|
logo
Live
Argus News App
GET APP

Argus News - ବଡ଼ ଧରଣର ବ୍ୟାଙ୍କ ଡକାୟତି; କର୍ମଚାରୀ ଓ ଗ୍ରାହକ ମୁଣ୍ଡରେ ବନ୍ଧୁକ ରଖି ଖାଲି କରିଦେଲେ ବ୍ୟାଙ୍କ

Crime

Bank Robbery / ବଡ଼ ଧରଣର ବ୍ୟାଙ୍କ ଡକାୟତି; କର୍ମଚାରୀ ଓ ଗ୍ରାହକ ମୁଣ୍ଡରେ ବନ୍ଧୁକ ରଖି ଖାଲି କରିଦେଲେ ବ୍ୟାଙ୍କ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ବଡ଼ ଧରଣର ବ୍ୟାଙ୍କ ଡକାୟତି; କର୍ମଚାରୀ ଓ ଗ୍ରାହକ ମୁଣ୍ଡରେ ବନ୍ଧୁକ ରଖି ଖାଲି କରିଦେଲେ ବ୍ୟାଙ୍କ
Bank of Maharashtra robbery

Key Points

କେନ୍ଦୁଝର ଜିଲ୍ଲାର ବଡ଼ବିଲରେ ବନ୍ଧୁକ ମୁନରେ ବ୍ୟାଙ୍କ ଖାଲି କରି ଦେଇଛନ୍ତି ଡକାୟତ । ବଡ଼ବିଲ ଏସଡିପିଓଙ୍କ କାର୍ଯ୍ୟାଳୟର କିଛି ଦୂରରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରୁ ଏହି ବଡ଼ ଧରଣର ଡକାୟତି ହୋଇଛି ।
ଚମ୍ପୁଆ (କେନ୍ଦୁଝର): ଦିନ ଦ୍ଵପ୍ରହରରେ ଡକାୟତି । କେନ୍ଦୁଝର ଜିଲ୍ଲାର ବଡ଼ବିଲରେ ବନ୍ଧୁକ ମୁନରେ ବ୍ୟାଙ୍କ ଖାଲି କରି ଦେଇଛନ୍ତି ଡକାୟତ । ବଡ଼ବିଲ ଏସଡିପିଓଙ୍କ କାର୍ଯ୍ୟାଳୟର କିଛି ଦୂରରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରୁ ଏହି ବଡ଼ ଧରଣର ଡକାୟତି ହୋଇଛି ।

ସୂଚନା ଅନୁସାରେ, ଲୁଟେରା ମାନେ ବ୍ୟାଙ୍କ ଭିତରେ ଗ୍ରାହକ ଭାବେ ପଶିଥିଲେ । ବ୍ୟାଙ୍କ ଚଳଚଞ୍ଚଳ ଥିବା ବେଳେ ହଠାତ୍ ୫ରୁ ୬ ଜଣ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରାଇଥିଲେ । ପ୍ରଥମେ ଡକାୟତ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଭାଙ୍ଗିବା ସହ ହାର୍ଡଡିସ୍କ ଖୋଲି ଦେଇଥିଲେ ।

ଏଥିସହ ପଢ଼ନ୍ତୁ: 'ସାପ' ସହ ୨ ଘଣ୍ଟା AC କୋଚ୍‌ରେ ଖେଳୁଥିଲା ଛୁଆ; ସିଟ୍ ତଳକୁ ଖସିବାରୁ ସମସ୍ତେ ଛାନିଆ

ଏହା ପରେ ବ୍ୟାଙ୍କରେ ଥିବା ଗ୍ରାହକ ଓ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ରୁମ୍‌ରେ ନେଇ ତାଲା ପକାଇ ଦେଇଥିଲେ । ଆଉ ଲୁଟି ନେଇଥିଲେ ନଗଦ ୮ ଲକ୍ଷ ଟଙ୍କା ସହ ୩ରୁ ୪ କୋଟି ଟଙ୍କାର ସୁନା ଗହଣା । ଏହି ଲୁଟ୍ ବଡ଼ବିଲ-ବଲାଣି ରାସ୍ତାରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରୁ ହୋଇଛି ।

ବ୍ୟାଙ୍କ ଡକାୟତି ପରେ କେନ୍ଦୁଝର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଛାନଭିନ୍ ଚଳାଇଛି । କିଛିଦିନ ତଳେ ଯୋଡ଼ାରେ ମଧ୍ୟ ବଡ଼ ଧରଣର ଲୁଟ୍ ହୋଇଥିଲା । ଆଉ ଏବେ ବଡ଼ବିଲକୁ ଟାର୍ଗେଟ୍ କରିଛନ୍ତି ଡକାୟତ ।

ଏଥିସହ ପଢ଼ନ୍ତୁ: କରିପାରିବେନି ରିଲ୍ସ, ବ୍ଲଗ; ମନ୍ଦିର ପରିସରରେ ବ୍ୟାନ୍ ହେଲା ମୋବାଇଲ୍ ଫୋନ ଓ କ୍ୟାମେରା

ଲୁଟ୍ ବେଳେ ବ୍ୟାଙ୍କ ଯାଇଥିବା ଜଣେ ଗ୍ରାହକ କହିଛନ୍ତି, "ଲୁଟ୍ ବେଳେ ମୁଁ ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯାଇଥିଲି । ଲୁଟେରା ମୁଣ୍ଡରେ ବନ୍ଧୁକ ଲଗାଇ ଗୋଟିଏ ରୁମ୍‌ରେ ଲକ୍ କରିଦେଲେ । ବ୍ୟାଙ୍କରୁ ଟଙ୍କା ସହ ସୁନା ଗହଣା ନେଇ ଯାଇଛନ୍ତି ।" ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bank Robbery: ବଡ଼ ଧରଣର ବ୍ୟାଙ୍କ ଡକାୟତି; କର୍ମଚାରୀ ଓ ଗ୍ରାହକ ମୁଣ୍ଡରେ ବନ୍ଧୁକ ରଖି ଖାଲି କରିଦେଲେ ବ୍ୟାଙ୍କ | Argus News