Crime In Odisha / ବୁଲେଟ୍ରେ ଯାଉଥିବା ବେଳେ ନିଛାଟିଆ ରାସ୍ତାରେ ଗୁଳିମାଡ଼; ଗଡ଼ିଲା ମୁଣ୍ଡ
·4 months ago·1 min read

Key Points
ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଜାମୁସାହି-ଦଲକ ରାସ୍ତାରେ ଏହି ଗୁଳିକାଣ୍ଡ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାସୁଦେବ ପରିଡ଼ା ନାମକ ଯୁବକ ଆଖି ବୁଜିଛନ୍ତି ।
ବେଗୁନିଆ (ଖୋର୍ଦ୍ଧା): ଅନ୍ଧାର ରାତିରେ ଗୁଳିମାଡ଼ । ନିଛାଟିଆ ରାସ୍ତାରେ ଗଡ଼ାଇ ଦେଲେ ମୁଣ୍ଡ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ଗୁଳିମାଡ଼ ହୋଇଛି । ବୁଲେଟ୍ରେ ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆଖି ବୁଜିଛନ୍ତି ଯୁବକ ।
ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଜାମୁସାହି-ଦଲକ ରାସ୍ତାରେ ଏହି ଗୁଳିକାଣ୍ଡ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାସୁଦେବ ପରିଡ଼ା ନାମକ ଯୁବକ ଆଖି ବୁଜିଛନ୍ତି । ତେବେ କିଏ ଓ କେଉଁ ପରିସ୍ଥିତିରେ ବାସୁଦେବଙ୍କୁ ଗୁଳି କଲେ ତାହା ସ୍ପଷ୍ଟ ହୋଇ ନାହିଁ । ବେଗୁନିଆ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: ବଡ଼ ଧରଣର ବ୍ୟାଙ୍କ ଡକାୟତି; କର୍ମଚାରୀ ଓ ଗ୍ରାହକ ମୁଣ୍ଡରେ ବନ୍ଧୁକ ରଖି ଖାଲି କରିଦେଲେ ବ୍ୟାଙ୍କ
ତେବେ ମୃତକ ବାସୁଦେବ ବୁଲେଟ୍ରେ ଏକାକୀ ଯାଉଥିଲେ କି ? ବାସୁଦେବଙ୍କ ସହ ଆଉ କିଏ ଥିଲେ ? କେତେଜଣ ଦୁର୍ବୃତ୍ତ ଆସି ବାସୁଦେବଙ୍କୁ ଗୁଳି କଲେ ? ଦୁର୍ବୃତ୍ତ ପଛରୁ ପିଛା କରୁଥିଲେ ନା ନିଛାଟିଆ ରାସ୍ତାରେ ବାସୁଦେବଙ୍କୁ ପୂର୍ବରୁ ଛକି ରହିଥିଲେ ? ଏମିତି ଅନେକ ପ୍ରଶ୍ନ ଉଙ୍କୁ ମାରିଥିବା ବେଳେ ପୋଲିସ ଆରମ୍ଭ କରିଛି ଛାନଭିନ୍ ।
କୁହାଯାଉଛି, ପୂର୍ବ ଶତ୍ରୁତାକୁ ନେଇ ବାସୁଦେବ ପରିଡ଼ାଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ରେ ବାସୁଦେବଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: