|
logo
Live

Argus News - ପିଛା କଲା, ପୁଣି ଭିଡ଼ ଭିତରେ ମୁଣ୍ଡକୁ ସିଧା ଗୁଳି କରିଦେଲା ଇଞ୍ଜିନିୟର୍ ସ୍ଵାମୀ

Crime

Murder / ପିଛା କଲା, ପୁଣି ଭିଡ଼ ଭିତରେ ମୁଣ୍ଡକୁ ସିଧା ଗୁଳି କରିଦେଲା ଇଞ୍ଜିନିୟର୍ ସ୍ଵାମୀ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ପିଛା କଲା, ପୁଣି ଭିଡ଼ ଭିତରେ ମୁଣ୍ଡକୁ ସିଧା ଗୁଳି କରିଦେଲା ଇଞ୍ଜିନିୟର୍ ସ୍ଵାମୀ
Divorce Notice Triggers Fatal Shooting in Bengaluru

Key Points

ପଶ୍ଚିମ ବେଙ୍ଗାଳୁରୁର ରାଜାଜୀନଗର ପ୍ରଥମ ରୋଡ୍‌ରେ ସ୍ତ୍ରୀ ଉପରକୁ ୪ ରାଉଣ୍ଡ ଗୁଳିମାଡ଼ କରିଛି ସ୍ଵାମୀ । ୨ଟି ଗୁଳି ସ୍ତ୍ରୀର ମୁଣ୍ଡରେ ବାଜିଥିବା ବେଳେ ଆଉ ୨ଟି ହାତରେ ବାଜିଥିଲା ।
ବେଙ୍ଗାଳୁରୁ: ସ୍ତ୍ରୀ ବ୍ୟାଙ୍କର ସହକାରୀ ମ୍ୟାନେଜର, ସ୍ଵାମୀ ଏକ ଆଇଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର । ୨ ଛୁଆକୁ ନେଇ ହସଖୁସିରେ ଆଗକୁ ବଢ଼ୁଥିଲା ସଂସାର । ହେଲେ ପାରିବାରିକ ବିବାଦ ପାଇଁ ସ୍ଵାମୀ, ସ୍ତ୍ରୀ ଦୁଇ ବର୍ଷ ତଳେ ଅଲଗା ଅଲଗା ରହୁଥିଲେ ।

୨ ଛୁଆଙ୍କୁ ନେଇ ସ୍ତ୍ରୀ ଅଲଗା ରହୁଥିବା ବେଳେ ସପ୍ତାହକ ତଳେ ଛାଡ଼ପତ୍ର ପାଇଁ ସ୍ଵାମୀଙ୍କୁ ନୋଟିସ୍ ପଠାଇଥିଲେ । ଆଉ ସ୍ତ୍ରୀଙ୍କ ଠାରୁ ଡିଭୋର୍ସ ନୋଟିସ୍ ପାଇଁ ସ୍ଵାମୀ ବିବ୍ରତ ହୋଇ ପଡ଼ିଥିଲା । ଆଉ ସନ୍ଧ୍ୟାର ଭିଡ଼ରେ ଲୋକାରଣ୍ୟ ବଜାରରେ ସିଧା ସ୍ତ୍ରୀର ମୁଣ୍ଡକୁ ଗୁଳି କରିଦେଲା ।

ଏଥିସହ ପଢ଼ନ୍ତୁ: ପ୍ରେମିକ ସହ ମିଶି ସ୍ବାମୀକୁ ଗ୍ରାଇଣ୍ଡରରେ କାଟି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ, ପୋଲିସକୁ ସବୁ ସତ କହିଦେଲା ୧୦ ବର୍ଷର ଝିଅ

ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଭିଡ଼ର ସହର ବେଙ୍ଗାଳୁରୁରେ । ମଙ୍ଗଳବାର ସନ୍ଧ୍ୟାରେ ପଶ୍ଚିମ ବେଙ୍ଗାଳୁରୁର ରାଜାଜୀନଗର ପ୍ରଥମ ରୋଡ୍‌ରେ ସ୍ତ୍ରୀ ଉପରକୁ ୪ ରାଉଣ୍ଡ ଗୁଳିମାଡ଼ କରିଛି ସ୍ଵାମୀ । ୨ଟି ଗୁଳି ସ୍ତ୍ରୀର ମୁଣ୍ଡରେ ବାଜିଥିବା ବେଳେ ଆଉ ୨ଟି ହାତରେ ବାଜିଥିଲା ।

ମହିଳା ଭୁବନେଶ୍ଵରୀଙ୍କୁ ମେଡିକାଲ୍ ନିଆ ଯାଇଥିବା ବେଳେ ମୃତ ଘୋଷଣ କରିଛନ୍ତି ଡାକ୍ତର । ସୂଚନା ଅନୁସାରେ, ୩୯ ବର୍ଷୀୟ ଭୁବନେଶ୍ଵରୀ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ସହାୟକ ମ୍ୟାନେଜର୍ ଭାବେ କାମ କରନ୍ତି । ୨୦୧୧ ମସିହାରେ ସେ ବାଲାମୁର୍ଗାନଙ୍କୁ ବିବାହ କରିଥିଲେ ।

ଦେଢ଼ ବର୍ଷ ତଳେ କଳହକୁ ନେଇ ହଠାତ୍ ଅଲଗା ଅଲଗା ହୋଇ ରହୁଥିଲେ ଉଭୟ । ଏହା ପରେ ଭୁବନେଶ୍ଵରଙ୍କ ବଦଳି ଅନ୍ୟ ଏକ ଶାଖାକୁ ହୁଏ । ୨ ଛୁଆଙ୍କୁ ନେଇ ସ୍ଵାମୀଙ୍କୁ ନ ଜଣାଇ ଭଡ଼ା ଘରକୁ ପଳାନ୍ତି ଭୁବନେଶ୍ଵରୀ । ଦେଢ଼ ବର୍ଷ ଅଲଗା ରହିବା ପରେ ସ୍ଵାମୀଙ୍କ ସପ୍ତାହକ ତଳେ ଭୁବନେଶ୍ଵରୀ ଛାଡ଼ପତ୍ର ଲାଗି ନୋଟିସ୍ ଦିଅନ୍ତି ।

ଏଥିସହ ପଢ଼ନ୍ତୁ: ସବୁ ବିଗାଡ଼ି ଦେଇଥିଲା ଶ୍ରେୟାଙ୍କ ଅଭିଯୋଗ; ହ୍ୟୁମାନଙ୍କ ଜୀବନରେ କ'ଣ ଥିଲା ଅର୍ପିତାଙ୍କ ରୋଲ୍ ?

ଆଉ ଛାଡ଼ପତ୍ର ନୋଟିସ୍ ପାଇବା ପରେ ଭୁବନେଶ୍ଵରୀଙ୍କୁ ଖୋଜି ବୁଲେ ସ୍ଵାମୀ । ଆଉ ଠିକଣା ପାଇବା ପରେ ଜଗି ରୁହେ । ମଙ୍ଗଳବାର ସନ୍ଧ୍ୟା ଟିକ୍ ସାଢ଼େ ୬ଟା । ଭୁବନେଶ୍ଵରୀ ବ୍ୟାଙ୍କରୁ ଫେରିବା ବେଳେ ବଜାର ଉପରେ ମୁଣ୍ଡକୁ ଗୁଳି କରିଦିଏ ସ୍ଵାମୀ ।

ଅନ୍ୟ କାହା ସହ ସ୍ତ୍ରୀର ସମ୍ପର୍କ ଥିବା ସନ୍ଦେହ କରି ସ୍ଵାମୀ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଯାହାକୁ ନେଇ ଦମ୍ପତିଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଅଲଗା ହେବା ପରେ ସ୍ତ୍ରୀର ଛାଡ଼ପତ୍ର ନୋଟିସ୍ ସବୁ ସାରି ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Murder: ପିଛା କଲା, ପୁଣି ଭିଡ଼ ଭିତରେ ମୁଣ୍ଡକୁ ସିଧା ଗୁଳି କରିଦେଲା ଇଞ୍ଜିନିୟର୍ ସ୍ଵାମୀ | Argus News