Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - SEBC ତାଲିକାରେ ଥିବା ଜାତିଙ୍କୁ କେନ୍ଦ୍ରୀୟ OBC ତାଲିକାଭୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ କେନ୍ଦ୍ର ମନ୍ତ୍ରୀ

Odisha

Dharmendra Pradhan / SEBC ତାଲିକାରେ ଥିବା ଜାତିଙ୍କୁ କେନ୍ଦ୍ରୀୟ OBC ତାଲିକାଭୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ କେନ୍ଦ୍ର ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·5 months ago·2 min read
SEBC ତାଲିକାରେ ଥିବା ଜାତିଙ୍କୁ କେନ୍ଦ୍ରୀୟ OBC ତାଲିକାଭୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ କେନ୍ଦ୍ର ମନ୍ତ୍ରୀ

Key Points

ରାଜ୍ୟରେ SEBC ତାଲିକାରେ ଥିବା ଜାତିଙ୍କୁ କେନ୍ଦ୍ରୀୟ OBC ତାଲିକାଭୁକ୍ତ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ଏ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ଵର: ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ SEBC ତାଲିକାରେ ଥିବା ଜାତିଙ୍କୁ କେନ୍ଦ୍ରୀୟ OBC ତାଲିକାଭୁକ୍ତ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ଏ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏଥିସହ ପଢ଼ନ୍ତୁ: ପରିବାର ପୋଷିବାକୁ ଯାଇ ଗୁଜରାଟରେ ଚାଲିଗଲା ଜୀବନ; ଅଙ୍ଗଦାନ କରି ରଖିଲେ ଓଡ଼ିଶାର ଟେକ

କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି, "ଓଡ଼ିଶା ସରକାରଙ୍କ ଏସଇବିସି ତାଲିକାରେ ଥିବା ଖଣ୍ଡାୟତ, ପାଇକ, ଚଷା ପାଇକ, ଆଳିଆ, ପାଇକାଳି, କଳିଙ୍ଗୀ ଶୂଦ୍ର ଖଣ୍ଡାୟତ, ମହାନାୟକ ଶୂଦ୍ର, ଓଡ଼-ଖଣ୍ଡାୟତ, ବୟାଳିଶା, ଓଡ଼, ଓଡ଼ ପାଇକ, ଓଡ଼ ପାଇକୋ, ହଳଦିଆ ତେଲି ଏବଂ ରାଜଶ୍ରୀବଳାସୀ/ବଳାସୀ ଜାତିକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ଅହୀନ ହଂସରାଜଙ୍କୁ ଚିଠି ଲେଖି ଅନୁରୋଧ କରିଛି ।"


ଧର୍ମେନ୍ଦ୍ର ଲେଖିଛନ୍ତି, "ରାଜ୍ୟ ଏସଇବିସି ତାଲିକାରେ ଥିବା ଅନେକ ଜାତି କେନ୍ଦ୍ରୀୟ ଓବିସି ତାଲିକାରେ ନଥିବାରୁ ଏହି ସମାଜର ଲୋକମାନେ କେନ୍ଦ୍ର ସରକାରଙ୍କ ଚାକିରି, ଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାରେ ସଂରକ୍ଷଣର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି ।"

ଏଥିସହ ପଢ଼ନ୍ତୁ: ବିକାଶର ନକ୍ସା ଆଙ୍କିଲେ ଧର୍ମେନ୍ଦ୍ର, ଆଲାମଚାନ୍ଦ ପୋଖରୀର ନାଁ ବଦଳାଇବାକୁ ଆହ୍ୱାନ ଦେଲେ

କେନ୍ଦ୍ରୀୟ ଓବିସି ତାଲିକାରେ ଏହି ବର୍ଗର ଜାତିଙ୍କୁ ସାମିଲ କରାଗଲେ ସେମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ ଘଟିବ । ଓଡ଼ିଶାର ଏହି ବୃହତ୍ ସମାଜକୁ ସେମାନଙ୍କର ଅଧିକାର ଦେବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

OBC କିଏ ?

ଭାରତରେ ସାମାଜିକ ଏବଂ ଶିକ୍ଷାଗତ ଲାଭରୁ ବଞ୍ଚିତ ପଞ୍ଚୁଆ ବର୍ଗ OBC ଶ୍ରେଣୀରେ ଆସନ୍ତି । OBC ଶ୍ରେଣୀରେ ଅନ୍ତର୍ଭୁକ୍ତ ବର୍ଗଙ୍କୁ ସରକାରୀ ଚାକିରି ସହ ଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇବା ପାଇଁ ସଂରକ୍ଷଣ ମିଳିଥାଏ । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟଙ୍କ ସ୍ତରରେ OBC ତାଲିକା ଅପଡେଟ୍ କରାଯାଉଛି । ତେବେ ଗୋଟିଏ ରାଜ୍ୟଠାରୁ ଅନ୍ୟ ରାଜ୍ୟରେ ଏହା ଭିନ୍ନ ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan Seeks SEBC Castes’ Inclusion in Central OBC List | Argus News | Argus News