|
logo
Live
Argus News App
GET APP

Argus News - ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା...

Crime

Homicide / ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା...

Sushanta Sahoo
Browse all articles by Sushanta Sahoo
·3 months ago·2 min read
ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା...
Bihar Family Tragedy: Father’s Extreme Step Shocks Nation

Key Points

ସ୍ତ୍ରୀ ଚାଲିଯିବାର ଦୁଃଖ ଓ ଆର୍ଥିକ ଅବସ୍ଥା ତାଙ୍କୁ ଅସ୍ଥିର କରିଦେଲା । ଆଉ ଶେଷରେ ରବିବାର ରାତିରେ ୫ ଛୁଆଙ୍କୁ ଫାଶୀ ଫନ୍ଦାରେ ଝୁଲାଇଦେଲା ।
ପାଟନା: ବର୍ଷେ ତଳେ ଆରପାରିକୁ ଚାଲି ଯାଇଥିଲେ ମାଆ । ସେବେଠୁ ବାପା ପାଞ୍ଚ ପିଲାଙ୍କ ପାଇଁ ସବୁକିଛି ସାଜିଥିଲେ । ଅଳି ଅର୍ଦ୍ଦଳି ସହି ପରିବାର ଚଳାଉଥିଲେ । ହେଲେ ସ୍ତ୍ରୀ ଚାଲିଯିବାର ଦୁଃଖ ଓ ଆର୍ଥିକ ଅବସ୍ଥା ତାଙ୍କୁ ଅସ୍ଥିର କରିଦେଲା । ଆଉ ଶେଷରେ ରବିବାର ରାତିରେ ୫ ଛୁଆଙ୍କୁ ଫାଶୀ ଫନ୍ଦାରେ ଝୁଲାଇଦେଲା ।

ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ମୁଜଫରନଗରରେ । ଯେଉଁଠି ମାଆ ଛେଉଣ୍ଡ ୫ ଜଣ ଭାଇଭଉଣୀଙ୍କୁ ଫାଶୀରେ ଝୁଲାଇ ବାପା ବି ଆତ୍ମହତ୍ୟା କରିଛି । ହେଲେ ସୌଭାଗ୍ୟରୁ ବଞ୍ଚି ଯାଇଛନ୍ତି ୬ ବର୍ଷର ଶିବମ ଓ ୫ ବର୍ଷର ଚନ୍ଦନ । ପାଦ ତଳେ ଥିବା ପେଟି ୨ ଭାଇଙ୍କୁ ବଞ୍ଚାଇ ଦେଇଥିବା ବେଳେ ଆଖି ବୁଜିଛନ୍ତି ପିତା ଅମରନାଥ, ୩ ଭଉଣୀ- ଅନୁରାଧା, ଶିବାନୀ ଓ ରାଧିକା ।

ଏଥିସହ ପଢ଼ନ୍ତୁ: ବିବାହକୁ ୬ ମାସ; ନିଜେ ପୋଛିଦେଲା ମଥା ସିନ୍ଦୂର, ଶୋଇଥିବା ବେଳେ ଚିପି ଦେଲା ସ୍ଵାମୀ ତଣ୍ଟି !

ଗୋଟିଏ ଘରୁ ଦିନକରେ ଉଠିଛି ବାପା ସହ ୩ ଭଉଣୀଙ୍କ ମୃତଦେହ । ଯାହାକୁ ନେଇ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । ନିଜ ଆଖିରେ ବାପା ଓ ଭଉଣୀଙ୍କ ମୃତ୍ୟୁ ଦେଖିଥିବା ୨ ଭାଇ ଫାଶୀ ଫନ୍ଦାରୁ ଜୀବନ ପାଇବା ପରେ ସବୁକିଛି ବଖାଣିଛନ୍ତି ।

ଦୁଇ ଭାଇ କହିଛନ୍ତି, "ରାତିରେ ବାପା ବାଥରୁମ୍‌ରୁ ଆସିବା ପରେ ଜଣଙ୍କ ପରେ ଜଣଙ୍କୁ ଫାଶୀରେ ଝୁଲାଇ ଦେଇଥିଲେ । ଆମ ବେକରେ ବି ଦଉଡ଼ି ବାନ୍ଧି ଝୁଲାଇ ଦେଲେ । ହେଲେ ପାଦ ତଳେ ପେଟି ରହି ଯାଇଥିବାରୁ ଆମେ ଦୁଇ ଭାଇ ବଞ୍ଚିଗଲୁ ।"

୬ ବର୍ଷର ଶିବମ ଆଖି ଆଗରେ ପିତା ଅମର ୩ ଭଉଣୀଙ୍କୁ ଫାଶୀରେ ଝୁଲାଇ ଦେଇଥିଲା । ଶିବମ କହିଛି, "ବାପା ବାଥରୁମ୍‌ରୁ ଫେରି ଜଣଙ୍କ ପରେ ଜଣଙ୍କୁ ଫାଶୀରେ ଝୁଲାଇ ଦେଇ ନିଜେ ବି ଆତ୍ମହତ୍ୟା କରିଛନ୍ତି । ମୁଁ ଓ ସାନ ଭାଇ ଗୋଡ଼ରେ ପେଟି ଲାଗିବାରୁ ଆମେ ରଶି ଖୋଲି ଓହ୍ଲାଇ ପଡ଼ିଲୁ ।"

ଏଥିସହ ପଢ଼ନ୍ତୁ: ଶ୍ରେଣୀଗୃହକୁ ବନ୍ଧୁକ ନେଇ ଆସିଲେ; ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ରଖି ଧମକାଇଲେ ନବମ ଛାତ୍ର

କାହିଁକି ଚରମ ନିଷ୍ପତ୍ତି ?

୪ ଜଣଙ୍କ ମୃତଦେହ ସୂଚନା ପାଇଁ ସକରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ କରୁଥିବା ବେଳେ କୌଣସି ସୁଇସାଇଡ୍ ନୋଟ୍ ମିଳି ନାହିଁ । ସମସ୍ତଙ୍କୁ ଫାଶୀ ଫନ୍ଦାରେ ଟାଙ୍ଗିଥିବା ଅମରନାଥର ମୃତ୍ୟୁ ହୋଇଥିବାରୁ ସେ କାହିଁକି ଚରମ ନିଷ୍ପତ୍ତି ନେଲା ସ୍ପଷ୍ଟ ହୋଇପାରିନାହିଁ ।

ତେବେ ଅମରଙ୍କ ଏତେ ବଡ଼ ପଦକ୍ଷେପ ପଛରେ କୌଣସି ଅନ୍ଧବିଶ୍ଵାସ ନାହିଁ ତ ? ଏ ଦିଗରେ ବି ପୋଲିସ ତଦନ୍ତ କରୁଛି । ପୂର୍ବରୁ ଦିଲ୍ଲୀର ବୁରାଡ଼ି ସହ ଅନ୍ୟ କିଛି ସ୍ଥାନରେ ଏଭଳି ମାମଲା ସାମନାକୁ ଆସିଛି । ଯେଉଁଠି ପରିବାରର ସମସ୍ତ ସଦସ୍ୟ ଏକାଠି ଫାଶୀ ଲଗାଇ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ, ବର୍ଷକ ତଳେ ଅମରନାଥଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ସେବେଠୁ ଅମରନାଥ ମାନସିକ ଦୁଃଶ୍ଚିନ୍ତା ଭିତରେ ଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Homicide: ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା... | Argus News