Wife Killed Husband / ବିବାହକୁ ୬ ମାସ; ନିଜେ ପୋଛିଦେଲା ମଥା ସିନ୍ଦୂର, ଶୋଇଥିବା ବେଳେ ଚିପି ଦେଲା ସ୍ଵାମୀ ତଣ୍ଟି !
·3 months ago·2 min read

Key Points
ବିବାହକୁ ବର୍ଷେ ବି ବିତି ନଥିବା ବେଳେ ସ୍ତ୍ରୀ ମୁଣ୍ଡରେ ବୋଳି ହୋଇଛି କଳଙ୍କର ଦାଗ । ନିଜ ହାତରେ ସ୍ତ୍ରୀ ନିଜ ମଥା ସିନ୍ଦୂର ପୋଛି ଦେଇଥିବା ଅଭିଯୋଗ ଆସିଛି ।
ଖଣ୍ଡପଡ଼ା (ନୟାଗଡ଼): ବେଦୀରେ ବସି ହାତ ଧରିଥିଲା । ସାତ ଜନମର ସାଥୀ ହେବାକୁ ପ୍ରତିଶ୍ରୁତି ଦେଇଥିଲା । କଥା ଦେଇଥିଲା ସ୍ଵାମୀର ପରିବାରକୁ କୋଳେଇ ନେବ, ଶାଶୂ ଓ ଶ୍ଵଶୁରଙ୍କୁ ବାପାମାଆ ଭଳି ଆଦରି ନେବ । ହେଲେ ବିବାହକୁ ବର୍ଷେ ବି ବିତି ନଥିବା ବେଳେ ସ୍ତ୍ରୀ ମୁଣ୍ଡରେ ବୋଳି ହୋଇଛି କଳଙ୍କର ଦାଗ । ନିଜ ହାତରେ ସ୍ତ୍ରୀ ନିଜ ମଥା ସିନ୍ଦୂର ପୋଛି ଦେଇଥିବା ଅଭିଯୋଗ ଆସିଛି ।
ବିବାହକୁ ମାତ୍ର ୬ ମାସ ପୁରିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଶୋଇଥିବା ବେଳେ ସ୍ଵାମୀର ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅମାନୁଷିକ ହତ୍ୟାକାଣ୍ଡ ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ପୁଆଣିଆଁ ଗାଁରେ । ବିଳମ୍ବିତ ରାତିରେ ଝଗଡ଼ା ପରେ ସ୍ତ୍ରୀ, ସ୍ଵାମୀର ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି ।
ଏଥିସହ ପଢ଼ନ୍ତୁ: ଶ୍ରେଣୀଗୃହକୁ ବନ୍ଧୁକ ନେଇ ଆସିଲେ; ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ରଖି ଧମକାଇଲେ ନବମ ଛାତ୍ର
ସ୍ଥାନୀୟ ଲୋକଙ୍କ ଅନୁସାରେ, ଦମ୍ପତିଙ୍କ ମଧ୍ୟରେ ପ୍ରାୟ ସମୟ କଳହ ହୋଇଥାଏ । ଶୁକ୍ରବାର ବିଳମ୍ବିତ ରାତିରେ ମଧ୍ୟ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ରାତି ସାଢ଼େ ୧୨ଟା ବେଳକୁ ଘର ଭିତରୁ ଶୋଇଥିବା ଅବସ୍ଥାରେ ଆଲୋକ ମହାପାତ୍ରଙ୍କ ମୃତଦେହ ମିଳିଥିଲା ।
ପୁଆଣିଆଁର ଆଲୋକ ମହାପାତ୍ର ପ୍ରାୟ ୬ ମାସ ତଳେ ଜଟଣୀ ଥାନା ଅଞ୍ଚଳର ଲକିଙ୍କୁ ବିବାହ କରିଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ, ଆଲୋକଙ୍କ ସ୍ତ୍ରୀ ଗତ ରାତିରେ କହିଥିଲେ ସ୍ଵାମୀ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଆଉ ଶନିବାର ସକାଳୁ କହିଛନ୍ତି ବିଷ ଖାଇ ମରିଛନ୍ତି ସ୍ଵାମୀ ।
ଏଥିସହ ପଢ଼ନ୍ତୁ: ସ୍କୁଲ୍ ଆଗରେ କଳା ରଙ୍ଗର କାର୍... ଚାଲାଣ ହେଉଥିଲା ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ
ଲକି ଗାଁ ଲୋକ ଓ ପଡ଼ୋଶୀଙ୍କ ଆଗରେ ଏଭଳି ବୟାନ ବଦଳାଇବାକୁ ନେଇ ସମସ୍ତଙ୍କ ସନ୍ଦେହ ବଢ଼ିଛି । ସେପଟେ ସ୍ଵାମୀଙ୍କୁ ଛାଡ଼ ଲକି ବାରମ୍ବାର ବାପଘରେ ଯାଇ ରୁହନ୍ତି । ଯାହାକୁ ନେଇ ପରକୀୟା ପ୍ରୀତିରୁ ଲକି, ଆଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରିକି ପୂର୍ବରୁ ଆଲୋକଙ୍କୁ ମାରିବା ପାଇଁ ଲକି ଧମକ ଦେଇଥିବା ସମ୍ପର୍କୀୟ କହିଛନ୍ତି ।
ଶୁକ୍ରବାର ଆଲୋକଙ୍କ ବାପାମାଆ ଏକ ଦଶାହ କାର୍ଯ୍ୟକୁ ଯାଇଥିଲେ । ଘରେ କେହି ନଥିବା ବେଳେ ଆଲୋକ ଓ ଲକିଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପଡ଼ୋଶୀ କହିଛନ୍ତି । ଆଲୋକଙ୍କ ମୃତଦେହ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ସ୍ତ୍ରୀ ଲକିଙ୍କୁ ଥାନାରେ ଅଟକ ରଖି ଖଣ୍ଡପଡ଼ା ଥାନା ପୋଲିସ ତଦନ୍ତ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories