|
logo
Live

Argus News - ସବୁ ବିଗାଡ଼ି ଦେଇଥିଲା ଶ୍ରେୟାଙ୍କ ଅଭିଯୋଗ; ହ୍ୟୁମାନଙ୍କ ଜୀବନରେ କ'ଣ ଥିଲା ଅର୍ପିତାଙ୍କ ରୋଲ୍ ?

Entertainment

Humane Sagar / ସବୁ ବିଗାଡ଼ି ଦେଇଥିଲା ଶ୍ରେୟାଙ୍କ ଅଭିଯୋଗ; ହ୍ୟୁମାନଙ୍କ ଜୀବନରେ କ'ଣ ଥିଲା ଅର୍ପିତାଙ୍କ ରୋଲ୍ ?

Sushanta Sahoo
Browse all articles by Sushanta Sahoo
·3 months ago·2 min read
ସବୁ ବିଗାଡ଼ି ଦେଇଥିଲା ଶ୍ରେୟାଙ୍କ ଅଭିଯୋଗ; ହ୍ୟୁମାନଙ୍କ ଜୀବନରେ କ'ଣ ଥିଲା ଅର୍ପିତାଙ୍କ ରୋଲ୍ ?
New Allegations Surface in Humane Sagar Death Case

Key Points

ଶେଫାଳି ସୁନା ହ୍ୟୁମାନଙ୍କୁ ନିର୍ଯାତନା, ମାନହାନି ମକଦ୍ଦମା ଓ ପରିବାରରୁ ଅଲଗା ହେବା କଥା ଉଠାଇଛନ୍ତି । ଏସବୁ ଦିଗରେ ପୋଲିସ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।
କଟକ: ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ କେମିତି ହେଲା ? ମାନସିକ ଚାପରେ ନା ଆର୍ଥିକ କାରବାରରୁ ? ନା ଚିକିତ୍ସାରେ ଅବହେଳା ଓ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ଚାଲିଗଲା ହ୍ୟୁମାନ୍‌ଙ୍କ ଜୀବନ ? ଏମିତି ଅନେକ ପ୍ରଶ୍ନକୁ ନେଇ ଦ୍ଵନ୍ଦ୍ଵରେ ମାଆ ଶେଫାଳି ସୁନା । ରବିବାର କଟକ ମର୍କତନଗର ଥାନାରେ ଦେଇଛନ୍ତି ଏତଲା ।

ଯେଉଁଥିରେ ଶେଫାଳି ସୁନା ହ୍ୟୁମାନଙ୍କୁ ନିର୍ଯାତନା, ମାନହାନି ମକଦ୍ଦମା ଓ ପରିବାରରୁ ଅଲଗା ହେବା କଥା ଉଠାଇଛନ୍ତି । ଏସବୁ ଦିଗରେ ପୋଲିସ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ଶେଫାଳି ।

ଏଥିସହ ପଢ଼ନ୍ତୁ: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଥାନାରେ ଏତଲା ଦେଲେ ମାଆ ଶେଫାଳି ସୁନା; ଆଣିଲେ ବଡ଼ ଅଭିଯୋଗ

ଏତଲାରେ ଲେଖିଛନ୍ତି, "ହଠାତ୍ ବୋହୂ ଶ୍ରେୟା ମିଶ୍ର, ହ୍ୟୁମାନ୍ ଓ ମୋ ବିରୋଧରେ ଏକାଧିକ ଅଭିଯୋଗ ଆଣିଥିଲେ । ସେ ସବୁ ଅଭିଯୋଗ ମଛ ଥିଲା, ତାର କୌଣସି ପ୍ରମାଣ ନାହିଁ । ଯାହାକି ଅତ୍ୟଧିକ ମାନସିକ ଚାପ ସହ ସମାଜ, ବୃତ୍ତିଗତ, ଭାବାତ୍ମକ ଏବଂ ଶାରିରୀକ ଭାବେ ହ୍ୟୁମାନ ଓ ମୋତେ ଅସ୍ଥିର କରିଥିଲା ।"

ସେ ସମୟରେ ଅନେକ କଥା ମିଡିଆରେ ଆସିଲା । ଅନେକ ସାକ୍ଷାତକାର ଦିଆଗଲା । ସେ ସବୁକୁ ପୋଲିସ ଦେଖି ତଦନ୍ତ କରୁ । ଏପରିକି ହ୍ୟୁମାନଙ୍କୁ ତାଙ୍କ ଝିଅ ନ୍ୟୁ ଆଙ୍ଗେଲ୍ ସାଗରଙ୍କ ସହ ଭେଟିବାକୁ ଦିଆ ଯାଉ ନଥିଲା । ଯାହା ହ୍ୟୁମାନ ଓ ଶେଫାଳିଙ୍କୁ ଗଭୀର ଆଘାତ ଦେଇଥିଲା । ସେ ଦିଗରେ ତଦନ୍ତ ଦାବି କରିଛନ୍ତି ଶେଫାଳି ।

୯ ଜଣଙ୍କ ସମ୍ପୃକ୍ତିର ହେଉ ତଦନ୍ତ


ହ୍ୟୁମାନଙ୍କ ବୃତିଗତ ଜୀବନ ସହ ୩ରୁ ୪ ବର୍ଷ ଭିତରେ ଶଂଶ୍ଲିଷ୍ଟ ଥିବା ତାଙ୍କ ପତ୍ନୀ ଶ୍ରେୟା ମିଶ୍ର ଏବଂ ପରିବାରକୁ ଶେଫାଳି ବିବାଦକୁ ଟାଣିଛନ୍ତି । ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ରଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଏତଲାରେ ଦାବି କରିଛନ୍ତି ।

ଏଥିସହ ଅର୍ପିତା ଚୌଧୁରୀ ଓ ପରିବାର, ସୋମେଶ ଶତପଥି, ଦିନେଶ ବେହେରା, ଏମଡି ଅବିଦ (ବବଲୁ), ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତି ଆଦିଙ୍କ ସମ୍ପୃକ୍ତି ନେଇ ପୋଲିସ ତଦନ୍ତ କରୁ ।

ଏଥିସହ ପଢ଼ନ୍ତୁ: ଦେହ ଖରାପ ସତ୍ତ୍ଵେ ହ୍ୟୁମାନଙ୍କୁ ନେଇ କିଏ କରାଉଥିଲା ଷ୍ଟେଜ୍ ଶୋ' ? ମାଆ ଆଣିଲେ ସାଂଘାତିକ ଅଭିଯୋଗ

ସେମାନେ ହ୍ୟୁମାନଙ୍କ ସହ କଣ କଥା ହୋଇଛନ୍ତି, ଇମେଲ୍‌ରେ କଣ ପଠାଇଛନ୍ତି, କେତେ ଟଙ୍କାର ଦେଣନେଣ ହୋଇଛି, କେତେଥର ଭେଟିଛନ୍ତି ସେ ସବୁ ଦିଗରେ ଯାଞ୍ଚ ପାଇଁ ଦାବି କରିଛନ୍ତି ଶେଫାଳି ସୁନା ।

ଅର୍ପିତାଙ୍କ ନାଁରେ ହ୍ୟୁମାନଙ୍କ ସମ୍ପତ୍ତି !

ଏତଲାରେ ହ୍ଯୁମାନଙ୍କ ସମ୍ପତ୍ତି ଓ ଆର୍ଥିକ କାରବାର କଥା ଲେଖିଛନ୍ତି ଶେଫାଳି । ନୂଆ କରି ହ୍ୟୁମାନ କରିଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ସହ ଜଡ଼ିତ। ଅର୍ପିତାଙ୍କ ସହ ସୋମେଶ ସତପଥିଙ୍କ ସମ୍ପର୍କ ରହିଠି । ଭୁବନେଶ୍ଵରରେ ଥିବା ଷ୍ଟୁଡିଓରେ ଲାଗିଥିବା ଟଙ୍କା କଥା ଉଠାଇଛନ୍ତି ହ୍ୟୁମାନଙ୍କ ମାଆ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Humane Sagar: ସବୁ ବିଗାଡ଼ି ଦେଇଥିଲା ଶ୍ରେୟାଙ୍କ ଅଭିଯୋଗ; ହ୍ୟୁମାନଙ୍କ ଜୀବନରେ କ'ଣ ଥିଲା ଅର୍ପିତାଙ୍କ ରୋଲ୍ ? | Argus News