|
logo
Live
Argus News App
GET APP

Argus News - ରାଜଧାନୀରେ 'ଆମ ବସ୍' କଣ୍ଡକ୍ଟରଙ୍କ ଦାଦାଗିରି, ବସ୍‌ରୁ ଭିଡ଼ି ଆଣି ଯାତ୍ରୀଙ୍କୁ ମାଡ଼ ମାରିଲେ

Crime

Road Rage / ରାଜଧାନୀରେ 'ଆମ ବସ୍' କଣ୍ଡକ୍ଟରଙ୍କ ଦାଦାଗିରି, ବସ୍‌ରୁ ଭିଡ଼ି ଆଣି ଯାତ୍ରୀଙ୍କୁ ମାଡ଼ ମାରିଲେ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ରାଜଧାନୀରେ 'ଆମ ବସ୍' କଣ୍ଡକ୍ଟରଙ୍କ ଦାଦାଗିରି, ବସ୍‌ରୁ ଭିଡ଼ି ଆଣି ଯାତ୍ରୀଙ୍କୁ ମାଡ଼ ମାରିଲେ

Key Points

ପୂର୍ବରୁ 'ଆମ ବସ୍‌' ବିରୋଧରେ ଏଭଳି ଅନେକ ଅଭିଯୋଗ ଆସିଛି । 'ଆମ ବସ୍‌' ଧକ୍କାରେ ନିକଟରେ ଏକାଧିକ ଆଖି ବୁଜିଥିବା ବେଳେ ଓଭର୍ ଟେକିଂ ପାଇଁ ବି ହୋଇଛି ଦୁର୍ଘଟଣା । ତଥାପି 'ଆମ ବସ୍‌'ରେ ନିୟୋଜିତ କର୍ମଚାରୀଙ୍କ ମନୋଭାବରେ ପରିବର୍ତ୍ତନ ଦେଖିବାକୁ ମିଳୁନି ।

ଭୁବନେଶ୍ଵର: 'ଆମ ବସ୍‌'ରେ ଯାତ୍ରା କରୁଥିଲେ ଯାତ୍ରୀ । ହଠାତ୍ କଣ୍ଡକ୍ଟରଙ୍କ ସହ ପାଟିତୁଣ୍ଡ ହେଲା । ଆଉ ଏତିକିରେ 'ଆମ ବସ୍‌' ଭିତରୁ ଯୁବକଙ୍କୁ ଘୋଷାଡ଼ି ଆଣିଲେ କଣ୍ଡକ୍ଚର । ରାସ୍ତା ଉପରେ ଗାଲକୁ ମାରିଲେ ଚାପୁଡ଼ା । ରାଜଧାନୀର ରାସ୍ତା ଉପରେ ୟୁନିଟ୍-୮ ବସ୍‌ଷ୍ଟପ୍‌ରେ 'ଆମ ବସ୍‌' କଣ୍ଡକ୍ଟରଙ୍କ ଏଭଳି ରୁବାବ୍ ଦେଖି ସ୍ତବ୍ଧ ଯାଇଥିଲେ ଜନତା ।


୨୮ ନମ୍ବର ରୁଟ୍ OD 33 AH 0166 ନମ୍ବର ବିଶିଷ୍ଟ 'ଆମ ବସ୍‌'ର କଣ୍ଡକ୍ଟର ଜଣେ ଯାତ୍ରୀଙ୍କୁ ବସ୍‌ରୁ ବାହାରକୁ ଆଣି ବସ୍ ଷ୍ଟପରେ ଚାପୁଡ଼ା ମାରିବାର ଭିଡିଓ ଏବେ ଭାଇରାଲ୍ ହେଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, 'ଯାତ୍ରୀ ଜଣଙ୍କ ରାଜଭବନ ଛକ ନିକଟରେ 'ଆମ ବସ୍‌' କଣ୍ଡକ୍ଟରଙ୍କ କୌଣସି କାରଣରୁ ଯୁକ୍ତିତର୍କ କରିଥିଲେ । ଆଉ ଝଗଡ଼ା ପରେ ମାଡ଼ ମାରିଥିଲେ କଣ୍ଡକ୍ଟର । ବସ୍‌ରୁ ଭିଡ଼ି ଆଣିବା ସହ ବାହାରେ ବି ମାଡ଼ ମାରିଥିଲେ । ଯାତ୍ରୀ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି ।'


ଏଥିସହ ପଢ଼ନ୍ତୁ: 'ମୋ ବସ୍' ଆଉ କେତେ ଜୀବନ ନେଲେ ଚେତିବେ CRUT କର୍ତ୍ତୃପକ୍ଷ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସ୍ଥାନୀୟ ଲୋକେ ଆହତ ଯାତ୍ରୀ ଜଣଙ୍କୁ ନିକଟସ୍ଥ ମେଡିକାଲ୍‌କୁ ଜରୁରୀ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଯାତ୍ରୀଙ୍କୁ ମାଡ଼ ମାରିବା ନେଇ ସଫେଇ ଦେଇଛନ୍ତି 'ଆମ ବସ୍‌' କଣ୍ଡକ୍ଟର । ସେ କହିଛନ୍ତି, 'ଯାତ୍ରୀ ଜଣଙ୍କ ମଦ୍ୟପାନ କରି ବସ୍‌ରେ ଚଢ଼ିଥିଲେ । ଯାହାକି ଠିକ୍ ନଥିଲା ।' 'ଆମ ବସ୍‌' କଣ୍ଡକ୍ଟର ସଫେଇ ଦେଇଥିବା ବେଳେ ଲୋକେ ଓଲଟା ଏଭଳି ମାଡ଼ ମାରିଥିବାରୁ କଣ୍ଡକ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।


ଆଉ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ଦୁଃଖ ପ୍ରକାଶ କରିଛି କ୍ରୁଟ୍ । ମାମଲାରେ କ୍ରୁଟ୍ ଉକ୍ତ କଣ୍ଡକ୍ଟରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଚାକିରିରୁ ବହିଷ୍କାର କରିଛି । ଏନେଇ ପୋଲିସରେ ରିପୋର୍ଟ କରାଯାଇଥିବା କ୍ରୁଟ୍ କହିଛି । ଝଗଡ଼ାର କାରଣ ଯାତ୍ରୀ ପାଇବାକୁ ଥିବା ଅବଶିଷ୍ଟ ଟିକେଟ୍ ମୂଲ୍ୟ ବୋଲି କହିଛି କ୍ରୁଟ୍ । ମାମଲାରେ କର୍ତ୍ତୃପକ୍ଷ ଅଧିକ ତଦନ୍ତ ଜାରି ରଖିଥିବା କୁହାଯାଇଛି ।


ତେବେ, 'ଆମ ବସ୍‌' କର୍ମଚାରୀଙ୍କ ଏହି ଗୋଟିଏ ଘଟଣା ନୁହେଁ । ପୂର୍ବରୁ 'ଆମ ବସ୍‌' ବିରୋଧରେ ଏଭଳି ଅନେକ ଅଭିଯୋଗ ଆସିଛି । 'ଆମ ବସ୍‌' ଧକ୍କାରେ ନିକଟରେ ଏକାଧିକ ଆଖି ବୁଜିଥିବା ବେଳେ ଓଭର୍ ଟେକିଂ ପାଇଁ ବି ହୋଇଛି ଦୁର୍ଘଟଣା । ତଥାପି 'ଆମ ବସ୍‌'ରେ ନିୟୋଜିତ କର୍ମଚାରୀଙ୍କ ମନୋଭାବରେ ପରିବର୍ତ୍ତନ ଦେଖିବାକୁ ମିଳୁନି । କିନ୍ତୁ କ୍ରୁଟ୍‌ର କହିବା କଥା, 'ଆମ ବସ୍‌' ସହ ଜଡ଼ିତ ସମସ୍ତ ଗାଇଡ୍ ଓ କ୍ଯାପଟେନ୍ ମାନଙ୍କୁ ନିୟମିତ ଭାବେ ବ୍ୟବହାର ଓ ସହନଶୀଳତା ଟ୍ରେନିଂ ପ୍ରଦାନ କରାଯାଉଛି । ଏହା ଅଧିନରେ ୧୫୦୦ରୁ ଅଧିକ କର୍ମଚାରୀ ଟ୍ରେନିଂ ଗ୍ରହଣ କରିଛନ୍ତି ।

Related Topics

Explore more stories

Sponsored
Road Rage: ରାଜଧାନୀରେ 'ଆମ ବସ୍' କଣ୍ଡକ୍ଟରଙ୍କ ଦାଦାଗିରି, ବସ୍‌ରୁ ଭିଡ଼ି ଆଣି ଯାତ୍ରୀଙ୍କୁ ମାଡ଼ ମାରିଲେ | Argus News