Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଆର ମୃତ୍ୟୁ ପରେ ଝିଅ ଭରୁଥିଲା ଋଣ କିସ୍ତି, ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଲେ SHG ସଦସ୍ୟା

Crime

SHG Loan / ମାଆର ମୃତ୍ୟୁ ପରେ ଝିଅ ଭରୁଥିଲା ଋଣ କିସ୍ତି, ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଲେ SHG ସଦସ୍ୟା

Sushanta Sahoo
Browse all articles by Sushanta Sahoo
·5 months ago·2 min read
ମାଆର ମୃତ୍ୟୁ ପରେ ଝିଅ ଭରୁଥିଲା ଋଣ କିସ୍ତି, ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଲେ SHG ସଦସ୍ୟା

Key Points

ପକ୍ଷାଘାତରେ ପୀଡ଼ିତ ମନୋରମାଙ୍କ ଗତ ଜୁଲାଇ ମାସରେ ମୃତ୍ୟୁ ହୋଇଥିଲା । ମାଆର ମୃତ୍ୟୁ ପରେ ଝିଅ ଭରି ଚାଲିଥିଲେ ମାସିକ କିସ୍ତି । ମୃତ୍ୟୁ ପ୍ରମାଣପତ୍ର ମିଳିବା ପରେ କିସ୍ତି ଦେବାକୁ ମନା କରିବାକୁ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି ।
ଭଦ୍ରକ: ଗାଁ ଦାଣ୍ଡରେ ଗହଳି । ଯୁବତୀଙ୍କ ପଛରେ ଗୋଡ଼ାଇ ଯାଉଛନ୍ତି ମହିଳା । ଅସଭ୍ୟ ଭାଷାରେ ଗାଳି ସହ ମାଡ଼ ମାରୁଛନ୍ତି । ଜଣେ କି ଦୁଇ ଜଣେ ନୁହେଁ ଏକାଧିକ ମହିଳା ଜଣେ ଯୁବତୀଙ୍କୁ ଘେରି ମାଡ଼ ମାରିଛନ୍ତି । ବାପାମାଆ ଛେଉଣ୍ଡ ଝିଅକୁ ଗାଁ ଦାଣ୍ଡରେ ଦିଆଯାଇଛି ଏଭଳି ନିର୍ଯାତନା ।

ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ପଞ୍ଚାୟତ ଅରଞ୍ଜି ଗାଁରେ । ଗାଁର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ (SHG)ର ସଦସ୍ୟ ଥିଲେ ମନୋରମା ମହାପାତ୍ର । SHGକୁ ଆସିଥିବା ଟଙ୍କାରୁ ଅନ୍ୟ ସଦସ୍ୟାଙ୍କ ଭଳି ୭୦ ହଜାର ଟଙ୍କା ଋଣ ପାଇଥିଲେ ମନୋରମା ।

ଏଥିସହ ପଢ଼ନ୍ତୁ: ପରିବାର ପୋଷିବାକୁ ଯାଇ ଗୁଜରାଟରେ ଚାଲିଗଲା ଜୀବନ; ଅଙ୍ଗଦାନ କରି ରଖିଲେ ଓଡ଼ିଶାର ଟେକ

ପକ୍ଷାଘାତରେ ପୀଡ଼ିତ ମନୋରମାଙ୍କ ଗତ ଜୁଲାଇ ମାସରେ ମୃତ୍ୟୁ ହୋଇଥିଲା । ମାଆର ମୃତ୍ୟୁ ପରେ ଝିଅ ଭରି ଚାଲିଥିଲେ ମାସିକ କିସ୍ତି । ପରେ ମାଆଙ୍କ ମୃତ୍ୟୁ ପ୍ରମାଣପତ୍ର ମିଳିବା ପରେ SHGରେ ଜମା କରିବା ସହ ନିୟମ ଅନୁସାରେ ବ୍ୟାଙ୍କକୁ ଅବଗତ କରାଇଥିଲେ ।

ନିୟମ ଅନୁସାରେ, SHG ଗ୍ରୁପ୍‌ରେ ଥିବା କୌଣସି ମହିଳା ଋଣ ନେଇଥିଲେ ତାଙ୍କର ମୃତ୍ୟୁ ପରେ କିସ୍ତି ଦେବା ଆବଶ୍ୟକତା ନାହିଁ । ଋଣ ସମୟରେ ନିଆଯାଇଥିବା ବୀମାରୁ ଅବଶିଷ୍ଟ ଅର୍ଥ କଟିବା ସହ ପରିବାରକୁ ଟଙ୍କା ମିଳିଥାଏ ।

ଆଉ ସେହି ଅନୁସାରେ, ମନୋରମାଙ୍କ ମୃତ୍ୟୁ ପରେ ୫ ମାସ କିସ୍ତି ଶୁଝିବା ପରେ ବୀମା ପାଇଁ ଆବେଦନ କରିଥିଲେ ଝିଅ ମୋନାଲିସା । ବ୍ୟାଙ୍କ ଅଧିକାରୀଙ୍କ ଠାରୁ ସମସ୍ତ ତଥ୍ୟ ନେବା ପରେ ମୃତ୍ୟୁ ପ୍ରମାଣପତ୍ର ଦେଇ କିସ୍ତି ଆଉ ଦେବାକୁ ପଡ଼ିବେ ନାହିଁ ବୋଲି ଜଣାଇଥିଲେ ।

ଏଥିସହ ପଢ଼ନ୍ତୁ: SEBC ତାଲିକାରେ ଥିବା ଜାତିଙ୍କୁ କେନ୍ଦ୍ରୀୟ OBC ତାଲିକାଭୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ କେନ୍ଦ୍ର ମନ୍ତ୍ରୀ

କିନ୍ତୁ ମନୋରମାଙ୍କ ମୃତ୍ୟୁ ପରେ ୩ ଝିଅ କାହିଁକି ଆଉ କିସ୍ତି ନ ଦେବେ ସେନେଇ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ମାସିକ ୨୮୩୦ ଟଙ୍କା କିସ୍ତି ଦେବାକୁ ବାଧ୍ୟ କରିଥିଲେ SHGର ସଦସ୍ୟା ।

ଆଉ ଝିଅମାନେ କିସ୍ତି ବାନ୍ଧିବାକୁ ମନା କରିବା ପରେ ଗାଁ ଦାଣ୍ଡରେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ମନୋରମାଙ୍କ ଜଣେ ଝିଅ ଗୁରୁତର ଆହତ ହୋଇ ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମାଡ଼ ମାରିଥିବା ମହିଳାଙ୍କ ବିରୋଧରେ ମୋନାଲିସା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଏନେଇ SHGର ସଦସ୍ୟା ଓ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SHG Women Assault Girl in Bhadrak Over Loan After Mother’s Death | Argus News | Argus News