|
logo
Live
Argus News App
GET APP

Argus News - 'ମୋ ବସ୍' ଆଉ କେତେ ଜୀବନ ନେଲେ ଚେତିବେ CRUT କର୍ତ୍ତୃପକ୍ଷ ?

Odisha

'ମୋ ବସ୍' ଆଉ କେତେ ଜୀବନ ନେଲେ ଚେତିବେ CRUT କର୍ତ୍ତୃପକ୍ଷ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
'ମୋ ବସ୍' ଆଉ କେତେ ଜୀବନ ନେଲେ ଚେତିବେ CRUT କର୍ତ୍ତୃପକ୍ଷ ?

Key Points

'ମୋ ବସ୍'ର ବେଗ ୪୦ ଭିତରେ ରହିବ

ମାସକରେ ଦୁଇ ଦୁଇଟି ଦୁର୍ଘଟଣା ଘଟାଇଲାଣି

ଭୁବନେଶ୍ଵର: ସହର ଭିତରେ 'ମୋ ବସ୍'ର ବେଗ ୪୦ ଭିତରେ ରହିବ । ସହର ବାହାର ରାଜପଥରେ 'ମୋ ବସ୍' ସ୍ପିଡ୍ ୫୦ରୁ କମ୍ ରହିବ । ଏନେଇ ନିର୍ଦ୍ଦେଶନାମା ରହିଛି । କିନ୍ତୁ କ୍ରୁଟ୍ ଦ୍ଵାରା ପରିଚାଳିତ 'ମୋ ବସ୍' କିଛି ବୋଲ ମାନୁନି । ମାସକରେ ଦୁଇ ଦୁଇଟି ଦୁର୍ଘଟଣା ଘଟାଇଲାଣି 'ମୋ ବସ୍' । ଆଜି ନନ୍ଦନକାନନ ରାସ୍ତାରେ 'ମୋ ବସ୍' ଜଣେ ନାବାଳିକାଙ୍କ ଜୀବନ ନେବା ପରେ 'ମୋ ବସ୍' ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି ।


ସାଇକେଲ୍‌ରେ ଯାଉଥିବା ଜଣେ ୧୨ ବର୍ଷର ଝିଅକୁ ଚାପି ଦେଇଛି 'ମୋ ବସ୍' । ଝିଅଟି ସାଇକେଲ୍ ଯୋଗେ ନର୍ସରିକୁ ଯାଉଥିବା ବେଳେ ରଘୁନାଥପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକ ପଟିଆ-ନନ୍ଦନକାନନ ରାସ୍ତାକୁ ଟାୟାର୍ ଜାଳି, ବାଉଁଶ ପକାଇ ଅବରୋଧ କରିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।


'ମୋ ବସ୍' ଆଉ ଦୁର୍ଘଟଣା


ବାରମ୍ବାର ରାଜଧାନୀ ଭୁବନେଶ୍ଵରରେ 'ମୋ ବସ୍' ଏଭଳି ଦୁର୍ଘଟଣା ଘଟାଉଛି । ଗତ ଜାନୁଆରୀ ୨୩ ତାରିଖରେ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ଯାଉଥିବା ବେଳେ 'ମୋ ବସ୍' ସିରିଜ୍ ଦୁର୍ଘଟଣା ଘଟାଇଥିଲା । ଯେଉଁଥିରେ ୨ଟି 'ମୋ ବସ୍' ସହ ୨ଟି କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪ରୁ ଅଧିକ ଆହତ ହୋଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୨୪ ନଭେମ୍ବର ୨ ତାରିଖରେ ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ ସମ୍ମୁଖରେ ମୋ ବସ୍ ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଥିଲେ । ଜଣେ ଯୁବତୀଙ୍କ ହାତ ଉପରେ 'ମୋ ବସ୍' ଚଢ଼ି ଯାଇଥିବା ବେଳେ ସେ ଏବେ ବି ଅକର୍ମଣ୍ୟ ଅଛନ୍ତି ।


୨୦୨୪ ସେପ୍ଟେମ୍ବର ୨୫ରେ 'ମୋ ବସ୍' ଧକ୍କାରେ ଯାଇଥିଲା ସ୍କୁଟି ଚାଳକଙ୍କ ଜୀବନ । ରଘୁନାଥପୁର ଛକରେ ଜଣେ ସ୍କୁଟି ଆରୋହୀଙ୍କ ଉପରେ 'ମୋ ବସ୍' ଚଢ଼ି ଯାଇଥିଲା ।


ତେବେ ରଘୁନାଥପୁରରେ 'ମୋ ବସ୍' ଏହି ଗୋଟିଏ ଦୁର୍ଘଟଣା ଘଟାଇ ନାହିଁ । ରାଜଧାନୀର ବିଭିନ୍ନ ସ୍ଥାନରେ 'ମୋ ବସ୍' ଏଭଳି ବୋଲ ନ ମାନି ଲୋକଙ୍କ ଜୀବନ ନେଉଛି । କେତେବେଳେ ଓଭର ଟେକିଂ ତ ଆଉ କେବେ ଇଣ୍ଡିକେଟର ନ ଦେଇ ମନ ଇଚ୍ଛା ସାଇଡ୍ ମାରି ମରଣ ମୁହଁକୁ ଠେଲୁଛି । ସହରରେ 'ମୋ ବସ୍' ଚଳାଚଳ ବେଳେ ଏହା ନିତିଦିନିଆ ଘଟଣା ପାଲଟି ଥିବା ବେଳେ ଭାଙ୍ଗୁନି କ୍ରୁଟ୍ କର୍ତ୍ତୃପକ୍ଷଙ୍କ ନିଦ ।

Sponsored
'ମୋ ବସ୍' ଆଉ କେତେ ଜୀବନ ନେଲେ ଚେତିବେ CRUT କର୍ତ୍ତୃପକ୍ଷ ? | Argus News