ଲିପର କ୍ଲାସରେ କେବଳ ୩ଟି କୋଟା ରହିବ । ମହିଳା, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ କୋଟା ରଖାଯିବ । ଏହାକୁ ବାଦ୍ ଦେଲେ ଏହି ଟ୍ରେନ୍ରେ ଆଉ କୌଣସି କୋଟା ଲାଗୁ ହେବ ନାହିଁ । ବରିଷ୍ଠ ନାଗରିକ ଓ ଛୁଆଙ୍କୁ ନେଇ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଲୋୟର ବର୍ଥ ମିଳିବ ।
ଏଥିସହ ପଢ଼ନ୍ତୁ: 'ବିଶେଷ ଜାତିର ମହିଳାଙ୍କ ସହ ସମ୍ପର୍କ, ତୀର୍ଥ ଯାତ୍ରାର ଫଳ ସହ ସମାନ'; ନେତାଙ୍କ ମୁହଁରେ ନାହିଁ ବାଡ଼ବତା
୬୦ ବର୍ଷରୁ ଅଧିକ ବୟସ୍କ ପୁରୁଷ ଓ ୪୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ସ୍ଵୟଂଚାଳିତ ଭାବେ ଲୋୟର ବର୍ଥ ମିଳିବ । ଯାହାକି ଉପଲବ୍ଧତା ଆଧାରରେ ବଣ୍ଟନ କରାଯିବ । ଏଭଳି ସ୍ଥଳେ ଆପଣ ଛୋଟ ଛୁଆଙ୍କୁ ନେଇ ଯାତ୍ରା କଲେ ପ୍ରାଥମିକତା ଭିତରେ ଲୋୟର ବର୍ଥ ପାଇବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories