Pitabash Panda Murder Mystery / ପୀତବାସଙ୍କ ହତ୍ୟା ଅଭିଯୁକ୍ତ ଚିହ୍ନଟ, ବିହାରରୁ ୨ ସାର୍ପ ସୁଟରଙ୍କୁ ଉଠାଇଲା ବ୍ରହ୍ମପୁର ପୋଲିସ

Key Points
ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା । ଚିହ୍ନଟ ହେଲେ ଅଭିଯୁକ୍ତ । ବିହାରରୁ ୨ ସାର୍ପ ସୁଟରଙ୍କୁ ଉଠାଇଲା ବ୍ରହ୍ମପୁର ପୋଲିସ ।
ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା । ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ବିହାରରୁ ୨ ଜଣ ସାର୍ପ ସୁଟରଙ୍କୁ ଉଠାଇଲା ବ୍ରହ୍ମପୁର ପୋଲିସ । ୨ ସାର୍ପ ସୁଟର ଏବେ ବ୍ରହ୍ମପୁର ପୋଲିସ ପଞ୍ଝାରେ । ବ୍ରହ୍ମପୁର ପୋଲିସ୍ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ନିକଟତର ହେଉଛି । କେବଳ ଓଡ଼ିଶାରେ ନୁହେଁ ଅଭିଯୁକ୍ତକୁ ଧରିବା ପାଇଁ ବିହାର, ଦିଲ୍ଲୀ, କୋଲକତାରେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟିମର ତନାଘନା ଜାରି ରହିଛି । ଏହି ହତ୍ୟାକାଣ୍ଡ ପାଇଁ ବିହାରରୁ ଦୁଇ ଜଣ ଆସିଥିଲେ, ଜଣେ ସାର୍ପ ସୁଟର ଗୁଳିମାଡ଼ କରିଥିଲା ଏବଂ ଆଉ ଜଣେ ରେକି ଟିମରେ ସାମିଲ ହୋଇଥିବା ସୂଚନା ମିଳିଛି ।
ସେପଟେ ପଞ୍ଚମ ଥର ପାଇଁ ପୁଣି ପୀତବାସଙ୍କ ଜଣେ ସହଯୋଗୀ ଓ ବ୍ୟବସାୟୀଙ୍କୁ ଜେରା କରିଛି ପୋଲିସ । ପୀତବାସଙ୍କ ହତ୍ୟାରେ ବିହାରୀ ସାର୍ପ ସୁଟରଙ୍କୁ ନିୟୋଜିତ କରାଯାଇଥିବା ବେଳେ ସ୍ଥାନୀୟ କିଛି ଅପରାଧୀଙ୍କ ସହାୟତା ନିଆଯାଇଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡ ଦିନ ଅଭିଯୁକ୍ତଙ୍କ ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ପ୍ରାୟ ୧୦ ଥର ରେକି କରାଯାଇଥିବା ଜଣାପଡିଛି । ୩ଟି ରେକି ଟିମ୍ ଅର୍ଥାତ ୩ଟି ବାଇକ୍ରେ ୬ ଜଣ ସହରରେ ପୀତବାସଙ୍କ ଘରଠାରୁ ଚାମ୍ବର ଓ ବିଭିନ୍ନ ଗନ୍ତବ୍ୟସ୍ଥଳକୁ ପିଛା କରିଥିବା ଜଣାପଡିଛି ।
ଅଧିକ ପଢ଼ନ୍ତୁ: ଅତାବୀରାରେ ହାରିଥିଲେ ଏବେ ନୂଆପଡ଼ାରୁ ଲଢ଼ିବେ ସ୍ନେହାଙ୍ଗିନୀ
ବିହାରରୁ ଆସିଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ରେକି ଟିମରେ ରହିଥିବା ବେଳେ ଆଉ ଜଣେ ସାର୍ପ ସୁଟର ଭାବେ କାମ କରିଥିବା ସୂଚନା ମିଳିଛି । ବାଇକ୍ରେ ପଛରେ ବସିଥିବା ଦୁର୍ବୁତ୍ତ ସାର୍ପ ସୁଟର ହୋଇଥିବା ବେଳେ ବାଇକ ଚାଳକ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଉଛି ।
📱 Get Argus News App
✨
ଏହି ହତ୍ୟାକାଣ୍ଡରେ ମାଷ୍ଟରମାଇଣ୍ଡ ଧରାପଡ଼ିବା ପରେ ପୀତବାସଙ୍କ ହତ୍ୟା ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ପୋଲିସ ଆଶା ରଖିଛି । ସେପଟେ ହତ୍ୟାକାଣ୍ଡ ଘଟଣାରେ ସ୍ଥାନୀୟ ପୋଲିସ ମଧ୍ୟ ବିଭିନ୍ନ ଦିଗକୁ ନେଇ ତନାଘନା ଜାରି ରଖିଛି । ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାର ସୁପାରୀ ଦେବା ପଛରେ ଜିଲ୍ଲାର ଜଣେ ପୁରୁଣା ମଦ ବ୍ୟବସାୟୀଙ୍କ ଉପରେ ସନ୍ଦେହ ରହିଛି । ଅନ୍ୟ କିଛି ଜଣଙ୍କୁ ମଧ୍ୟ ଡାକି ମଧ୍ୟ ପଚରାଉଚରା ଜାରି ରହିଛି।
ସୂଚନା ଅନୁସାରେ ଅକ୍ଟୋବର ୬ରେ ଗୁଳିମାଡ଼ରେ ବିଜେପି ନେତା ତଥା ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ପଏଣ୍ଟ ବ୍ଲାଙ୍କରୁ ୨ ଜଣ ଦୁର୍ବୁତ୍ତ ଗୁଳିମାଡ଼ କରିଥିଲେ। ବାଇକରେ ଆସି ଗୁଳିମାଡ଼ କରିଥିଲେ ୨ ଜଣ ଦୁର୍ବୃତ୍ତ। ବ୍ରହ୍ମପୁର ବ୍ରହ୍ମାନଗର ନିକଟରେ ଗୁଳିମାଡ଼ କରିଥିଲେ । ବୈକୁଣ୍ଠନଗର ନିଜ ବାସଭବନରୁ ୧୦୦ମିଟର ଦୂରରେ ହୋଇଥିଲା ଗୁଳିମାଡ଼। ଘରକୁ ଯାଉଥିବା ସମୟରେ ୨ ଜଣ ଦୁର୍ବୁତ୍ତ କରିଥିଲେ ଗୁଳିମାଡ଼ ।
Related Topics
Explore more stories